ଚାଣକ୍ୟ ନୀତିଶାସ୍ତ୍ର ଅନୁସାରେ ଏହି ୩ ଜଣ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିଲେ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଆଖପାଖରେ ମଧ୍ୟ ଏପରି ଲୋକ ଥାଇପାରନ୍ତି…

ଚାଣକ୍ୟ ନୀତିଶାସ୍ତ୍ର ଅନୁସାରେ ଏହି ୩ ଜଣ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିଲେ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଆଖପାଖରେ ମଧ୍ୟ ଏପରି ଲୋକ ଥାଇପାରନ୍ତି…

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟଙ୍କୁ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ସମଗ୍ର ପାଟଳିପୁତ୍ରରେ ଆଦୃତ ଥିଲେ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହୋଇଥିଲେ ମଧ୍ୟ ଆଚାର୍ଯ୍ୟ ଏକ ସାଧାରଣ କୁଟୀରରେ ଜୀବନ ଅତିବାହିତ କରୁଥିଲେ । ତାଙ୍କ ଜୀବନଶୈଳୀ ଖୁବ ସରଳ ଥିଲା । ଚାଣକ୍ୟ ନିଜ ଜୀବନରୁ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଥିଲେ । ଚାଣକ୍ୟ ନୀତିରେ କିଛି ଏପରି କଥା ବର୍ଣ୍ଣନା କରିଯାଇଛନ୍ତି, ଯାହାକୁ ଯଦି ଜଣେ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରେ ତେବେ ଜଣେ ବ୍ୟକ୍ତି ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତି କରିଥାଏ ଓ ଦୁଃଖ କଷ୍ଟ ଆପେ ଆପେ ଦୂରେଇ ଯିବା ସଙ୍ଗେ ସଙ୍ଗେ ଜୀବନରେ କେବେ ମଧ୍ୟ ବିଫଳତାର ସମ୍ମୁଖୀନ କରିବାକୁ ପଡିନଥାଏ । ଚାଣକ୍ୟ ନୀତିର ପ୍ରଥମ ଅଧ୍ୟାୟର ଚତୁର୍ଥ ଶ୍ଳୋକରେ ସଫଳତାର ସୂତ୍ର ବିଷୟରେ କୁହାଯାଇଛି । ଏହି ନୀତିରେ ଚାଣକ୍ୟ ସେହି ଲୋକଙ୍କ ବିଷୟରେ କହିଛନ୍ତି; ଯେଉଁମାନେ ଆପଣଙ୍କ ସଫଳତା ଦିଗରେ ପ୍ରତିବନ୍ଧକ ସାଜିଥାନ୍ତି । ଏଥିପାଇଁ ଚାଣକ୍ୟ କହିଛନ୍ତି ଯେ ଯଦି ଆପଣ ଜୀବନରେ ସଫଳତା ଏବଂ ଉନ୍ନତି କରିବାକୁ ଚାହୁଁଛନ୍ତି; ତେବେ ଏପରି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ । କେବଳ ଚାକିରୀ ଏବଂ ବ୍ୟବସାୟକୁ ଛାଡି ଅନ୍ୟ ସମସ୍ତ କ୍ଷେତ୍ରରେ ଆପଣମାନେ ଏପରି ଲୋକଙ୍କ ସମ୍ମୁଖୀନ କରିବେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି କଥା ସବୁ ଆଜିକା ସମୟରେ ସତ ପ୍ରମାଣିତ ହୋଇଛି ।

google

ଶ୍ଳୋକ :

ମୁର୍ଖଶିଷ୍ଯୈପଦେଶେନ ଦୁଷ୍ଟସ୍ତ୍ରୀଭରଣେନ ଚ ।

ଦୁଃଖିତୈଃ ସଂପ୍ରଯୋଗେଣ ପଣ୍ଡିତୋଌପ୍ୟବସୀଦତି ।।

ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା :-

Google

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ମୂର୍ଖ ଶିଷ୍ୟକୁ ଉପଦେଶ ବା ବୁଝାଇବାରେ ନିଜର ସମୟ କେବେ ନଷ୍ଟ କରିବା ଉଚିତ ନୁହେଁ । ସେମାନଙ୍କୁ ଉପଦେଶ ଦେବା ଅର୍ଥ “କଲା ଆଗରେ ମୂଳ ଚୋବାଇବା” ସହିତ ସମାନ । ଅର୍ଥାତ ଯଦି ଆପଣଙ୍କ କୌଣସି ମୂର୍ଖ ବ୍ୟକ୍ତିଙ୍କ ସହିତ ଯୁକ୍ତି କରୁଛନ୍ତି; ତେବେ ତାକୁ ବୁଝାଇବାରେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ସଫଳତା ଏବଂ ଉନ୍ନତି ଉପରେ ପଡିପାରେ ।

ଦୁଷ୍ଟ ସ୍ତ୍ରୀ ଠାରୁ ଦୂରେଇ ରହିବା :-

ଚାଣକ୍ୟ ନୀତି ଅନୁସାରେ ଖରାପ ସ୍ଵଭାବ ଥିବା ମହିଳାଙ୍କ ଠାରୁ ଦୂରେଇ ରହିବା ଉଚିତ । ଯେଉଁ ମହିଳାମାନେ ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରନ୍ତି, ଚିତ୍କାର କରି କଥାବାର୍ତ୍ତା କରନ୍ତି, କିଛି ଭାବିବିଚାରି କାମ କରନ୍ତି ନାହିଁ; ଏପରି ମହିଳାଙ୍କ ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ମଧ୍ୟ ଏପରି କୌଣସି ମହିଳାଙ୍କ ସଂସ୍ପର୍ଶରେ ଅଛନ୍ତି; ତେବେ ତୁରନ୍ତ ତାଙ୍କ ଠାରୁ ଦୂରେଇ ରହିବା ଉଚିତ । ଏପରି ମହିଳାମାନେ, ପୁରୁଷଙ୍କ ପାଇଁ ଅଧିକ କ୍ଷତି କରିଥାନ୍ତି ।

ନକରାତ୍ମକ ଭାବନାର ଲୋକ :-

Dreaming

ଚାଣକ୍ୟ କହିଛନ୍ତି ଯେ, ବିନା କାରଣରୁ ଦୁଃଖୀ ରହୁଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ । ସବୁବେଳେ ଦୁଃଖି ରହୁଥିବା ଲୋକେ ସବୁ ସମୟରେ ନକରାତ୍ମକ ଭାବନା ରଖିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ କହିଛନ୍ତି । ଏପରି ଲୋକମାନେ ନା ନିଜେ କିଛି କରନ୍ତି ନା ଅନ୍ୟକୁ କିଛି କରିବାକୁ ଦିଅନ୍ତି । ଏମାନଙ୍କ ନକରାତ୍ମକ ବିଚାର ଆପଣଙ୍କ ଉନ୍ନତି ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *