ବିନା ଚଳଚ୍ଚିତ୍ରରୁ ମଧ୍ୟ ବାର୍ଷିକ ୧୦୦ କୋଟି ଟଙ୍କା ରୋଜଗାର କରିଦିଅନ୍ତି ସୁନୀଲ ସେଟ୍ଟୀ ! ଦେଖନ୍ତୁ କିପରି ରାଜକୀୟ ଠାଣିରେ ଜୀବନଯାପନ କରୁଛନ୍ତି ଆନ୍ନା

ବିନା ଚଳଚ୍ଚିତ୍ରରୁ ମଧ୍ୟ ବାର୍ଷିକ ୧୦୦ କୋଟି ଟଙ୍କା ରୋଜଗାର କରିଦିଅନ୍ତି ସୁନୀଲ ସେଟ୍ଟୀ ! ଦେଖନ୍ତୁ କିପରି ରାଜକୀୟ ଠାଣିରେ ଜୀବନଯାପନ କରୁଛନ୍ତି ଆନ୍ନା

Suniel Shetty Birthday: ୨୮ ବର୍ଷ ପୂର୍ବେ ଚଳଚ୍ଚିତ୍ର “ବଲବାନ୍” ଠାରୁ ସୁନୀଲ ସେଟ୍ଟୀ ବଲିଉଡରେ ପଦାର୍ପଣ କରିଥିଲେ । ନିଜ କ୍ୟାରିୟରରେ ସେ ଗୋଟିଏରୁ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ନିଜ ଶୈଳୀ ଏବଂ ଅଦ୍ଵିତୀୟ କଥୋପକଥନ କାରଣ ହେତୁ ସେ ଦର୍ଶକ ମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟନ୍ତି । ତେବେ ବର୍ତ୍ତମାନ ଦିନ ମାନଙ୍କରେ ସେ ଚଳଚ୍ଚିତ୍ର ମାନଙ୍କରେ ବହୁତ କମ୍ ସକ୍ରିୟ ଅଟନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ଚଳଚ୍ଚିତ୍ର ଦୁନିଆ ଠାରୁ ଦୂରରେ ରହି ମଧ୍ୟ ସୁନୀଲ ସେଟ୍ଟୀ ବାର୍ଷିକ ୧୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା କିପରି:-

google

ସୁନୀଲ ସେଟ୍ଟୀ ପାପକର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଗୋଟିଏ ପ୍ରଡକ୍ସନ ହାଉସ୍ ଚଲାଉଛନ୍ତି । ତାଙ୍କ ପ୍ରଡକ୍ସନ ହାଉସ୍ ଖେଲ- ନୋ ଆର୍ଡିନାରୀ ଗେମ୍, ରକ୍ତ ଏବଂ ଭାଗମ୍ ଭାଗ୍ ପରି ଚଳଚ୍ଚିତ୍ରର ସମ୍ପାଦନା କାର୍ଯ୍ୟ ସମ୍ବାଳିଛି ।

google

ସୁନୀଲ ସେଟ୍ଟୀ ରେଷ୍ଟୁରାଣ୍ଟ ମଧ୍ୟ ଚଳାନ୍ତି । ମୁମ୍ବାଇରେ ତାଙ୍କର ଦୁଇଟି ରେଷ୍ଟୁରାଣ୍ଟ ଅଛି ।

google

ସୁନୀଲ ସେଟ୍ଟୀଙ୍କ ରେଷ୍ଟୁରାଣ୍ଟର ନାମ ମିସଚୀଫ ଡାଇନିଙ୍ଗ ବାର୍ ଏବଂ କ୍ଳବ୍ ଏଚ-୨-ଔ ଅଟେ । ତାଙ୍କର ସାଉଥରେ ମଧ୍ୟ ଗୋଟିଏ ରେଷ୍ଟୁରାଣ୍ଟ ଅଛି ।

google

ସୁନୀଲ ସେଟ୍ଟୀ ଏଡ଼ଭେଞ୍ଚର ପାର୍କର ମଧ୍ୟ ମାଲିକ ଅଟନ୍ତି ।

google

ସୁନୀଲ ସେଟ୍ଟୀଙ୍କ ଆର୍ ହାଉସ୍ ନାମକ ଗୋଟିଏ ବିଳାସମୟ ଫର୍ଣ୍ଣିଚର ଏବଂ ହୋମ୍ ଲାଇଫଷ୍ଟାଇଲ ଷ୍ଟୋର ଅଛି । ଏହାକୁ ସେ ୨୦୧୩ ମସିହାରେ ନିଜ ପତ୍ନୀଙ୍କ ନାମରେ ଆରମ୍ଭ କରିଥିଲେ ।

google

ସୁନୀଲ ସେଟ୍ଟୀ ରିୟଲ ଇଷ୍ଟେଟରେ ମଧ୍ୟ ହାତ ଲମ୍ବାଇଛନ୍ତି । ସେ ରିୟାଲିଟୀ ଏବଂ ଡେବେଲପର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ରିୟଲ ଇଷ୍ଟେଟ୍ କମ୍ପାନୀ ପ୍ରସ୍ତୁତ କରିଛନ୍ତି ।

google

ମିଡ଼ିଆ ରିପୋର୍ଟ ଅନୁସାରେ ଚଳଚ୍ଚିତ୍ରକୁ ଛାଡ଼ି ନିଜ ବ୍ୟବସାୟ ଦ୍ୱାରା ହିଁ ସେ ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଦିଅନ୍ତି ।

google
google

ତାଙ୍କର ଖଣ୍ଡାଲାରେ ପାଖାପାଖି ୬୨୦୦ ବର୍ଗଫୁଟ ବିସ୍ତ୍ରୁତ ଲୈବିଶ୍ ଫାର୍ମ ହାଉସ୍ ମଧ୍ୟ ଅଛି । ଏଥିରେ ବ୍ୟକ୍ତିଗତ ବଗିଚା, ସନ୍ତରଣ କୁଣ୍ଡ, ଦୁଇ ମହଲା ବିଶିଷ୍ଟ ଲିଭିଙ୍ଗ ରୁମ୍, ୫ଟି ଶୟନ ଗୃହ ଏବଂ ରୋଷେଇ ଘର ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *