ସୁନ୍ଦରତା ମାମଲାରେ କମ୍ ନୁହଁନ୍ତି ‘ସୋନୁ ସୁଦ୍’ଙ୍କ ସ୍ତ୍ରୀ ! ଯେଉଁଠି ଅନେକ ବଲିଉଡ ଅଭିନେତ୍ରୀ ମଧ୍ୟ ହାର୍ ମାନିବେ, ଜାଣନ୍ତୁ ସେମାନଙ୍କ ଲୋଭ୍ ଷ୍ଟୋରୀ…

ସୁନ୍ଦରତା ମାମଲାରେ କମ୍ ନୁହଁନ୍ତି ‘ସୋନୁ ସୁଦ୍’ଙ୍କ ସ୍ତ୍ରୀ ! ଯେଉଁଠି ଅନେକ ବଲିଉଡ ଅଭିନେତ୍ରୀ ମଧ୍ୟ ହାର୍ ମାନିବେ, ଜାଣନ୍ତୁ ସେମାନଙ୍କ ଲୋଭ୍ ଷ୍ଟୋରୀ…

ସୋନୁ ସୁଦ୍ ବଲିଉଡ ସାଙ୍ଗକୁ ଅନେକ ଲୋକଙ୍କ ମନରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଲୋକଙ୍କ ମନରେ ତାଙ୍କ ପ୍ରତି ଖୁବ୍ ଇଜ୍ଜତ ରହିଛି । ଯେଉଁ ଭଳି ଭାବରେ ସେ କରୋନା ମହାମାରୀ ସମୟରେ ଗରିବ ଲୋକଙ୍କର ସହାୟତା କରିଥିଲେ ତାହା ବାସ୍ତବରେ ପ୍ରଶଂସନୀୟ ଅଟେ । ସେ ସେହି ସବୁ ପ୍ରୟାସ କରିଥିଲେ ଯାହାଦ୍ୱାରା ଦିନ ମଜୁରିଆ ଗରିବ ଲୋକ ଠିକ୍ ଭାବରେ ନିଜ ଘରେ ପହଞ୍ଚି ପାରିବେ । ସେ ଅନେକ ଲୋକଙ୍କ ମୁହଁରେ ଖୁସି ଆଣିଛନ୍ତି । ସେ ଏସବୁ ସତ୍ତ୍ୱେ ଅନେକ ପିଲାଙ୍କର ପାଠ ପଢ଼ା ଖର୍ଚ୍ଚ ମଧ୍ୟ ଉଠାଇଛନ୍ତି । ସବୁ କାମକୁ ଠିକ୍ ଭାବରେ କରୁଛନ୍ତି ଯେଉଁଥିରେ ବଡ଼ ବଡ଼ ସରକାର ବିଫଳ ହୋଇ ସାରିଛନ୍ତି । ସେ ବାସ୍ତବରେ ଜଣେ ଭଗବାନଙ୍କ ଭଳି ଲୋକଙ୍କର ସାହାଯ୍ୟ କରୁଛନ୍ତି ।

ନିକଟରେ ସୋନୁ ସୁଦ୍ ନିଜର କରୋନା ଟେଷ୍ଟ କରାଇଥିଲେ ଯେଉଁଥିରେ ସେ ପୋଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇସୋଲେସନ୍ ଏବଂ ଔଷଧ ପରେ ଏବେ ସେ ନେଗେଟିଭ୍ ହୋଇ ସାରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ସେ ଏହି ଖବର କୁ ନିଜ ଇନଷ୍ଟାଗ୍ରାମ୍ ଜରିଆରେ ତାଙ୍କ ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି । ଆମେ ସମସ୍ତେ ସୋନୁ ସୁଦଙ୍କୁ ଖୁବ୍ ଭଲଭାବରେ ଜାଣିଛୁ କିନ୍ତୁ ସୋନୁ ସୁଦଙ୍କ ପରିବାର ଲାଇମଲାଇଟ୍ ଏବଂ ମିଡ଼ିଆ ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାଏ । ତେଣୁ ଚାଲନ୍ତୁ ଆଜି ଆମେ ‘ସୋନୁ ସୁଦ୍’ଙ୍କ ପତ୍ନୀ ଅର୍ଥାତ ‘ସୋନାଲି ସୁଦ୍’ଙ୍କ ବିଷୟରେ କହିବୁ ଯିଏକି ଖୁବ୍ ସୁନ୍ଦରୀ ଅଟନ୍ତି ।

କହିରଖୁଛୁ ଯେ ସୋନୁ ସୁଦ୍ ଏବଂ ସୋନାଲି ସୁଦ୍ କଲେଜ୍ ସମୟରେ ପରସ୍ପର ସହିତ ପରିଚିତ ହୋଇଥିଲେ । ସେହି ସମୟରେ ସୋନୁ ସୁଦ୍ ନାଗପୁରର ‘ଯଶବନ୍ତରାୱ ଚୱ୍ହାଣ କଲେଗ୍ ଅଫ୍ ଇଂଜିନିୟରିଂ (YCCE)’ରୁ ଇଂଜିନିୟରିଂ କରୁଥିଲେ ଏବଂ ସେହି ସମୟରେ ସହରରେ ସୋନାଲି MBA ପଢ଼ୁଥିଲେ । କଲେଜ୍ ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା ଏବଂ ସୋନାଲିଙ୍କ ସୁନ୍ଦରତା ଦେଖିବା ମାତ୍ରେ ସୋନୁ ସୁଦ୍ ତାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ । ଯେଉଁଠି ସୋନୁ ଏକ ପଞ୍ଜାବୀ ପରିବାରରୁ ଥିଲେ ସୋନାଲି ଏକ ତେଲୁଗୁ ପରିବାରର ଥିଲେ । ଦୁହିଁଙ୍କ ମଧ୍ୟରେ କିଛି ଅସମାନତା ସତ୍ତ୍ୱେ ବି ଦୁହେଁ ପରସ୍ପରକୁ ଖୁବ୍ ପସନ୍ଦ କରୁଥିଲେ ।

କିଛି ବର୍ଷ ପର୍ଯ୍ୟନ୍ତ ଡେଟ୍ କରିବା ପରେ ସୋନୁ ଏବଂ ସୋନାଲି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ମାତ୍ର ସେହି ସମୟରେ ସୋନୁ ଫିଲ୍ମରେ ଏଣ୍ଟ୍ରି କରି ନଥିଲେ । ସୋନାଲି ତଥାପି ସବୁବେଳେ ତାଙ୍କ ସପକ୍ଷରେ ଥିଲେ ଏବଂ ୧୯୯୬ ସେପ୍ଟେମ୍ବର ୨୫ରେ ସେ ବିବାହ କରିଥିଲେ । ବିବାହ ପରେ ସୋନୁ ମୋଡେଲିଙ୍ଗରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଫିଲ୍ମ ପାଇବାକୁ ଖୁବ୍ ସଂଘର୍ଷ କରୁଥିଲେ । ସେହି ଅସୁବିଧା ସମୟରେ ମଧ୍ୟ ସୋନାଲି ଅଭିନେତାଙ୍କ ହାତ ଛାଡ଼ି ନଥିଲେ ଏବଂ ମୁମ୍ବାଇର ଏକ ‘ରୁମ୍’ରେ ତାଙ୍କ ସହିତ ରହିଲେ । ସୋନାଲିଙ୍କୁ ଏହା ଜଣା ନଥିଲା ଯେ ସେ ଆକ୍ଟର୍ ହେବେ ବୋଲି ବାସ୍ ସେ ଚାହୁଁଥିଲେ ଯେ ସୋନୁ ନିଜର ସମସ୍ତ ଇଚ୍ଛା ପୂରଣ କରନ୍ତୁ ବୋଲି । ବାସ୍ତବରେ ସେ ସୋନୁଙ୍କୁ ସଚ୍ଚା ପ୍ରେମ କରୁଥିଲେ । ଯେଉଁ ସପୋର୍ଟ କାରଣରୁ ବର୍ତ୍ତମାନ ସୋନୁ ଜଣେ ବଲିଉଡ ଅଭିନେତା ଅଟନ୍ତି ।

Leave a Reply

Your email address will not be published. Required fields are marked *