ବର୍ତ୍ତମାନ ଠାରୁ ଆରମ୍ଭ କରି ଦିଅନ୍ତୁ ଏହି ୮ଟି କାମ ! ଶୀତ ଦିନରେ ହେବ ନାହିଁ ଆଣ୍ଠୁ ବ୍ୟଥା ଏବଂ ହାଡ ରହିବ ମଜଭୁତ ।

ଉତ୍ତମ ଖାଦ୍ୟପେୟ ଓ କିଛି ଉପାୟ ଜରିଆରେ ଏହି ସମସ୍ତ ସମସ୍ୟାରୁ ସୁରକ୍ଷିତ ରହି ପାରିବା ଶୀତ ଋତୁରେ ତାପମାତ୍ରା ହ୍ରାସ ହେଲେ ଶରୀର କିଛି ଅଂଶରେ ରକ୍ତର କମ୍ ଆପୂର୍ତ୍ତି ରହିଥାଏ ।

ଶୀତ ଋତୁ ଜାରି ରହିଛି ଓ ଧୀରେ ଧୀରେ ତାପମାତ୍ରା ହ୍ରାସ ହେବାକୁ ଲାଗିଛି । ଶୀତ ଋତୁ ବୃଦ୍ଧ ବୟସ୍କ ଲୋକ ଓ ହାଡ଼ର ସମସ୍ୟାରୁ ଚିନ୍ତିତ ଥିବା ଲୋକଙ୍କ ପାଇଁ ବହୁତ ପୀଡ଼ାଦାୟକ ଅଟେ । ଶୀତ ଦିନରେ ତାପମାତ୍ରା ହ୍ରାସ ହେଲେ ଶରୀରର କିଛି ଅଂଶରେ ରକ୍ତର କମ୍ ଆପୂର୍ତ୍ତି ହୋଇଥାଏ, ଯାହା ଫଳରେ ଆଣ୍ଠୁରେ ବ୍ୟଥା ହୋଇଥାଏ, ଏଥିପାଇଁ ଆଣ୍ଠୁ ଓ ଅସ୍ଥିରେ ବ୍ୟଥା ହେବାକୁ ଲାଗିଥାଏ ।

google

ଏହି ସମୟରେ ସବୁଠାରୁ ଅଧିକ ସମସ୍ୟା ଆଣ୍ଠୁ ଗଣ୍ଠି ବାତ ଥିବା ରୋଗୀଙ୍କୁ ହୋଇଥାଏ, ଯେଉଁଥିରୁ ଆରାମ ପାଇବା ପାଇଁ କିଛି ଔଷଧର ଆବଶ୍ୟକତା ହୋଇପାରେ । ଯଦିଓ ବିଶେଷଜ୍ଞ ମାନେ କୁହନ୍ତି ଯେ ଉତ୍ତମ ଖାଦ୍ୟପେୟ ଓ କିଛି ଉପାୟ ଜରିଆରେ ଏହି ସମସ୍ୟାରୁ ସୁରକ୍ଷିତ ହୋଇପାରିବେ । ଚାଲନ୍ତୁ ଜାଣିବା କିପରି ।

୧) ହାଇଡ୍ରେଡ଼ ରୁହନ୍ତୁ

ଏଣ୍ଟିଟିବିର ଏକ ରିପୋର୍ଟ ଅନୁଯାୟୀ ହାଇଡ୍ରେଡ଼ ରହିବା, ଆଣ୍ଠୁ ମଧ୍ୟରେ ଘର୍ଷଣକୁ କମ୍ କରିବା ପାଇଁ ଅଧିକ ଜଳ ସେବନ କରନ୍ତୁ । ଏପରି କୁହାଯାଏ ଯେ ଶୀତ ଋତୁ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପିଇଲେ ଆଣ୍ଠୁ ବ୍ୟଥା ଆରମ୍ଭ ହୋଇଥାଏ ତା’ସହିତ ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ ।

୨) ଭିଟାମିନ D ବହୁତ ଜରୁରୀ

google

ଭିଟାମିନ ଡ଼ି ଅଭାବରୁ ଆଣ୍ଠୁ ଓ ଅସ୍ଥିରେ ବ୍ୟଥା ହୋଇପାରେ । ଏଥିପାଇଁ ‘ଭିଟାମିନ D’ ସ୍ତରର ଅଭବାରୁ ସୁରକ୍ଷିତ ରହିବା ପାଇଁ ସୂର୍ଯ୍ୟ କିରଣ ସବୁଠାରୁ ଉତ୍ତମ ଉପାୟ ଅଟେ । ଏହା ବ୍ୟତୀତ ‘ଭିଟାମିନ D’ରେ ଭରପୂର ଖାଦ୍ୟ ପଦାର୍ଥ ଖାଆନ୍ତୁ ଯେଉଁଥିରେ ଦୁଗ୍ଧଜାତୀୟ ଖାଦ୍ୟ ପଦାର୍ଥ, ଛତୁ ଇତ୍ୟାଦିକୁ ସାମିଲ କରନ୍ତୁ ।

୩) ସକ୍ରିୟ ରୁହନ୍ତୁ

ଶୀତ ଋତୁରେ ଅଧିକାଂଶ ଲୋକ ଘର ଭିତରେ ରହିବାକୁ ପସନ୍ଦ କରନ୍ତି, ଏଥିରୁ ଆପଣଙ୍କ ଚିନ୍ତା ଆହୁରି ଅଧିକ ବଢିଯାଏ । ଏଥିପାଇଁ ଶାରୀରିକ ସକ୍ରିୟତା ବଜାୟ ରଖନ୍ତୁ । ଏଥିରୁ ଆପଣଙ୍କୁ ନାକେବଳ ଆକାରରେ ରହିବା ସାହାଯ୍ୟ ମିଳିବ, ବରଂ ଏହା ଆପଣଙ୍କ ଆଣ୍ଠୁକୁ ଦୃଢ଼ ରଖିଥାଏ । ବ୍ୟାୟାମ କରିବା ଫଳରେ ଅସ୍ଥି ମଜଭୁତ ରୁହେ ଓ ହାଲିଆ ଲାଗେ ନାହିଁ ।

୪) ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ

google

ନିଜ ଖାଦ୍ୟରେ ପାଳଙ୍ଗ, ଟମାଟୋ, କମଳା ଓ ପତ୍ରକୋବି ଆଦି ଫଳ ଓ ପନିପରିବାକୁ ସାମିଲ କରନ୍ତୁ । ଏହି ଖାଦ୍ୟ ପଦାର୍ଥ ଗୁଡିକରେ ଏଣ୍ଟିଅକ୍ସଡେଣ୍ଟର ମାତ୍ରା ଅଧିକ ହୋଇଥାଏ ଯେଉଁଥିରୁ କଷ୍ଟ ଓ ବ୍ୟଥା ଦୂର କରିବାରେ ସାହାଯ୍ୟ ମିଳିଥାଏ । ଏହା ବ୍ୟତୀତ ସେହି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ ଯେଉଁଥିରୁ ଆଣ୍ଠୁ ଗଣ୍ଠି ବ୍ୟଥା ଓ କଷ୍ଟ ହୋଇଥାଏ ।

୫) ଗରମ ପାଣିରେ ସେକ ନିଅନ୍ତୁ

ଆଣ୍ଠୁ ବ୍ୟଥାର ସବୁଠାରୁ ଭଲ ପ୍ରାକୃତିକ ଉପଚାର ଗରମ ପାଣିରେ ସେକ ଦେବା ଅଟେ । ଗରମ ପାଣିରେ ସେକ ଦେବା ଫଳରେ ଆପଣଙ୍କ ଆଣ୍ଠୁ ମଧ୍ୟରେ ଘର୍ଷଣ କୁ କମ୍ କରିବା ଓ ଆପଣଙ୍କୁ ଅତ୍ୟାଧିକ କଷ୍ଟ ବା ବ୍ୟଥାରୁ ଆରାମ ମିଳିପାରେ ।

୬) ଗରମ ପୋଷାକ ପିନ୍ଧନ୍ତୁ

ଯଦି ବାହାରେ ଅଧିକ ଥଣ୍ଡା ଲାଗୁଛି ତେବେ ହାତରେ ଗ୍ଲୋଭ୍ସ ପିନ୍ଧନ୍ତୁ ଓ ଆଣ୍ଠୁ ଓ ପାଦକୁ ଘୋଡେଇ ରଖନ୍ତୁ । ବହୁତ ଭାରି ପୋଷାକ ପିନ୍ଧନ୍ତୁ ନାହିଁ । ସବୁଠାରୁ ପ୍ରଥମେ ସୁତାର କୌଣସି ପତଳା କପଡ଼ା ପିନ୍ଧନ୍ତୁ ଏହା ପରେ ସ୍ବେଟର କିମ୍ବା ଜେକେଟ ପିନ୍ଧନ୍ତୁ ।

୭) ମାଛ ତେଲ ବ୍ୟବହାର କରନ୍ତୁ

google

ଏପରି କୁହାଯାଏ ଯେ ଓମେଗା-୩ ଫ୍ୟାଟି ଏସିଡ଼ରୁ ଲାଭ ହୋଇଥାଏ କାରଣ ଏଥିରୁ ଫୁଲିବା ଓ ବ୍ୟଥା କମ୍ ହୋଇଥାଏ । ଏଥିପାଇଁ ଆପଣ ମାଛ ଓ ବାଦାମ ଓ ଅନ୍ୟ ଡ୍ରାଇଫୃଟ୍ସକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଆପଣ ଓମେଗା-୩ ଫ୍ୟାଟି ଏସିଡ଼ କେପ୍ସୁଲ ମଧ୍ୟ ନେଇ ପାରିବେ କିନ୍ତୁ ଡାକ୍ତର ପରାମର୍ଶ ନେବା ପରେ ।

୮) ସୁରକ୍ଷିତ ରୁହନ୍ତୁ

ଏପରି ଲୋକଙ୍କୁ ଶୀତ ଋତୁରେ ବିଶେଷ ଧ୍ୟାନ ଦେବା ଉଚିତ । ଟିକିଏ ମଧ୍ୟ ଅବହେଳା ଆପଣଙ୍କ ସ୍ଥିତିକୁ ଆହୁରି ଅଧିକ ଖରାପ କରିଥାଏ। ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ଭଲ ଭାବରେ ଗରମ ପୋଷାକ ପିନ୍ଧନ୍ତୁ, ଜୋତା ପିନ୍ଧନ୍ତୁ ଏବଂ ନିଜ ପାଖରେ ସାହାଯ୍ୟ ପାଇଁ ଏକ ଲାଠି ରଖନ୍ତୁ ।

ଏହିସବୁ କଥାର ଧ୍ୟାନ ରଖନ୍ତୁ –

ଉପରେ କୁହାଯାଇଥିବା ଉପାୟକୁ ଧ୍ୟାନରେ ରଖି ଆପଣ ସ୍ଥିତିକୁ ଖରାପ ହେବାରୁ ବଞ୍ଚାଇପାରିବେ । ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ଲକ୍ଷଣ ଅଧିକ ଗମ୍ଭୀର ଦେଖାଯାଉଛି, ତେବେ ଆପଣ ବିଳମ୍ବ ନକରି କୌଣସି ଭଲ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Be the first to comment

Leave a Reply

Your email address will not be published.


*