ସାମ୍ନାକୁ ଆସିଛି ଜୁନ୍ ୮ର ସତ୍ୟତା, ଏହି କାରଣରୁ ରିୟାଙ୍କୁ ଘରୁ ବାହାର କରିଦେଇଥିଲେ ସୁଶାନ୍ତ !

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପ୍ରତ୍ୟେକ ଦିନ କିଛି କିଛି ନୂଆଁ ଖୁଲାସା ହେବାରେ ଲାଗିଛି । ବର୍ତ୍ତମାନ ସେହି ଜୁନ୍ ମାସ ୮ ତାରିଖର ମଧ୍ୟ ଖୁଲାସା ହୋଇଯାଇଛି ଯାହା ପ୍ରାରମ୍ଭରୁ ହିଁ ଅନୁସନ୍ଧାନ ଘେରରେ ଥିଲା । ଜୁନ୍ ମାସ ୮ ତାରିଖ ସେହି ଦିନ ଅଟେ ଯେଉଁ ଦିନ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂଙ୍କ ଘର ଛାଡ଼ି ବାହାରକୁ ଯାଇଥିଲେ । ଏହା ଉପରେ ରିୟା ଭିନ୍ନ ଭିନ୍ନ ବିବୃତ୍ତି ଦେଇଥିଲେ । ରିୟା ବିଗତ ଦିନରେ କହିଥିଲେ କି ସେ ଉଦାସ ଥିଲେ, ତେଣୁ ସେ କିଛି ଦିନ ତାଙ୍କ ଘରେ ରହିବାକୁ ଚାହାଁନ୍ତି । ଏଥି ସହିତ ତାଙ୍କ ଦ୍ୱିତୀୟ ବିବୃତ୍ତିରେ ସେ କହିଥିଲେ କି ତାଙ୍କ ଭଉଣୀଙ୍କ ହେତୁ ସୁଶାନ୍ତ ସିଂ ରିୟାଙ୍କୁ ଘରୁ ବାହାରକୁ ଯିବାକୁ କହିଥିଲେ କାରଣ ରିୟାଙ୍କୁ ତାଙ୍କ ଭଉଣୀ ପସନ୍ଦ କରୁ ନଥିଲେ । ଏଥି ସହିତ ବର୍ତ୍ତମାନ ରିୟାଙ୍କ ଓକିଲ ସତୀଶ ମାନଶିନ୍ଦେ ଜୁନ୍ ମାସ ୮ ତାରିଖରେ ଏକ ଭିନ୍ନ ଫୋଟୋ ଉପସ୍ଥାପନ କରିଛନ୍ତି ।

ଜୁନ୍ ୮ର ସତ୍ୟତା

ସତୀଶ ମାନଶିନ୍ଦେ ରିୟା ଚକ୍ରବର୍ତ୍ତୀଙ୍କ ସୁଶାନ୍ତଙ୍କ ଘର ପରିତ୍ୟାଗ କରିବାର କାରଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ରିୟା ସୁଶାନ୍ତଙ୍କ ବାନ୍ଧବୀ ଥିଲେ । ରିୟା ସୁଶାନ୍ତଙ୍କ ସହିତ ଜୁନ୍ ମାସ ୮ ତାରିଖ ପର୍ଯ୍ୟନ୍ତ ଥିଲେ । ସତୀଶଙ୍କ ବୟାନ ମୁତାବକ, ୟୁରୋପ ଯାତ୍ରା ପର ଠାରୁ ସୁଶାନ୍ତଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା । ସୁଶାନ୍ତଙ୍କ ଚିକିତ୍ସା ୫ ଜଣ ଡାକ୍ତରଙ୍କ ଦ୍ଵାରା କରାଯାଉଥିଲା ଏବଂ ଡାକ୍ତରମାନଙ୍କୁ ଜ୍ଞାତ ଥିଲା କି ସୁଶାନ୍ତ ଡ୍ରଗ୍ସର ସେବନ କରୁଥିଲେ, ଯାହାକୁ ସେବନ କରିବା ପାଇଁ ଡାକ୍ତର ମାନେ ମନା କରି ଦେଇଥିଲେ। ଜୁନ୍ ମାସ ୮ ତାରିଖରେ ସୁଶାନ୍ତ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ଏକ ଅନଲାଇନ ବାର୍ତ୍ତାଳାପ ହୋଇଥିଲା ଯେଉଁଠାରେ ତାଙ୍କ ଭଉଣୀ ବିନା ପ୍ରେସକ୍ରିପସନରେ ସୁଶାନ୍ତଙ୍କୁ ଉଦାସୀନତାର ଔଷଧ ଦେଇଥିଲେ, ଯାହା ଉପରେ ରିୟା ଆପତ୍ତି ପ୍ରକାଶ କରିଥିଲେ । ଏହି ବିଷୟକୁ ନେଇ ରିୟା-ସୁଶାନ୍ତଙ୍କ ମଧ୍ୟରେ ଵିତର୍କ ହୋଇଥିଲା ଏବଂ ସୁଶାନ୍ତ ରିୟାଙ୍କୁ ଘରୁ ବାହାରି ଯିବାକୁ କହିଥିଲେ ।

ରିୟାଙ୍କ ଗିରଫ ଉପରେ ଓକିଲଙ୍କ ବୟାନ

ସତୀଶ ମାନଶିନ୍ଦେ ଆଗକୁ କହିଛନ୍ତି କି, ସୁଶାନ୍ତଙ୍କ ଏହିପରି କହିବା ପରେ ରିୟା ଘରୁ ବାହାରି ଯାଇଥିଲେ ଏବଂ ସୁଶାନ୍ତଙ୍କ ନମ୍ବରକୁ ବ୍ଲକ୍ ମଧ୍ୟ କରିଦେଇଥିଲେ । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଏହା ଯେ ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ମାନଶିନ୍ଦେ କହିଛନ୍ତି, ସୁଶାନ୍ତଙ୍କ ପିତାଙ୍କ କହିବାନୁସାରେ ପାଟଣାରେ ଏଫଆଈଆର ଦାଖଲ କରାଯାଇଥିଲା । ED ମଧ୍ୟ ପୀଏମଏଲଏ ଅଧୀନରେ ତଦନ୍ତ ଆରମ୍ଭ କରିଛି । ED ରିୟାଙ୍କ ଫୋନ୍ ନେଇଯାଇଥିଲା ଏବଂ ଯେତେବେଳେ ତାଙ୍କ ଠାରୁ ଡ୍ରଗ୍ସ ସମ୍ବନ୍ଧୀୟ ଗୋଟିଏ ଚ୍ୟାଟ୍ ଉଦ୍ଧାର କରାଯାଇଥିଲା, ସେତେବେଳେ ଅଧିକ ଅନୁସନ୍ଧାନ ପାଇଁ ଏହାକୁ NCBକୁ ହସ୍ତାନ୍ତର କରି ଦିଆଯାଇଥିଲା । CBI ମଧ୍ୟ ଅନେକ ଥର ରିୟାଙ୍କୁ ପଚରାଉଚରା କରିଛି । NCB ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିସାରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ ପ୍ରଥମ ଦିନ ହିଁ ମାଜିଷ୍ଟ୍ରେଟଙ୍କ ଅଦାଲତ ଜାମିନରେ ମୁକ୍ତ କରିଦେଇଛି କାରଣ ସେମାନଙ୍କ ବିରୁଦ୍ଧରେ ଧାରା ୨୭A ଲାଗୁ କରାଯାଇନଥିଲା । କଷ୍ଟୋଡିକୁ ନିଆଯାଇଥିବା ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଧାରା ୨୭A ବ୍ୟତୀତ, ଅନ୍ୟ ଅପରାଧ ସମାନ ଅଟେ ।

ରିୟାଙ୍କ ବିରୁଦ୍ଧରେ NCB

ଆପଣଙ୍କୁ କହିରଖୁଛୁ କି ଡ୍ରଗ୍ସ ଚ୍ୟାଟ୍ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଘର ଉପରେ NCB ଚଢ଼ାଉ କରିଥିଲା, ଯାହା ପରେ NCB ହାତରେ ଏହିପରି ଅନେକ ପ୍ରମାଣ ଲାଗିଥିଲା ଯାହା ରିୟାଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ ଥିଲା । ତିନି ଦିନ ଧରି ପଚରାଉଚରା ପରେ ରିୟା ଚକ୍ରବର୍ତ୍ତୀ ସେପ୍ଟେମ୍ବର ମାସ ୮ ତାରିଖରେ ଏନସୀବୀ ହେପାଜତକୁ ଆସିଥିଲେ ଏବଂ ତାଙ୍କୁ ବାୟଖଲା ଜେଲର ମହିଳା ୱିଙ୍ଗରେ ବନ୍ଦ କରିଦିଆଯାଇଥିଲା । ରିୟା କ୍ରମାଗତ ଭାବରେ କୋର୍ଟରେ ଜାମିନ ଆବେଦନ କରୁଛନ୍ତି, କିନ୍ତୁ ପ୍ରତ୍ୟେକ ଥର ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦିଆଯାଉଛି । ରିୟାଙ୍କ ବିଷୟରେ NCbB ସ୍ପଷ୍ଟ ଭାବେ କହିଛି କି ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ସିଧାସଳଖ ଜଡିତ ଥିଲେ ଏବଂ ପ୍ୟାଡଲର ମାନଙ୍କୁ ଅର୍ଥରାଶି ମଧ୍ୟ ପ୍ରଦାନ କରୁଥିଲେ । କେବଳ ଏତିକି ହିଁ ନୁହେଁ, ରିୟା ଅନେକ ବଡ କଳାକାର ମାନଙ୍କୁ ଡ୍ରଗ୍ସ ଯୋଗାଉ ଥିଲେ ।

Be the first to comment

Leave a Reply

Your email address will not be published.


*