ହଠାତ୍ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲା ! ଶ୍ୱାସ ନେବାରେ ଅସୁବିଧା ହେବା ପରେ ତୁରନ୍ତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଗଲା ।

ହଠାତ୍ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲା ! ଶ୍ୱାସ ନେବାରେ ଅସୁବିଧା ହେବା ପରେ ତୁରନ୍ତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଗଲା ।

ମୁମ୍ବାଇ : ରବିବାର ଦିନ (ଆଜି) ହଠାତ୍ ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସେ ନିଶ୍ୱାସ ନେବାରେ ଅସୁବିଧା କରୁଛନ୍ତି । ନିଃଶ୍ଵାସ ନେବାରେ ଯନ୍ତ୍ରଣା ଅଧିକ ଥିବାରୁ ତୁରନ୍ତ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି ।

ଦିଲୀପ କୁମାରଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ମେଡିକାଲରେ ଆଡମିଟ୍ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହେଉଥିଲା, ଯାହାଫଳରେ ତାଙ୍କୁ ଆଜି ସକାଳ ୮.୩୦ ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସାଇରା ବାନୁଙ୍କ କହିବା ଅନୁଯାୟୀ ଦିଲୀପ କୁମାର ବର୍ତ୍ତମାନ ହସ୍ପିଟାଲର ପ୍ରମୁଖ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି । ଆପଣ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ଗତି କିଛିଦିନ ତଳେ ସେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ହସ୍ପିଟାଲରେ ଭର୍ତ୍ତି ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତ ବର୍ଷ କରୋନା ହେତୁ ଦିଲୀପ କୁମାରଙ୍କ ଦୁଇ ସାନ ଭାଇଙ୍କର ମୃତ୍ୟୁ ହୋଇଥିଲା । ୨୧ ଅଗଷ୍ଟରେ, ୮୮ ବର୍ଷୀୟ ଅସଲମ୍ ଓ ୨ ସେପ୍ଟେମ୍ବରରେ ୯୦ ବର୍ଷୀୟ ଅହସାନ୍ ଚିର ଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ । ଏହି କାରଣରୁ, ସାଇରା ବାନୁ ଏବଂ ଦିଲୀପ କୁମାର ଅକ୍ଟୋବର ୧୧ରେ ସେମାନଙ୍କର ବିବାହ ବାର୍ଷିକୀ ପାଳନ କରିନଥିଲେ ।

Leave a Reply

Your email address will not be published. Required fields are marked *