ସୁଶାନ୍ତ ମାମଲା: ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଏହି ନୂତନ ଆଦେଶ କରନ୍ ଜୋହାର ଏବଂ ମହେଶ ଭଟ୍ଟଙ୍କ ଅସୁବିଧାକୁ ବଢାଇପାରେ ।

ସୁଶାନ୍ତ ମାମଲା: ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଏହି ନୂତନ ଆଦେଶ କରନ୍ ଜୋହାର ଏବଂ ମହେଶ ଭଟ୍ଟଙ୍କ ଅସୁବିଧାକୁ ବଢାଇପାରେ ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ସିବିଆଇ ଯାଞ୍ଚ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି । ବର୍ତ୍ତମାନ ସୁବ୍ରମନ୍ୟୁ ସ୍ୱାମୀ ପିଏମ ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସୁବ୍ରମନ୍ୟୁ ସ୍ୱାମୀ ମୋଦିଙ୍କୁ ଅନୁରୋଧ କରିଛନ୍ତି କି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ସିବିଆଇଙ୍କୁ ଦିଆଯାଉ । ପୁଣି ଆଜି ଏହି ମାମଲାକୁ ନେଇ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଏକ ବୟାନ ସାମ୍ନାକୁ ଆସିଛି ଓ ମହାରାଷ୍ଟ୍ରର ଗୃହମନ୍ତ୍ରୀ କହିଲେ କି ଶୀଘ୍ର ଏହି ମାମଲାକୁ ନେଇ ମହେଶ ଭଟ୍ଟଙ୍କ ବୟାନ ଦାଖଲ କରାଯାଉ ।

newstrend

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି କହିଛନ୍ତି କି ଏହି ପର୍ଯ୍ୟନ୍ତ ୩୭ଲୋକଙ୍କ ବୟାନ ହୋଇସାରିଛି । ମହେଶ ଭଟ୍ଟଙ୍କ ବୟାନ ମଧ୍ୟ ଦିନେ ଦୁଇ ଦିନ ଭିତରେ ଦାଖଲ କରାଯିବ । ତାହା ସହ କରନ୍ ଜୋହାରଙ୍କ ମ୍ୟାନେଜରକୁ କଲ୍ କରି ବୟାନ ଦାଖଲ କରିବା ପାଇଁ ଡକାଯାଇଛି ଓ ଦରକାର ପଡ଼ିଲେ କରନ୍ ଜୋହାରଙ୍କୁ ପୋଲିସ୍ ଡାକିପାରିବ ।

newstrend

ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ଏକ ପୋଷ୍ଟରେ ଲେଖିଥିଲେ ଓ କହିଥିଲେ କି ସୁଶାନ୍ତ ସିଂ ରାଜପୁତଙ୍କ ସହ ମିଶିଲା ପରେ ତାଙ୍କୁ ଅନୁଭବ ହେଲା କି ସେ ପ୍ରବୀଣ ବୋବିଙ୍କ ଇଶାରାରେ ଚାଲୁଛନ୍ତି । ଏତିକି ନୁହେଁ ମହେଶ ଭଟ୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ଠାରୁ ଅଲଗା ହେବା ପାଇଁ ମଧ୍ୟ କହିଥିଲେ ।

କଂଗନାଙ୍କ ମଧ୍ୟ ହେବ ବୟାନ ଦାଖଲ:-

newstrend

ଅନୀଲ ଦେଶମୁଖ କହିଲେ କି ଅଭିନେତ୍ରୀ କଂଗନା ରନାୱତଙ୍କୁ ମଧ୍ୟ ବୟାନ ପାଇଁ ଡକାହେଇଛି ଓ ଏହି କେସକୁ ନେଇ ତାଙ୍କର ମଧ୍ୟ ବୟାନ ଦାଖଲ କରାଯିବ । କଂଗନା କିଛି ଦିନ ପୂର୍ବରୁ ଏକ ନ୍ୟୁଜ୍ ଚଂନେଲରେ ଇଣ୍ଟରଭ୍ୟୁ ଦେଇଥିଲେ । ଇଣ୍ଟରଭ୍ୟୁ ଦେଇ କଂଗନା କହିଥିଲେ କି ତାଙ୍କୁ ମୁମ୍ବାଇ ପୋଲିସ୍ ତରଫରୁ କଲ୍ ଆସିଥିଲା । ସେତେବେଳେ ସେ ମୋନାଲିରେ ଥିଲେ । ଏହି କାରଣରୁ ସେ ବୟାନ ଦାଖଲ କରିପାରିନଥିଲେ । କଂଗନା କହିଲେ କି ସେ ପୋଲିସକୁ କହିଥିଲେ କି କାହାକୁ ମଧ୍ୟ ତାଙ୍କ ବୟାନ ଦର୍ଜ କରିବାପାଇଁ ସେ ମୋନାଲିକୁ ପଠାନ୍ତୁ । ତା’ପରେ ପୋଲିସ୍ ତାଙ୍କୁ କିଛି ମଧ୍ୟ ସଂପର୍କ ରଖିନଥିଲା । ଏତିକି ନୁହଁ କଂଗନା ଏହା ମଧ୍ୟ ଦାବି କରିଛନ୍ତି କି ଯଦି ତାଙ୍କ କଥା ସତ୍ୟ ବୋଲି ପ୍ରମାଣ ନ କରିପାରନ୍ତି ତେବେ ସେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରେଇଦେବେ । କଂଗନା ଏହି ମାମଲାରେ ମହେଶ ଭଟ୍ଟ ଓ କରନ୍ ଜୋହାରଙ୍କ ବୟାନ ଦାଖଲ କରିଲେ କି ନାହିଁ ବୋଲି ପ୍ରଶ୍ନ ଉଠେଇଥିଲେ ଓ କହିଥିଲେ କି କାହିଁକି ଏହି ଲୋକଙ୍କୁ ପୋଲିସ୍ ବୟାନ ଦର୍ଜ କରିବା ପାଇଁ ଡାକୁନାହାନ୍ତି । କଂଗନାଙ୍କ ଏହି ଇଣ୍ଟରଭ୍ୟୁ ପରେ ବର୍ତ୍ତମାନ ଅନୀଲ ଦେଶମୁଖଙ୍କ ଏହି ବୟାନ ଆସିଛି ।

newstrend

୧୪ ଜୁନରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ ଓ ମୁମ୍ବାଇ ପୋଲିସ୍ ଏହି ମାମଲାକୁ ଯାଞ୍ଚ କରୁଛି । ଏହି ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବହୁତ ନିକଟତର ଲୋକମାନଙ୍କ ବୟାନ ଦାଖଲ କରି ସାରିଛି ।

ସିବିଆଇକୁ କେଶ ଦେବା ପାଇଁ ମନା କରୁଥିଲେ:-

ଗତ କିଛି ଦିନ ତଳେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବା ପାଇଁ ମନା କରିଥିଲେ ଓ କହିଥିଲେ ମୁମ୍ବାଇ ପୋଲିସ୍ ନିଜ କାମ ଠିକ୍ ରୂପେ କରୁଛି । କିନ୍ତୁ ଆଜି ଏହି କେସକୁ ନେଇ ତାଙ୍କ ବୟାନ ସାମ୍ନାକୁ ଆସିଛି । ଯେ ପୁଣିଥରେ ଏହି କେସ୍ ପାଇଁ ସିବିଆଇ ଯାଞ୍ଚ କରିବା ପାଇଁ ଅନୁମତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *