‘BJP’ର ରାଲି କରିବାକୁ ଯାଉଥିଲେ ‘ସୂର୍ଯ୍ୟବଂଶମ୍’ର ହିରୋଇନ୍ ! ବିମାନ ଦୁର୍ଘଟଣାରେ ଚାଲିଗଲା ନିଜର ଓ ନିଜ ପିଲାର ଜୀବନ…

‘BJP’ର ରାଲି କରିବାକୁ ଯାଉଥିଲେ ‘ସୂର୍ଯ୍ୟବଂଶମ୍’ର ହିରୋଇନ୍ ! ବିମାନ ଦୁର୍ଘଟଣାରେ ଚାଲିଗଲା ନିଜର ଓ ନିଜ ପିଲାର ଜୀବନ…

ସୋନି ମ୍ୟାକ୍ସ ଏବଂ ଅମିତାଭ ବଚ୍ଚନଙ୍କର ନାମ ଏକାଠି ଶୁଣି ଆମକୁ କେବଳ ସୂର୍ଯ୍ୟବଂଶମ୍ ଫିଲ୍ମର ନାମ ମନେ ପଡିଯାଇଥାଏ । ସୂର୍ଯ୍ୟବଂଶମକୁ ସୋନି ମ୍ୟାକ୍ସରେ ଏତେ ଥର ପ୍ରସାରିତ କରାଯାଇସାରିଛି କି ଲୋକମାନଙ୍କୁ ଏହାର ଚରିତ୍ର ଏବଂ ଡାଇଲୋଗ୍ ପର୍ଯ୍ୟନ୍ତ ସବୁ ମନେ ରହିଛି । ସୂର୍ଯ୍ୟବଂଶମର ନାମ ଯେତେବେଳେ ମଧ୍ୟ ସାମ୍ନାକୁ ଆସେ, ସେତେବେଳେ ଅମିତାଭ ବଚ୍ଚନଙ୍କ ସହ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କର ମୁହଁ ମଧ୍ୟ ସାମ୍ନାକୁ ଆସି ଯାଇଥାଏ । ସୌନ୍ଦର୍ଯ୍ୟା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ ।

ସୌନ୍ଦର୍ଯ୍ୟା ନିଜ ଛୋଟ କ୍ୟାରିଅରରେ ପ୍ରାୟତଃ ୧୧୪ଟି ଫିଲ୍ମରେ ନିଜ ଅଭିନୟ ପ୍ରଦର୍ଶନ କରିଥିଲେ । ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାରଙ୍କ ସହ ସୌନ୍ଦର୍ଯ୍ୟା କାମ କରିଥିଲେ । କେବଳ ଏତିକି ନୁହେଁ, ସେ ତାଙ୍କ ସମୟର ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ଥିଲେ । ବହୁତ କମ୍ ସମୟରେ ସୌନ୍ଦର୍ଯ୍ୟା ଆକାଶର ଉଚ୍ଚତାକୁ ଛୁଇଁ ଯାଇଥିଲେ, ଯେଉଁଠାକୁ ସମସ୍ତେ ପହଞ୍ଚି ପାରନ୍ତିନାହିଁ । କିନ୍ତୁ ଏହି ଅଭିନେତ୍ରୀ କେବେ ମଧ୍ୟ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ଡାକ୍ତରୀ ପାଠପଢ଼ା ପୂରଣ କରି ସୌନ୍ଦର୍ଯ୍ୟା ଡାକ୍ତର ହେବାକୁ ଚାହୁଁଥିଲେ ।

ସୌନ୍ଦର୍ଯ୍ୟାଙ୍କର ପିତା କେ. ଏସ.ସତ୍ୟାନାରାୟଣ କନ୍ନଡ଼ ଚଳଚ୍ଚିତ୍ରର ଜଣାଶୁଣା ଏକ୍ସନ୍ ଲେଖକ ଏବଂ ପ୍ରଯୋଜକ ଥିଲେ । ତାଙ୍କ ଘରର ପରିବେଶ ଚଳଚ୍ଚିତ୍ରମୟ ରହୁଥିଲା । ସୌନ୍ଦର୍ଯ୍ୟା ଡାକ୍ତରୀ ପଢ଼ାପଢିରେ ବ୍ୟସ୍ତ ରହୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ପିତାଙ୍କର ଜଣେ ବନ୍ଧୁ ତାଙ୍କୁ ଫିଲ୍ମ ପାଇଁ ଅଫର୍ ଦେଇଥିଲେ । ସୌନ୍ଦର୍ଯ୍ୟା କେବଳ ଏକ ଚେଷ୍ଟା ଭାବରେ ଫିଲ୍ମ କରିବାପାଇଁ ତାଙ୍କୁ ଭରି ଦେଇଥିଲେ । ଏଠାରୁ ସୌନ୍ଦର୍ଯ୍ୟାଙ୍କର ଫିଲ୍ମ କ୍ୟାରିଅରର ଡେବ୍ୟୁ ହୋଇଥିଲା । ଏହି ଫିଲ୍ମର ସଫଳତାର ପ୍ରଭାବ ଏହା ହୋଇଥିଲା କି ସୌନ୍ଦର୍ଯ୍ୟା ନିଜ ଡାକ୍ତରୀ ପାଠପଢାକୁ ଭୁଲିଗଲେ ଏବଂ ତାଙ୍କ ପାଇଁ ଅଭିନୟ ସବୁକିଛି ହୋଇଗଲା ।

ସୂଚନାଯୋଗ୍ୟ ଯେ, ସୌନ୍ଦର୍ଯ୍ୟା ଏକୁଟିଆ ଏଭଳି ଜଣେ ଅଭିନେତ୍ରୀ ଥିଲେ, ଯିଏକି ତାମିଲ୍, ତେଲୁଗୁ, କନ୍ନଡ଼, ମାଲାୟଲମ୍ ଏବଂ ହିନ୍ଦୀ ସିନେମାର ବଡ଼ ବଡ଼ ସୁପରଷ୍ଟାରଙ୍କ ସହ କାମ କରିଥିଲେ । ସେ ବଲିଉଡର ରାଜା ଅମିତାଭ ବଚ୍ଚନଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟ ଥଲାଇଭା ରଜନୀକାନ୍ତଙ୍କ ସହ ମଧ୍ୟ କାମ କରିଥିଲେ । ତେଲୁଗୁ ସୁପରଷ୍ଟାର୍ ନାଗାର୍ଜୁନଙ୍କ ସହ ହେଲୋ ବ୍ରଦର୍, ଭେଙ୍କଟେଶଙ୍କ ସହ ସେ ପବିତ୍ର ବନ୍ଧନ, ଏଥିସହିତ ମାଲାୟଲମ୍ ସୁପରଷ୍ଟାର୍ ମୋହନ ଲାଲଙ୍କ ସହ କିଲିଚୁଣ୍ଡନ୍ ମମ୍ପାଝାମ୍ ଭଳି ଫିଲ୍ମରେ କାମ କରିଥିଲେ । ସୂର୍ଯ୍ୟବଂଶମକୁ ଛାଡି ଦେବା ପରେ ତାଙ୍କର ପ୍ରାୟତଃ ସବୁ ଫିଲ୍ମ ସୁପରହିଟ୍ ପ୍ରମାଣିତ ହୋଇଥିଲା ।

୨୦୦୪ ମସିହାରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟିର ସଦସ୍ୟା ସ୍ୱୀକାର କରିଥିଲେ । ୨୦୦୪ ମସିହା ଏପ୍ରିଲ୍ ୧୭ ତାରିଖରେ ସୌନ୍ଦର୍ଯ୍ୟା ଆନ୍ଧ୍ରପ୍ରଦେଶର କରୀମନଗର ଲୋକସଭା ପଦ ଉପରେ ପ୍ରଚାର କରିବାପାଇଁ ଯାଉଥିଲେ । ସେ ବେଙ୍ଗାଲୁରୁରେ ଥିଲେ । ସେ ଚପରରୁ କରୀମନଗର ଯିବାକୁ ଥିଲେ । ଚପରରେ ପାୟଲଟ୍ ଏବଂ ସୌନ୍ଦର୍ଯ୍ୟାଙ୍କ ସହ ତିନିଜଣ ଲୋକ ଉପସ୍ଥିତ ଥିଲେ । ୧୦୦ ଫିଟର୍ ଉଚ୍ଚତାକୁ ଯିବା ମାତ୍ରେ ଉଡାଯାହାଜ ଦୁର୍ଘଟଣା ଘଟିଗଲା ଏବଂ ସେହି ସମୟରେ ସେ ଗର୍ଭବତୀ ଥିଲେ ।

Leave a Reply

Your email address will not be published. Required fields are marked *