‘୨୬ ଏପ୍ରିଲ୍’ରେ ସଂକେତ୍ ଭୋସଲେଙ୍କ ସହିତ ବିବାହ କରିବେ ସୁଗନ୍ଧା ମିଶ୍ର !

‘୨୬ ଏପ୍ରିଲ୍’ରେ ସଂକେତ୍ ଭୋସଲେଙ୍କ ସହିତ ବିବାହ କରିବେ ସୁଗନ୍ଧା ମିଶ୍ର !

ଟିଭି ଓ ବଲିଉଡ଼ ଇଣ୍ଡଷ୍ଟ୍ରିରେ ପୁଣିଥରେ ବିବାହ ସିଜନ୍ ଆରମ୍ଭ ହୋଇସାରିଛି । ନିକଟରେ ଥିବା ପ୍ରସିଦ୍ଧ ଶୋ’ ‘କପିଳ ଶର୍ମା’ରେ ନଜର ଆସୁଥିବା କମେଡିଏନ୍ ସୁଗନ୍ଧା ମିଶ୍ର ନିଜ ପ୍ରେମିକ ସଂକେତ୍ ଭୋସଲେଙ୍କ ସହ ନିର୍ବନ୍ଧ କରି ନେଇଛନ୍ତି ।

ଶନିବାର ଦିନ ଦୁହେଁ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି । ସେପଟେ ବର୍ତ୍ତମାନ ଏହି ଦମ୍ପତ୍ତିଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଗଲାଣି । ବର୍ତ୍ତମାନ ଖବର ଆସୁଛି ଯେ ସୁଗନ୍ଧା ମିଶ୍ରା ଓ ସଂକେତ୍ ଭୋସଲେ ୨୬ ଏପ୍ରିଲକୁ ବିବାହ କରିବାକୁ ଯାଉଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ସୁଗନ୍ଧା ମିଶ୍ର ଓ ସଂକେତ୍ ଭୋସଲେ ୨୬ ଏପ୍ରିଲରେ ଜଳନ୍ଧର୍, ପଞ୍ଜାବରେ ବାହା ହେବେ । ସାରା ଦେଶରେ ସଂକ୍ରମିତ କରୋନା ଭାଇରସ୍ ଯୋଗୁଁ ଏହା ଏକ ବ୍ୟକ୍ତିଗତ ସମାରୋହ ହେବ, ଯେଉଁଥିରେ ମାତ୍ର କିଛି ଲୋକ ସାମିଲ୍ ହେବେ । କରୋନା ଯୋଗୁଁ ଏହି ବିବାହ ପୁରାପୁରି ବ୍ୟକ୍ତିଗତ ରଖାଯିବ, ଯେଉଁଥିରେ ଖୁବ୍ କମ୍ ଲୋକ ଅଂଶଗ୍ରହଣ କରିବେ । ସଂକେତ୍ ଭୋସଲେ ଏହି କଥାର ବହୁତ ଧ୍ୟାନ ରଖୁଛନ୍ତି ।

ଜଣାଇଦେଉଛୁ ଯେ ସଂକେତ୍ ଭୋସଲେ ‘ଦ କପିଳ ଶର୍ମା ଶୋ’ରେ ସଂଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଥିଲେ, ସେପଟେ ସୁଗନ୍ଧା ମିଶ୍ର ଅନେକଗୁଡ଼ିଏ ଚରିତ୍ରରେ ନଜର ଆସିଲେ । କପିଳଙ୍କ ଶୋ’ ବ୍ୟତୀତ ସଂକେତ୍ ଭୋସଲେ ‘ବାବା କି ଚୌକି’ର ହୋଷ୍ଟ ଥିଲେ ଓ ସୁନୀଲ୍ ଗ୍ରୋବରଙ୍କ ଶୋ ‘ଗେଂଗ୍ସ ଅଫ୍ ଫିଲ୍ମୀସ୍ତାନ’ରେ ମଧ୍ୟ ନଜର ଆସିଛନ୍ତି ।

ଜଣାଇଦେଉଛୁ ଯେ ସୁଗନ୍ଧା ଓ ସଂକେତ୍ ପରସ୍ପରକୁ ଅନେକ ବର୍ଷରୁ ଜାଣନ୍ତି । ପରସ୍ପର ସହ ଦୁହେଁ ଅନେକଗୁଡ଼ିଏ ଶୋ’ ମାନଙ୍କରେ ମଧ୍ୟ କାମ କରିଛନ୍ତି । କପିଳ ଶର୍ମାଙ୍କ ‘ଦ କପିଳ ଶର୍ମା’ ଶୋ’ରେ ମଧ୍ୟ ଦୁହିଁଙ୍କ ଯୋଡ଼ି ଏକାଠି ନଜର ଆସିଥିଲେ । ସଂକେତ୍ ଭୋସଲେ ଟିଭିର କମେଡ଼ି ଶୋ’ରୁ ଏଣ୍ଟ୍ରି କରିଛନ୍ତି ।

ଏଥିସହ ‘M TV’ରେ ତାଙ୍କର ନିଜର ଶୋ’ ଆସେ ‘ବାବା କି ଚୌକି’ ଯେଉଁଥିରେ ସେ ବଲିଉଡ଼ କଳାକାର ମାନଙ୍କ ଇଣ୍ଟରଭିୟୁ ନିଅନ୍ତି । ସେପଟେ ସୁଗନ୍ଧାଙ୍କ ସ୍ୱର ଯୋଗୁଁ ସେ ଲତା ମଙ୍ଗେସକର୍ ଓ ଏଥିସହିତ କଙ୍ଗନାଙ୍କ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି । ସୁଗନ୍ଧା ଓ ସଂକେତ୍ ଉଭୟ ଶେଷଥର ପାଇଁ ସୁନୀଲ୍ ଗ୍ରୋବରଙ୍କ ‘ଗେଂଗ୍ସ ଅଫ୍ ଫିଲ୍ମୀସ୍ତାନ୍’ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *