ବିବାହ ପୂର୍ବରୁ ବର ଉପରେ ଲାଗିଲା ଏପରି ସଙ୍ଗୀନ ଅଭିଯୋଗ ଏବଂ ବରକୁ ନେଇଗଲା ପୋଲିସ୍ !

ବିବାହ ପୂର୍ବରୁ ବର ଉପରେ ଲାଗିଲା ଏପରି ସଙ୍ଗୀନ ଅଭିଯୋଗ ଏବଂ ବରକୁ ନେଇଗଲା ପୋଲିସ୍ !

ଉତ୍ତରପ୍ରଦେଶର ଏକ ସ୍ଥାନରେ ବିବାହ ପୂର୍ବରୁ ହଠାତ୍ ପୋଲିସ୍ ଆସି ବରକୁ ପୋଲିସ୍ ଷ୍ଟେସନକୁ ନେଇଯାଇଥିଲା ଯାହା ପରେ ବିବାହକୁ ଅଧାରେ ବନ୍ଦ କରିବାକୁ ପଡିଲା । ଖବର ଅନୁଯାୟୀ ଗୋରଖପୁରର ହରପୁର ବୁଦହଟ ପୋଲିସ୍ ଷ୍ଟେସନ୍ ଅଧିନରେ ଥିବା ଏକ ଗ୍ରାମରେ ବିବାହ ହେଉଥିଲା । ବର ବିବାହ ଶୋଭାଯାତ୍ରାରେ ଯାଉଥିବା ବେଳେ ପୋଲିସ୍ ତାକୁ ଆରେଷ୍ଟ କରି ନେଇଯାଇଥିଲା । ପୋଲିସର ସୂଚନାନୁସାରେ ବର ଉପରେ ଜଣେ ଯୁବତୀ ଗୁରୁତର ଅଭିଯୋଗ କରିଥିଲେ ଯେଉଁଥିପାଇଁ ତାଙ୍କୁ ପୋଲିସ୍ ଷ୍ଟେସନକୁ ଅଣାଯାଇଥିଲା । କିନ୍ତୁ ପରେ ମହିଳା ଜଣଙ୍କ ନିଜ ଅଭିଯୋଗରୁ ଓହରି ଯାଇଥିଲେ ।

ସନ୍ତକବୀରନଗର ଜିଲ୍ଲାର ମହଲି ପୋଲିସ୍ ଷ୍ଟେସନ୍ ଅଧୀନରେ ଥବା ଏକ ସ୍ଥାନରେ ଜୈନେକ ଯୁବକଙ୍କର ବିବାହ ହେଉଥିଲା । ସନ୍ଧ୍ୟାରେ ତାଙ୍କ ବରଯାତ୍ରୀ ବାହାରିବା ବେଳେ ପିଆରଭି ଟିମ୍ (ପୋଲିସ୍ ରେସପନ୍ସ ଭେଇକିଲ୍) ତାଙ୍କୁ ଗିରଫ୍ କରି ନେଇଯାଇଥିଲା । ପୋଲିସ୍ ଉକ୍ତ ଯୁବକଙ୍କୁ ପଚରାଉଚରା କରିବା ବେଳେ ବରପକ୍ଷ ଲୋକ ସେଠାରେ ପହଞ୍ଚିଥିଲେ ଏବଂ ପୋଲିସ୍ ଷ୍ଟେସନରେ ପରିସ୍ଥିତି ବିଶୃଙ୍ଖଳିତ ହୋଇଯାଇଥିଲା । କୌଣସି ପ୍ରକାରେ ପୋଲିସ୍ ସେମାନଙ୍କୁ ଶାନ୍ତ କରିଥିଲା ।

ପୋଲିସ୍ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ଯୁବକ ଜଣକ ନିକଟସ୍ଥ ଗାଁ’ର ଅନ୍ୟ ଜଣେ ଝିଅଙ୍କୁ ପୂର୍ବରୁ ବିବାହ କରିଥିବାର ଅଭିଯୋଗ ହୋଇଛି । ଯେଉଁଥିପାଇଁ ପୋଲିସ୍ ବରକୁ ପଚରାଉଚରା କରିବା ପାଇଁ ଆଣିଥିଲା । ଅଭିଯୋଗ କରିଥିବା ମହିଳାଙ୍କୁ ମଧ୍ୟ ପୋଲିସ୍ ଡାକିଥିଲା । କିନ୍ତୁ ପରେ ଯୁବତୀ ଜଣକ ନିଜ ବିବୃତ୍ତିରୁ ଓହରି ଯାଇଥିଲେ । ସେ କହିଥିଲେ ଯେ ଯୁବକ ଜଣକ ତାଙ୍କୁ ବିବାହ କରିନାହାନ୍ତି କିନ୍ତୁ କରିବା ପାଇଁ କଥାଦେଇଥିଲେ । ପୋଲିସ୍ କହିଛି ଯେ ମାମଲା ସ୍ଥିର ନହେବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତି ବିବାହ କରିପାରିବେ ନାହିଁ ।

Close up of male hands in bracelets behind back

ଥାନା ଅଧିକାରୀ ‘ଦେବେନ୍ଦ୍ର କୁମାର ସିଂ’ କହିଛନ୍ତି ଯେ ମହିଳା ଜଣକ ୟୁପି ୧୧୨ ଅଧିନରେ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ପଚରାଉଚରା ଚାଲିଛି । ଏପର୍ଯ୍ୟନ୍ତ ମହିଳାଙ୍କ ପକ୍ଷରୁ କୌଣସି ପ୍ରମାଣ ମିଳିନାହିଁ । ମାମଲାର ସମାଧାନ ହେବାପରେ ଯୁବକ ଜଣକ ବିବାହ କରିପାରିବେ । ଏ.କେ.ସିଂ, ଏସିପି ସାଉଥ୍ କହିଛନ୍ତି ଯେ ଯୁବକ ଜଣକ ପରେ ବିବାହ କରିପାରିବେ । କିନ୍ତୁ ତରତର ହୋଇ କାହାର ଜୀବନ ନଷ୍ଟ କରିବା ଠିକ୍ ହେବ ନାହିଁ । ମହିଳା ଜଣକ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଖାଇ ପାରି ନାହାଁନ୍ତି । ଅନ୍ୟପକ୍ଷରେ ବରର ଅନୁପସ୍ଥିତି ଯୋଗୁଁ ଝିଅ ପକ୍ଷର ଲୋକମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *