ଆତ୍ମହତ୍ୟା ପୂର୍ବରୁ ରାତିରେ ସୁଶାନ୍ତ କରିଥିଲେ ପାର୍ଟି । ସେଠାରେ ଉପସ୍ଥିତ ଥିଲେ ଜଣେ ନାମୀ ରାଜନେତାଙ୍କ ପୁଅ !

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ବର୍ତ୍ତମାନ ଦେଢ଼ ମାସ ହେବାକୁ ବସିଲାଣି । ପ୍ରଶଂସକ ମାନେ ଏପର୍ଯ୍ୟନ୍ତ ଅଭିନେତାଙ୍କ ମୃତ୍ୟୁର ଦୁଃଖକୁ ଭୁଲି ପାରି ନାହାନ୍ତି । ଆପଣ ମାନେ ଜାଣିଥିବେ ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ତାଙ୍କର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୋଷ୍ଟମଟମ୍ ରିପୋର୍ଟରେ ଏହା କୁହାଗଲା ଯେ ତାଙ୍କର ମୃତ୍ୟୁ ନିଶ୍ୱାସ ନନେଇ ପାରିବା ଯୋଗୁଁ ହୋଇଛି । କିନ୍ତୁ ସୁଶାନ୍ତଙ୍କୁ ଭଲପାଉଥିବା କେତେକ ଲୋକ ଏହି କଥାକୁ ଗ୍ରହଣ କରିପାରି ନାହାନ୍ତି । ସେମାନଙ୍କ କହିବା ଅନୁସାରେ ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ତାଙ୍କୁ ହତ୍ୟା କରାଯାଇଛି । ତେବେ ଏହି କଥାର ସତ୍ୟାସତ୍ୟ ସମୟ ଅସିଲେ ଜଣାପଡ଼ିବ । ପୋଲିସ୍ ଏହି କେସରେ ବର୍ତ୍ତମାନ ତଦନ୍ତ ଜାରି ରଖିଛି । ମୁମ୍ବାଇ ପୋଲିସ୍ ଏହି ବାବଦରେ ୪୦ ଜଣରୁ ଅଧିକ ଲୋକଙ୍କ ବୟାନ ରେକର୍ଡ଼ କରିଛନ୍ତି ।

newstrend

ଏହି ସମୟରେ ବିହାର ପୋଲିସ୍ ମଧ୍ୟ ସୁଶାନ୍ତଙ୍କ କେସର ଯାଞ୍ଚରେ ତତ୍ପରତା ଦେଖାଇଛି । ତେବେ କଥା ହେଉଛି ନିକଟରେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହ ପାଟଣାର ରାଜୀଵ ନଗର ଥାନାରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଅନ୍ୟ ଚାରିଜଣ ଲୋକଙ୍କ ବିରୁଦ୍ଧରେ FIR ଲେଖାଇଛନ୍ତି । ସେ ରିୟାଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କ ସହିତ ପ୍ରେମର ନାଟକ କରୁଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରି ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ରିୟାଙ୍କୁ ଅଭିନେତା ସୁଶାନ୍ତଙ୍କର ATM କାର୍ଡ଼ର ପିନ୍ ମଧ୍ୟ ଜଣାଥିଲା । ଏହି ପରି ସୁଶାନ୍ତଙ୍କ କେସରେ ବହୁତ ନୂଆଁ ନୂଆଁ କଥା ସମ୍ନାକୁ ଆସିଛି ।

ପାର୍ଟିରେ ଉପସ୍ଥିତ ଥିଲେ ନେତାଙ୍କ ପୁଅ :-

newstrend

ଜଣେ ବରିଷ୍ଠ ସାମ୍ବାଦିକ ଏହି କଥା ଜୋର ଦେଇ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ରାତି ପୂର୍ବରୁ ତାଙ୍କ ଘରେ ଗୋଟିଏ ପାର୍ଟି ହୋଇଥିଲା । ଏହି ପାର୍ଟି ସୁଶାନ୍ତ ହିଁ ତାଙ୍କ ଆତ୍ମହତ୍ୟା ପୂର୍ବରୁ ରଖିଥିଲେ । ଟାଇମ୍ସ ନାଓର ଗୋଟିଏ ରିପୋର୍ଟ ଅନୁସାରେ ଏହି ପାର୍ଟିରେ ଜଣେ ନାମୀ ନେତାଙ୍କ ପୁଅ ମଧ୍ୟ ସାମିଲ ଥିଲେ । ପୁଣି ଏହା ମଧ୍ୟ ଖବର ଏହା ମଧ୍ୟ ଆସିଛି ଯେ ପାର୍ଟିରେ ସୁଶାନ୍ତଙ୍କ ସହିତ ଯୁକ୍ତି ତର୍କ ମଧ୍ୟ ହୋଇଥିଲା ଏହା ପରେ ସେ ପାର୍ଟି ଛାଡି ଚାଲି ଯାଇଥିଲେ । ବର୍ତ୍ତମାନ ଏହି କଥା ଉପରେ ମଧ୍ୟ ଜୋର ଦିଆଯାଉଛି କି ମୁମ୍ବାଇ ପୋଲିସର ଏହି କେସକୁ ଢିଲା ଛାଡିବାର କାରଣ ସେହି ନାମୀ ନେତାଙ୍କ ପୁଅ ମଧ୍ୟ ହୋଇ ପାରନ୍ତି । କୁହାଯାଉଛି କି ପାର୍ଟି ପରେ ସୁଶାନ୍ତ ଅନ୍ଲାଇନ ଗେମ୍ ମଧ୍ୟ ଖେଳିଥିଲେ । ଦ୍ଵିତୀୟ କଥା ହେଉଛି ପାର୍ଟି ଦିନ ରାତିରେ ସୁଶାନ୍ତଙ୍କ ବିଲ୍ଡିଂର ସିସିଟିଭି କ୍ୟାମେରା ମଧ୍ୟ କାମ କରୁନଥିଲା ।

ଅନ୍ୟ ପଟେ ନିଜ ବିରୁଦ୍ଧରେ FIR ଲେଖା ହେବା ପରେ ରିୟା ଚକ୍ରବର୍ତ୍ତୀ ନିଜ ପକ୍ଷରୁ ଗୋଟିଏ ଆବେଦନ ପତ୍ର ଦାଖଲ କରିଛନ୍ତି । ତାଙ୍କର କହିବା କଥା ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କର କୌଣସି ହାତ ନାହିଁ । ରିୟା ଏହି କଥା ଉପରେ ଜୋର ଦେଇଛନ୍ତି ଯେ ସୁଶାନ୍ତଙ୍କ ପଛରେ କେତେକ ବରିଷ୍ଠ ଲୋକ ଲାଗିଥିଲେ । ଯେଉଁ ମାନେ କି ବର୍ତ୍ତମାନ ମୋତେ ଫସାଇବାକୁ ତାଙ୍କ ପରିବାର ଲୋକଙ୍କୁ ଉକ୍ସାଉଛନ୍ତି । ରିୟା ଏହା ମଧ୍ୟ କହିଛନ୍ତି ଏପରି ଲୋକ ମାନଙ୍କ ସହିତ ମଧ୍ୟ ଯୋଗା ଯୋଗ କରାଯାଉଛି ଯେଉଁ ମାନେ ମୋ ବିରୁଦ୍ଧରେ ସାକ୍ଷୀ ଦେବେ ।

Be the first to comment

Leave a Reply

Your email address will not be published.


*