କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡ଼ାଉନ୍ ଅବଧିକୁ ବଢାଇଲେ ରାଜ୍ୟ ସରକାର ଏବଂ ଲାଗୁ କରିଲେ କେତେକ ନୂଆ ନିୟମ…

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡ଼ାଉନ୍ ଅବଧିକୁ ବଢାଇଲେ ରାଜ୍ୟ ସରକାର ଏବଂ ଲାଗୁ କରିଲେ କେତେକ ନୂଆ ନିୟମ…

କାରୋନା ସଂକ୍ରମଣହାର ଦିନକୁ ଦିନ ଓଡିଶାରେ କ୍ରମାଗତ ଭାବରେ ବଢୁଥିବା ଯୋଗୁଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବ ଘୋଷିତ ଲକ୍‌ଡାଉନ୍‌ ଆସନ୍ତାକାଲି ଅର୍ଥାତ୍‌ ୧୯ ତାରିଖ ପର୍ଯ୍ୟନ୍ତ ଥିଲା କିନ୍ତୁ ରାଜ୍ୟ ସରକାର ସଂକମ୍ରଣକୁ ଦୃଷ୍ଟିରେ ରଖି ଜୁନ୍ ୧ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ୍ ସଚିବ ସୁଚନା ଦେଇଛନ୍ତି । ସେଥିରେ ସେ ଜୁନ ୧ ସକାଳ ୫ଟା ଯାଏଁ ରାଜ୍ୟରେ ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି । ଏଥର ପୁଣି ୨ ସପ୍ତାହ ପାଇଁ ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯାଇଛି । କିନ୍ତୁ ଲକ୍‌ଡାଉନ କୋହଳ ସମୟକୁ ୨ ଘଣ୍ଚା କମାଇ ଦିଆଯାଇଛି ଏବଂ ବିବାହ ଓ ଶୁଦ୍ଧିକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି ।

ପୂର୍ବରୁ ବଜାର ଏବଂ ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ ଯାଏଁ ଖୋଲାବାକୁ ନିର୍ଦ୍ଦେଶ ହୋଇଥିଲା କିନ୍ତୁ ବର୍ତ୍ତବାନ ଏହାକୁ କମାଇ ୧୧ ଟା ପର୍ଯ୍ୟନ୍ତ କରି ଦିଆଯାଇଛି । ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଆହୁରି ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ ବିବାହ କାର୍ଯ୍ୟରେ ଉଭୟ ପକ୍ଷରୁ କେବଳ ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଧେଶନାମା ଜାରି କରାଯାଇଛି । ବାହାଘର, ବ୍ରତ ଏବଂ ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୁର୍ଣ୍ଣ ବନ୍ଦ ରହିବ । ଘରକୁ ଡାକି ଅତିଥି ମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ । ତା ବଦଳରେ ଅତିଥିମାନଙ୍କୁ ପ୍ୟାକେଟ୍ କରି ଖାଦ୍ୟ ଦିଆଯାଇ ପାରିବ ବୋଲି କୁହାଯାଇଛି ।

ନୂଆ କଟକଣା :

୧- ସକାଳ ୭ଟାରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଲୋକେ ଘର ପାଖ ଦୋକାନକୁ ଯାଇ ପାରିବେ ।

୨- ବିବାହ କିମ୍ବା ମାଙ୍ଗଳିକ କାର୍ଯ୍ୟ ଅଥବା ଶୁଦ୍ଧିକାର୍ଯ୍ୟରେ ମାତ୍ର ୨୫ ଜଣ ଯୋଗ ଦେଇ ପାରିବେ ।

୩- ଯେକୌଣସି ଉତ୍ସବରେ ଭୋଜିଭାତ ପ୍ରତିବଦଳରେ ପ୍ୟାକେଟ୍‌ ଆୟୋଜନ କରି ଲୋକଙ୍କୁ ଦେଇ ପାରିବେ ।

୪- ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକ ଯାଇ ପାରିବେ । ନିର୍ମାଣଧୀନ କାର୍ଯ୍ୟ ସହ ସମ୍ପୃକ୍ତ ଦୋକାନଗୁଡ଼ିକ ଖୋଲା ରହିବ ।

୫- ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚରୀ ସଂଖ୍ୟା କମିବ ।

୬- ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ ।

୭- କୋଭିଡ ନିୟମ ମାନି ସ୍ଵାସ୍ଥ୍ୟସେବା ସଂସ୍ଥା ଓ ବ୍ୟାଙ୍କ ଖୋଲା ରହିବ ।

୮- ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଅଭିଯାନ ଚାଲୁ ରହିବ ।

Leave a Reply

Your email address will not be published. Required fields are marked *