ସୁନୀଲ ସେଟ୍ଟୀ କାହିଁକି ମିଥୁନ ଚକ୍ରବର୍ତ୍ତୀ ଏବଂ ଏହି ଅଭିନେତା ମାନଙ୍କ ଆଗରେ ମୁଣ୍ଡ ନୁଆଇଁ ଥାନ୍ତି ? ଆସନ୍ତୁ ଜାଣିବା

ସୁନୀଲ ସେଟ୍ଟୀଙ୍କୁ ବହୁତ ଲୋକ ପ୍ରଶଂସା କରନ୍ତି । ସେ ବୋଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ ନାମ ଅର୍ଜନ କରିଛନ୍ତି । ଆଜି ମଧ୍ୟ ସୁନୀଲ ସେଟ୍ଟୀ ଅନେକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ବଲିଉଡ଼ରେ ଅନେକ ସୁପର ହିଟ୍ ଚଳଚିତ୍ର କରିଛନ୍ତି । ଯେପରିକି ହେରାଫେରି, ବୋର୍ଡର, ବଲବାନ ଓ ମୋହରା ଭଳି ସୁପର ହିଟ୍ ଚଳଚିତ୍ର ଗୁଡ଼ିକରେ ଅଭିନୟ କରିଛନ୍ତି । ବୋଲିଉଡ଼ ଇଣ୍ଡଷ୍ଟ୍ରିର ଏତେ ମହାନ ଅଭିନେତା ହେଲା ପରେ ମଧ୍ୟ ସେ କେତେକ ଅଭିନେତାଙ୍କ ପାଦ ଆଜି ମଧ୍ୟ ଛୁଇଁ ଥାନ୍ତି । ସବୁବେଳେ ତାଙ୍କ ଆଗରେ ମୁଣ୍ଡ ନୁଆଇଁ ଥାନ୍ତି । ଚାଲନ୍ତୁ ସେହି ଅଭିନେତାଙ୍କ ବିଷୟରେ ଜାଣିବା ।

୧) ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନଙ୍କୁ ବଲିଉଡ଼ ଇଣ୍ଡଷ୍ଟ୍ରିର ସବୁ ଅଭିନେତା ସମ୍ମାନ କରନ୍ତି । ଏହି ମହାନ ଅଭିନେତା ଗତ ୫୦ ବର୍ଷରୁ ବଲିଉଡ଼ରେ କାମ କରି ଆସୁଛନ୍ତି । ଅମିତାଭ ବଚ୍ଚନ ବଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଅନେକ ସୁପର ହିଟ୍ ଚଳଚିତ୍ର ଗୁଡ଼ିକ କରିଛନ୍ତି । ଯେପରିକି ମର୍ଦ, ଡୋନ୍, ସୂର୍ଯ୍ୟ ବଂଶମ୍, କୁଲୀ ଚଳଚିତ୍ର ଗୁଡ଼ିକ ସାମିଲ୍ ଅଛି । ଏହି ସୁପର ଚଳଚିତ୍ର ପାଇଁ ମହାନ ଅଭିନେତା ଅମିତାଭ ବଚ୍ଚନଙ୍କୁ ଅନେକ ଥର ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । ଅମିତାଭ ବଚ୍ଚନ ଓ ସୁନୀଲ ସେଟ୍ଟୀଙ୍କ ବିଷୟରେ କହିବାକୁ ଗଲେ ଏହି ଦୁହେଁ ମଧ୍ୟ ଅନେକ ଚଳଚିତ୍ରରେ ମିଶି ଅଭିନୟ କରିଛନ୍ତି । ଅମିତାଭ ବଚ୍ଚନ ଓ ସୁନୀଲ ସେଟ୍ଟୀ ମିଶି ଅଭିନୟ କରିଥିବା ଚଳଚିତ୍ର ସୁଟଆଉଟକୁ ଦର୍ଶକମାନେ ଏମାନଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହି ଚଳଚିତ୍ର ପରେ ସୁନୀଲ ସେଟ୍ଟୀ ଅମିତାଭ ବଚ୍ଚନଙ୍କୁ ବହୁତ ସମ୍ମାନ ଦେବାକୁ ଲାଗିଲେ । ଏହାପର ଠାରୁ ସେ ସବୁବେଳେ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ଥାନ୍ତି ଓ ତାଙ୍କ ଆଗରେ ମୁଣ୍ଡ ନୁଆଇଁ ଥାନ୍ତି ।

୨) ଦିଲୀପ କୁମାର

ଦିଲୀପ କୁମାର ମହାନ ଅଭିନେତାଙ୍କ ମଧ୍ୟରେ ଏକ ଅଟନ୍ତି । ସେ ଏବେ ବଲିଉଡ଼ରେ ନଜର ଆସୁ ନାହାଁନ୍ତି କିନ୍ତୁ ତାଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରୁଥିଲେ । ସେ ବଲିଉଡ଼ର ଅନେକ ସୁପର ହିଟ୍ ଚଳଚିତ୍ର ମାନଙ୍କରେ କାମ କରିଛନ୍ତି । ଯେପରିକି ରାମ ଓର ଶ୍ୟାମ, ଦେବ ଦାସ୍, କ୍ରାନ୍ତି, ଫୁଟପାତ୍ ଓ କର୍ମା ଭଳି ଚଳଚିତ୍ର ଗୁଡ଼ିକ ସାମିଲ୍ ଅଛି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ସୁନୀଲ ସେଟ୍ଟୀ ଦିଲୀପ କୁମାରଙ୍କ ସହିତ ସବୁବେଳେ ବହୁତ ସମ୍ମାନ ଦେଇ କଥା ହୁଅନ୍ତି ।

୩) ରଜନିକାନ୍ତ

ରଜିନିକାନ୍ତ ବଲିଉଡ଼ ଇଣ୍ଡଷ୍ଟ୍ରିର ସେହି ମହାନ ଅଭିନେତା ଅଟନ୍ତି, ଯିଏକି ଆଜି ମଧ୍ୟ ବଲିଉଡ଼ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି । ରଜିନିକାନ୍ତ ଅନେକ ହିଟ୍ ଚଳଚିତ୍ର ମାନଙ୍କରେ କାମ କରିଛନ୍ତି । ଏହି ଚଳଚିତ୍ର ମାନଙ୍କ ପାଇଁ ତାଙ୍କୁ ଅନେକ ଥର ପୁରସ୍କାର ଦେଇ ସମ୍ମାନିତ ମଧ୍ୟ କରାଯାଇଛି । ସୁନୀଲ ସେଟ୍ଟୀ ରଜିନିକାନ୍ତଙ୍କୁ ବହୁତ ସମ୍ମାନ କରନ୍ତି । ଯେତେବେଳେ କେଉଁଠାରେ ମିଶିଥାନ୍ତି ସେଠାରେ ନିଜ ମୁଣ୍ଡ ନୁଆଇଁ କଥା ହୋଇଥାନ୍ତି ।

୪) ମିଥୁନ ଚକ୍ରବର୍ତ୍ତୀ

ଡ଼ିସ୍କୋ ଡ୍ୟାନ୍ସର ଚଳଚିତ୍ର ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଜାଗା ଅର୍ଜନ କରିଥିବା ମହାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ମଧ୍ୟ ବହୁତ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ମିଥୁନ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଡ୍ୟାନ୍ସ ଓ ଅଭିନୟ ପାଇଁ ଅଧିକ ଲୋକମାନେ ପସନ୍ଦ କରନ୍ତି । ମିଥୁନ ଚକ୍ରବର୍ତ୍ତୀ ବଲିଉଡ଼ ଇଣ୍ଡଷ୍ଟ୍ରିରେ ପାଖାପାଖି ୩୫୦ରୁ ଅଧିକ ଚଳଚିତ୍ର କରିଛନ୍ତି । ସୁନୀଲ ସେଟ୍ଟୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ବହୁତ ସମ୍ମାନ କରନ୍ତି । ତାଙ୍କୁ ନିଜ ବାପା ସହ ସମାନ ମାନନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ, ସୁନୀଲ ସେଟ୍ଟୀ ଆଜି ପର୍ଯ୍ୟନ୍ତ ଏହି ମହାନ ଅଭିନେତା ମାନଙ୍କୁ ସମ୍ମାନ ଦିଅନ୍ତି ।

Be the first to comment

Leave a Reply

Your email address will not be published.


*