ସୁଶାନ୍ତଙ୍କ ଆକାଉଣ୍ଟରେ ହୋଇଥିଲା ୭୦ କୋଟିର କାରବାର : ଜାଣନ୍ତୁ ରିୟା ନେଇଥିଲେ କେତେ…

ସୁଶାନ୍ତଙ୍କ ଆକାଉଣ୍ଟରେ ହୋଇଥିଲା ୭୦ କୋଟିର କାରବାର : ଜାଣନ୍ତୁ ରିୟା ନେଇଥିଲେ କେତେ…

ନୂଆଦିଲ୍ଲୀ,୩୦/୮: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଏନସିବି ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏଜେନ୍ସି ସୁଶାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପଚରାଉଚରା କରୁଛି । ଏହା ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନେଇ ବଡ ଖୁଲାସା ହୋଇଛି । ଏହି ଖୁଲାସା ମୁମ୍ବାଇ ପୋଲିସ କରିଥିବା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନସିକ୍ ଅଡିଟ୍ ରିପୋର୍ଟରେ ହୋଇଛି ।

Google

ସୁଶାନ୍ତଙ୍କ ବ୍ୟାଙ୍କ ଖାତାର ୫ ବର୍ଷର ଅଡିଟ୍ ରିପୋର୍ଟରେ ଏହି ଘଟଣା ସାମନାକୁ ଆସିଛି । ତାଙ୍କ ବ୍ୟାଙ୍କ ଖାତାରେ ଗତ ୫ ବର୍ଷରେ ୭୦ କୋଟି ଟଙ୍କାର କାରବାର ହୋଇଛି ଓ ସେଥିରୁ ଖର୍ଚ୍ଚ ମଧ୍ୟ ହୋଇଛି । ସୁଶାନ୍ତ ଆୟ କରିଥିବା ୭୦ କୋଟି ଟଙ୍କାରୁ ମୁମ୍ବାଇରେ ଏକ ଫ୍ଲାଟ କିଣିଥିଲେ, ଦାମୀ ଗାଡି ଓ ବାଇକ୍ କିଣିଥିଲେ। ଗ୍ରାଣ୍ଟ ଥର୍ନଟନ୍ ନାମକ କମ୍ପାନୀ ଦ୍ଵାରା କରାଯାଇଥିବା ଅଡିଟ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟରୁ କୌଣସି ଇଲେକଟ୍ରୋନିକ ଟ୍ରାଞ୍ଜାକସନ୍ ହୋଇନଥିଲା ।

Google

ସୁଶାନ୍ତ ଅଲଗା ଅଲଗା ବ୍ୟାଙ୍କରୁ ୫-୭ କୋଟିର ଏଫଡି ଓ କୋଟି କୋଟି ଟଙ୍କାର ମ୍ୟୁଚୁଆଲ ଫଣ୍ଡରେ ମଧ୍ୟ ନିବେଶ କରିଥିଲେ । ସେଭଳି ସୁଶାନ୍ତ ଏହି ୫ ବର୍ଷ ଭିତରେ ୫ କୋଟିର ଟ୍ୟାକ୍ସ ମଧ୍ୟ ଦେଇଥିଲେ । ସେ କୋଟି କୋଟି ଟଙ୍କା ନିଜର ମ୍ୟାନେଜମେଣ୍ଟ, ଷ୍ଟାଫ୍, ବୁଲାବୁଲି କରିବା ଓ ଘର ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ । କେବଳ ସେତିକି ନୁହେଁ, ସେ ୩ରୁ ୪ କୋଟି ଟଙ୍କା ନିଜ ଘର ଭଡା ପାଇଁ ଖର୍ଚ୍ଚ କରିଥିଲେ । ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ବ୍ୟାଙ୍କ ଖାତାର ଫରେନସିକ୍ ଅଡିଟ୍ କରାଇଥିଲା ।

Google

ତେବେ ରିୟା ଓ ତାଙ୍କ ପରିବାର ପାଇଁ ସୁଶାନ୍ତ କେତେ ଟଙ୍କା ଖର୍ଚ୍ଚ କରିଥିଲେ, ଇଡି ଏବେ ଏହାର ସୂଚନା ସଂଗ୍ରହ କରୁଛି । ସୁଶାନ୍ତ ବହୁ ଅର୍ଥ ରିୟା ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଇଡି ସନ୍ଦେହ କରୁଛି । ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇକୁ ଦିଆଯାଇଛି । ସିବିଆଇ ଟିମ୍ ମୁମ୍ବାଇରେ ଗତ ପ୍ରାୟ ୧ ସପ୍ତାହ ଧରି ତଦନ୍ତ କରୁଛି । ସିବିଆଇ ଏହି ସମୟରେ ସୁଶାନ୍ତଙ୍କ ସହ ସମ୍ପର୍କରେ ଥିବା ସବୁ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଏଥିରେ ରିୟା ମଧ୍ୟ ସାମିଲ ଅଛନ୍ତି । ରିୟାଙ୍କୁ ସିବିଆଇ ଶୁକ୍ରବାର ଦିନ ୧୦ ଘଣ୍ଟା ଓ ଶନିବାର ଦିନ ୭ ଘଣ୍ଟା ଧରି ପଚରାଉଚରା କରିଥିଲା ।

Leave a Reply

Your email address will not be published. Required fields are marked *