ଅମୃତା ସିଂହଙ୍କ କାରଣରୁ ଖୋଲିଲା ସନୀ ଦେଓଲଙ୍କ ବିବାହର ରହସ୍ୟ ! ୩୫ ବର୍ଷ ପରେ ସମ୍ନାକୁ ଆସିଲେ ଅଭିନେତାଙ୍କ ପତ୍ନୀ ।

ଅମୃତା ସିଂହଙ୍କ କାରଣରୁ ଖୋଲିଲା ସନୀ ଦେଓଲଙ୍କ ବିବାହର ରହସ୍ୟ ! ୩୫ ବର୍ଷ ପରେ ସମ୍ନାକୁ ଆସିଲେ ଅଭିନେତାଙ୍କ ପତ୍ନୀ ।

ବଲିଉଡ଼ର ଦମଦାର ଆକ୍ସନ ହିରୋଙ୍କ ଲିଷ୍ଟରେ ଟୋପରେ ରହିଥିବା ସନୀ ଦେଓଲ ଆଜି ଅର୍ଥାତ ଅକ୍ଟୋବର ୧୯ରେ ନିଜର ଜନ୍ମଦିନ ଉତ୍ସବ ପାଳନ କରୁଛନ୍ତି, ଯେଉଁ କାରଣରୁ ତାଙ୍କର ଫ୍ୟାନ୍ ମାନେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ନିକଟରେ ସନୀ ଦେଓଲ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ି ଥିଲେ, ଯେଉଁଥିରେ ସେ ଜିତି ଥିଲେ, ଏହାପରେ ସେ ସାଂସଦ ହୋଇ ଯାଇଥିଲେ । କିନ୍ତୁ ତଥାପି ଆଜି ତାଙ୍କର ବ୍ୟକ୍ତିଗତ ଜୀବନ, ଭଳି ଅଫେୟାର ଏବଂ ପରିବାର ବିଷୟରେ ଜାଣିବାକୁ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ତାଙ୍କ ପତ୍ନୀ ପୂଜାଙ୍କ ବିଷୟରେ କହିବୁ, ଯିଏ ୩୫ ବର୍ଷ ପରେ ମିଡିଆ ସମ୍ନାକୁ ଆସିଛନ୍ତି ।

newstrend

ବଲିଉଡ଼ ଅଭିନେତା ସନୀ ଦେଓଲଙ୍କ ବହୁତ ରୋମାଣ୍ଟିକ ଥାଏ, ଯେଉଁ କାରଣରୁ ତାଙ୍କର ଅଫେୟାର ଅନେକ ଅଭିନେତ୍ରୀଙ୍କ ସହିତ ରହିଥାଏ । ଏହି ବିଷୟରେ ଡିମ୍ପଲ ଏବଂ ଅମୃତା ସିଂହଙ୍କ ନାମ ମଧ୍ୟ ସାମିଲ ରହିଛି । ଅମୃତା ସିଂହ ଙ୍କ ସହିତ ସନୀ ଦେଓଲ ଙ୍କ ବିବାହ କଥା ମଧ୍ୟ ହୋଇଥିଲା , କିନ୍ତୁ ଯାଞ୍ଚ ପରେ ତାଙ୍କର ରହସ୍ୟ ସମସ୍ତଙ୍କ ସମ୍ନାକୁ ଆସିଥିଲା ଏବଂ ପରେ ଅମୃତା ସିଂହଙ୍କର ମାଆ ଏହି ବିବାହ ପାଇଁ ମନା କରି ଦେଇଥିଲେ । ପ୍ରକୃତରେ ଅମୃତା ସିଂହଙ୍କ ମାଆ ସନୀ ଦେଓଲଙ୍କ ବିଷୟରେ ସନ୍ଧାନ କରିବାରୁ କିଛି ଏପରି କଥା ସମ୍ନାକୁ ଆସିଥିଲା ଯେଉଁ କାରଣରୁ ସେ ସଙ୍ଗେ ସଙ୍ଗେ ଏହି ବିବାହ ପାଇଁ ମନା କରି ଦେଇଥିଲେ ।

ଏହି କାରଣରୁ ଅମୃତା ସିଂଙ୍କ ସମ୍ପର୍କ ଭାଙ୍ଗିଗଲା

newstrend

ଅମୃତା ସିଂହଙ୍କ ମାଆଙ୍କୁ ସନୀ ଦେଓଲ ଆଦୌ ପସନ୍ଦ ନଥିଲେ, କିନ୍ତୁ ଝିଅର ଖୁସି ପାଇଁ ସେ ବିବାହ ଫାଇନାଲ ହେବା ପୂର୍ବରୁ ସନୀଙ୍କ ବିଷୟରେ ଅନୁସନ୍ଧାନ କରିଥିଲେ, ଯେଉଁଥିରେ ଏହା ଜଣା ପଡ଼ିଥିଲା ଯେ ସେ ପୂର୍ବରୁ ହିଁ ବିବାହିତ ଥିଲେ ବୋଲି, ଯେଉଁ କାରଣରୁ ସେ ବିବାହ ପାଇଁ ମନା କରି ଦେଇଥିଲେ । ଅମୃତା ସିଂହଙ୍କ ମାଆ କହିଥିଲେ ଯେ ସନୀ ଦେଓଲଙ୍କ ପତ୍ନୀ ଲଣ୍ଡନରେ ରହନ୍ତି, ଯାହାଙ୍କ ନାମ ପୂଜା ଅଟେ ଏବଂ ତାଙ୍କୁ ସନୀ ଦେଓଲ ବିବାହ କରିଥିଲେ । ତା’ପରେ ଅମୃତା ସିଂହ ମଧ୍ୟ ବିବାହ ପାଇଁ ମନା କରି ଦେଇଥିଲେ ।

ଏଥିପାଇଁ ଲୁଚାଇଥିଲେ ନିଜ ବିବାହ

ସନୀ ଦେଓଲ ପୂଜାଙ୍କ ସହିତ ନିଜ ବିବାହ ଖବରକୁ ଅନେକ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରହିଥିଲେ । ଏହା ପଛରେ ଆଉ ଏକ କାରଣ ଥିଲା ଯେ ସେ ଲାଇମଲାଇଟ ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଏବଂ ସେଥିରେ ସନୀଙ୍କ କ୍ୟାରିଅରର ପ୍ରଶ୍ନ ମଧ୍ୟ ଥିଲା । ଏହିପରି ୧୯୮୪ରେ ଦୁହିଁଙ୍କ ବିବାହର ଖବର ସମସ୍ତଙ୍କ ସମ୍ନାକୁ ଆସିଥିଲା, ଯେଉଁ ବିଷୟରେ ଜାଣିବା ପରେ ସମସ୍ତଙ୍କ ପାଦ ତଳୁ ଯେପରି ମାଟି ଖସି ଯାଇଥିଲା । ସନୀ ଦେଓଲ ଏବଂ ପୂଜାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି ଯାହାଙ୍କ ନାମ କରନ୍ ଏବଂ ରାଜୀବ ଅଟେ । ନିକଟରେ ସନୀ ଦେଓଲଙ୍କ ପୁଅ କରନ୍ ଦେଓଲ “ପଲ୍ ପଲ୍ ଦିଲ୍ କେ ପାସ୍”ରେ ବଲିଉଡ଼ରେ ଡେବ୍ୟୁ କରିଛନ୍ତି ।

newstrend

ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ମିଡିଆ ଠାରୁ ଲୁଚି ରହିଥିବା ପୂଜାଙ୍କୁ ନିଜ ପିଲାଙ୍କ ସ୍ନେହ ସମସ୍ତଙ୍କ ସମ୍ନାକୁ ଆସିବାକୁ ବାଧ୍ୟ କରିଥିଲା । ଏହିପରି ତାଙ୍କ ପୁଅର ପ୍ରଥମଥର ପାଇଁ ଫିଲ୍ମ ପ୍ରମୋସନ ପାଇଁ ସେ ସମସ୍ତଙ୍କ ସମ୍ନାକୁ ଆସିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । କୁହାଯାଉଛି ଯେ ୩୫ ବର୍ଷ ପରେ ପୂଜାଙ୍କୁ କ୍ୟାମେରାରେ ଦେଖାଯାଇଛି । ବାସ୍ତବରେ ପୂଜାଙ୍କୁ ଲାଇମଲାଇଟର ଦୁନିଆ ଆଦୋୖ ପସନ୍ଦ ନୁହେଁ ଯେଉଁ କାରଣରୁ ସେ ଏସବୁ ଠାରୁ ଦୂରରେ ରହନ୍ତି ।

Leave a Reply

Your email address will not be published. Required fields are marked *