ଏପରି ପୋଲିସ୍ ଷ୍ଟେସନ୍ ଯେଉଁଠାରେ ଭିତରକୁ ପ୍ରବେଶ କରିବା ମାତ୍ରେ ତିଳକ ଲଗାଯାଏ ! ବାହାରକୁ ବାହାରିଲେ ଉପହାରରେ ଗଙ୍ଗାଜଳ ଦିଆଯାଏ !

ଏପରି ପୋଲିସ୍ ଷ୍ଟେସନ୍ ଯେଉଁଠାରେ ଭିତରକୁ ପ୍ରବେଶ କରିବା ମାତ୍ରେ ତିଳକ ଲଗାଯାଏ ! ବାହାରକୁ ବାହାରିଲେ ଉପହାରରେ ଗଙ୍ଗାଜଳ ଦିଆଯାଏ !

ଜୀବନରେ ଥରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଷ୍ଟେସନ ଯିବାକୁ ପଡିଥାଏ । ସାଧାରଣତଃ ପୋଲିସ୍ ଷ୍ଟେସନ୍ ପରିବେଶ ନକରାତ୍ମକତାରେ ଭରି ରହେ । ଅନେକ ଥର ଏଠାରେ ମାମଲା ରୁଜୁ କରାଇବା ପାଇଁ ଲୋକମାନେ ବହୁତ କ୍ରୋଧରେ ଆସନ୍ତି ଏବଂ କାମ ସମୟରେ ପୂରଣ ନହେଲେ କିମ୍ବା ତାଙ୍କ ଚିନ୍ତା ଦୂର ନହେଲେ ଏଠାକୁ ଆସି ଚିତ୍କାର, ହଙ୍ଗାମା କରନ୍ତି । ଅନ୍ୟପଟେ କିଛି ବ୍ୟକ୍ତି ପୋଲିସ୍ ଷ୍ଟେସନକୁ ପ୍ରବେଶ କରିବା ମାତ୍ରେ ଚିନ୍ତିତ ହୋଇ ଉଠନ୍ତି । ତାଙ୍କ ମସ୍ତିଷ୍କ ଶାନ୍ତ ଓ ଥଣ୍ଡା ରହେ ନାହିଁ ।

ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମେରଠର ନୌଚନ୍ଦି ପୋଲିସ୍ ଷ୍ଟେସନ୍ ହାଉସ୍ ଅଧିକାରୀ (ଏସ୍-ଏସ୍-ଓ) ପ୍ରେମଚନ୍ଦ ର୍ମା ଏକ ଭିନ୍ନ ଉପାୟ ବାହାର କରିଛନ୍ତି । ସେ ତାଙ୍କ ଷ୍ଟେସନକୁ ମାମଲା ରୁଜୁ କରିବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ମଥାରେ ସିନ୍ଦୂର ଲଗାନ୍ତି । ଏତିକିନୁହେଁ ଯେତେବେଳେ ବ୍ୟକ୍ତି ଯିବାକୁ ଲାଗନ୍ତି ସେତେବେଳେ ସେ ତାଙ୍କୁ ଉପହାର ସ୍ୱରୂପ ଏକ ଗଙ୍ଗାଜଳ ବୋତଲ ମଧ୍ୟ ଦିଅନ୍ତି ।

(ଏସ୍-ଏସ୍-ଓ) ପ୍ରେମ ଚନ୍ଦ ଶର୍ମା ଏହା ଭକ୍ତି ସହିତ କାନୁନ୍ ଓ ବ୍ୟବସ୍ଥାକୁ ନିୟନ୍ତ୍ରିତ ରଖିବା ପାଇଁ କରିଥାନ୍ତି । ସେ କୁହନ୍ତି ଯେ ମୋର ଏହି ପ୍ରୟୋଗ ସଫଳ ହେଉଛି । ବର୍ତ୍ତମାନ ଲୋକମାନେ ଖୁବ କମ୍ ଆକ୍ରମକ ହୋଇଗଲେଣି । ସେମାନେ ଏଠାକୁ ଆସନ୍ତି ଏବଂ ବହୁତ ଶାନ୍ତି ପୂର୍ବକ ନିଜ ମାମଲା ରୁଜୁ କରନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ନୌଚନ୍ଦି ଶାନ୍ତ ହୋଇଗଲାଣି ।

ସେ ଆଗକୁ କୁହନ୍ତି ଯେ ଆମର ଏହି ଉପାୟ ଶାନ୍ତିପୂର୍ଣ୍ଣ ଅଟେ ସତ, କିନ୍ତୁ ଯେତେବେଳେ ଅପରାଧୀ ମାନଙ୍କ କଥା ଆସେ ତେବେ ଆମେ ତାଙ୍କ ବିରୁଦ୍ଧରେ ଏକ୍ସନ ନେବା ପାଇଁ ପଛକୁ ହଟୁ ନାହିଁ । କହିଦେଉଛୁ ଯେ ପ୍ରେମ ଚନ୍ଦ ଶର୍ମା ନିଜ ଷ୍ଟେସନରେ ଆସୁଥିବା ଲୋକଙ୍କୁ ଗଙ୍ଗାଜଳର ବୋତଲ ଦେବା ସଙ୍ଗେ ସଙ୍ଗେ ମଦରୁ ଦୂର ରହିବା ପାଇଁ ଅନୁରୋଧ କରନ୍ତି । ସେ ସମାଜର ଏହି ବିକୃତିକୁ ଦୂର କରିବା ପାଇଁ ନିଜ ପକ୍ଷରୁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି ।

ସେପଟେ ଅନ୍ୟପକ୍ଷରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ (ଏସ୍-ଏସ୍-ଓ)ଙ୍କ ଏହି କାମର କୌଣସି ସୂଚନା ନାହିଁ । ପୋଲିସ୍ ଅଧିକ୍ଷକ ବିନୀତ ଭଟ୍ଟନାଗର କୁହନ୍ତି ଯେ ପ୍ରତ୍ୟେକ ଥାନାରେ ସାନିଟାଇଜର୍ ନିଶ୍ଚିତ ଭାବରେ ରଖନ୍ତି । କିନ୍ତୁ ମୋତେ ଏହା ଜଣାନାହିଁ ଯେ ସେଠାରେ କାହିଁକି ଗଙ୍ଗାଜଳର ଉପଯୋଗ କରାଯାଉଛି । ମୋତେ ଏହା ବିଷୟରେ କିଛି ଜଣାନାହିଁ ।

ସେମିତିରେ ଏହି ଅଦ୍ଭୁତ ପୋଲିସ୍ ଷ୍ଟେସନ୍ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । (ଏସ୍-ଏସ୍-ଓ) ସାହେବଳ ଏହି ଅଦ୍ଭୁତ ଶୈଳୀ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । କିଛି ଲୋକ ପରାମର୍ଶ ଦେଉଛନ୍ତି ଯେ ଏପରି ଦେଶର ସମସ୍ତ ପୋଲିସ୍ ଷ୍ଟେସନରେ ହେବା ଉଚିତ । ଏଥିରୁ ସେଠାକାର ବାତାବରଣ ସକାରାତ୍ମକ ରହିବ ଓ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳିତ ହୋଇଯିବ ।

ସେମିତିରେ ଏହି ସମ୍ପୂର୍ଣ୍ଣ ମାମଲାରେ ଆପଣଙ୍କ ମତ କଣ ? କଣ ଆପଣଙ୍କୁ ପୋଲିସ୍ ଷ୍ଟେସନରେ ସିନ୍ଦୁର ଲଗାଇବା ଓ ଗଙ୍ଗାଜଳ ଉପହାରରେ ଦେବା ପସନ୍ଦ ଆସିଲା ନା ନାହିଁ ?

Leave a Reply

Your email address will not be published. Required fields are marked *