୫୦୦ ଟଙ୍କାରୁ ନିବେଶ ଆରମ୍ଭ କରନ୍ତୁ ! ଦେଖୁ ଦେଖୁ କୋଟିପତି ହୋଇଯିବେ…

୫୦୦ ଟଙ୍କାରୁ ନିବେଶ ଆରମ୍ଭ କରନ୍ତୁ ! ଦେଖୁ ଦେଖୁ କୋଟିପତି ହୋଇଯିବେ…

ନିବେଶ ଆରମ୍ଭ କରିବା ପାଇଁ କୌଣସି ମୋଟା ଅଙ୍କର ଆବଶ୍ୟକତା ପଡି ନଥାଏ । ଆପଣ ପ୍ରତି ମାସ ନିୟମିତ ଭାବରେ ଛୋଟ ରାଶି ନିବେଶ କରି ଏକ ବଡ଼ ପାଣ୍ଠି ପ୍ରସ୍ତୁତ କରିପାରିବେ । ଯଦି ଆପଣ ଘର, ଗାଡି, ପିଲା ମାନଙ୍କ ପାଠପଢା, ପିଲାଙ୍କ ବାହାଘର କିମ୍ବା ନିଜ ଅବସର ନିମନ୍ତେ ଯୋଜନା କରୁଛନ୍ତି, ତେବେ ଏହି ଯୋଜନାକୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ନିବେଶ ପ୍ରତି ଅଗ୍ରସର ହେବାକୁ ପଡିବ ।

ପ୍ରାୟତଃ ଲୋକମାନେ ନିବେଶକୁ ନେଇ କହିଥାନ୍ତି କି, କିଛି ସମୟ ପରେ କରିବେ । କିନ୍ତୁ ସେମାନଙ୍କ ପାଇଁ ସେହି ସମୟ କେବେ ମଧ୍ୟ ଆସି ନଥାଏ । କାରଣ ସେମାନେ ଗମ୍ଭୀରତାର ସହିତ ନିବେଶକୁ ନେଇ ନଥାନ୍ତି । ବର୍ତ୍ତମାନ ସମୟରେ ସଞ୍ଚୟ ଉପରେ ଯେତିକି ମାତ୍ରାରେ ଧ୍ୟାନ ଦେବାକୁ ପଡ଼ିଥାଏ ଠିକ୍ ସମାନ ମାତ୍ରାରେ ନିବେଶ ଉପରେ ମଧ୍ୟ ଗମ୍ଭୀର ହେବା ଜରୁରୀ ଅଟେ । କିନ୍ତୁ ଏଥି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ନିବେଶ କେଉଁ ଠାରେ କରିବା ଉଚିତ୍ ?

ବାସ୍ତବରେ, ଉତ୍ତମ ରିଟର୍ଣ୍ଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଆର୍ଥିକ ପରାମର୍ଶଦାତା ମାନେ ନିବେଶକ ମାନଙ୍କୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ନିମନ୍ତେ ପରାମର୍ଶ ଦେଇଥାନ୍ତି । ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ବହୁତ ସହଜ ଅଟେ । ଯେକୌଣସି ବୟସରେ ମଧ୍ୟ ବ୍ୟକ୍ତି ମ୍ୟୁଚୁଆଲ୍ ଫଣ୍ଡରେ SIP କରିପାରିବେ । କିନ୍ତୁ କମ୍ ବୟସରେ ନିବେଶର ଆରମ୍ଭ କରିବା ଦ୍ୱାରା ଲକ୍ଷ୍ୟକୁ ସହଜରେ ହାସଲ କରାଯାଇ ପାରିବ ।

ବ୍ୟାଙ୍କ ଖାତା ଉପରେ ଲଗାତାର ସୁଧ ହ୍ରାସ ହେତୁ, ମ୍ୟୁଚୁଆଲ୍ ଫଣ୍ଡ ବିନିଯୋଗର ଏକ ଉତ୍ତମ ମାଧ୍ୟମ ଭାବରେ ଉଭା ହୋଇଛି । ମ୍ୟୁଚୁଆଲ୍ ଫଣ୍ଡରେ SIP ତିନୋଟି ଉପାୟରେ ଆରମ୍ଭ କରାଯାଇ ପାରିବ । ପ୍ରଥମ- ମ୍ୟୁଚୁଆଲ୍ ଫଣ୍ଡ ଏଜେଣ୍ଟ ମାଧ୍ୟମରେ, ଦ୍ୱିତୀୟ- ଏକ ଦଲାଲଙ୍କ ସାହାଯ୍ୟରେ ଅନଲାଇନ୍ ଟ୍ରେଡିଂ ଆକାଉଣ୍ଟ ଖୋଲି SIP କରିପାରିବେ । ଏହା ବ୍ୟତୀତ, ତୃତୀୟ ଉପାୟ ହେଉଛି ମ୍ୟୁଚୁଆଲ୍ ଫଣ୍ଡର୍ ପ୍ରତ୍ୟକ୍ଷ ଯୋଜନାରେ ନିବେଶ କରନ୍ତୁ । ଏଥି ନିମନ୍ତେ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ ମାନଙ୍କର ୱେବସାଇଟକୁ ଯାଇ ନିବେଶ କରିବାକୁ ପଡିଥାଏ ।

ସିଷ୍ଟେମେଟିକ୍ ଇନଭେସ୍ଟମେଣ୍ଟ ପ୍ଲାନ୍ (SIP) ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାର ଏକ ପ୍ରକ୍ରିୟା ରହିଛି । ଏହି ପ୍ରକ୍ରିୟାରେ ନିବେଶ କରିବା ଦ୍ୱାରା ଉତ୍ତମ ରିଟର୍ଣ୍ଣ ପାଇବା ସହଜ ହୋଇ ଯାଇଥାଏ । SIP ଦ୍ୱାରା କୌଣସି ମଧ୍ୟ ଵିବିଧ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରାଯାଇ ପାରିବ । ମ୍ୟୁଚୁଆଲ୍ ଫଣ୍ଡରେ ମାସିକ ୫୦୦ ଟଙ୍କା ନିବେଶ କରି ଆରମ୍ଭ କରାଯାଇପାରିବ । ଅର୍ଥାତ ମ୍ୟୁଚୁଆଲ୍ ଫଣ୍ଡରେ କୌଣସି ବଡ଼ ଅଙ୍କର ଆବଶ୍ୟକତା ନାହିଁ ।

ଯଦି ଆପଣଙ୍କୁ ବଡ଼ ଅଙ୍କର ପାଣ୍ଠିର ଆବଶ୍ୟକତା ରହିଛି ତେବେ ପ୍ରତ୍ୟେକ ମାସ ନିବେଶକୁ ଜାରି ରଖିବାକୁ ପଡିବ । ଏହା ବ୍ୟତୀତ ଆମଦାନୀ ବଢିବା ସହିତ ନିବେଶର ରାଶିକୁ ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଉଦାହରଣ ସ୍ଵରୂପ, ଯଦି କେହି ୨୫ ବର୍ଷୀୟ ଯୁବକ ମାସିକ ୫୦୦ ଟଙ୍କାରେ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଆରମ୍ଭ କରନ୍ତି ତେବେ ତାଙ୍କୁ ପ୍ରତ୍ୟେକ ଛଅ ମାସରେ ନ୍ୟୁନତମ ୫୦୦ ଟଙ୍କା ନିବେଶ ବୃଦ୍ଧି କରିବାକୁ ପଡ଼ିବ । ଏହିପରି ଭାବରେ ୫ବର୍ଷ ପରେ ଅର୍ଥାତ୍ ୩୦ ବର୍ଷ ବୟସରେ ନିବେଶ ରାଶି ବୃଦ୍ଧି ହୋଇ ମାସିକ ୫୦୦୦ ଟଙ୍କା ହୋଇଯିବ । ଏହା ନିଶ୍ଚିତ ଭାବରେ ସମ୍ଭବ ଅଟେ, କାରଣ ପ୍ରାୟତଃ ପ୍ରତିବର୍ଷ ଲୋକମାନଙ୍କ ଚାକିରୀ, ଦରମାରେ ବୃଦ୍ଧି ହୋଇଥାଏ । କେବଳ ଏତିକି ନୁହେଁ, ଯେତେବେଳେ ଆପଣ ପ୍ରାରମ୍ଭିକ ଦୁଇବର୍ଷରେ ଆପଣଙ୍କ ନିବେଶର ରିଟର୍ଣ୍ଣ ଦେଖିବେ, ତେବେ ଏହା ଦ୍ୱାରା ଆପଣଙ୍କ ନିବେଶ ପ୍ରତି ଉତ୍ସାହ ବଢିବ ।

ଉଦାହରଣ ସ୍ୱରୂପ ଯଦି କେହି ୩୦ ବର୍ଷ ବୟସରେ ମ୍ୟୁଚୁଆଲ୍ ଫଣ୍ଡରେ ଆଗାମୀ ୩୦ ବର୍ଷ ପାଇଁ ମାସିକ ୫୦୦୦ ଟଙ୍କା ନିବେଶ କରନ୍ତି, ତେବେ ତାଙ୍କୁ ୬୦ ବର୍ଷ ବୟସରେ ୧,୭୬,୪୯,୫୬୯ ଟଙ୍କା ମିଳିବ । ଏହି ଆକଳନ ମାସିକ ୫ ହଜାର ଟଙ୍କା ନିବେଶ ଉପରେ ୧୨ ପ୍ରତିଶତ ସୁଧ ହିସାବରେ ଲଗାଯାଇଛି । ଯଦି ତାହା ଉପରେ ୧୫ ପ୍ରତିଶତ ସୁଧ ମିଳେ, ତେବେ ସର୍ବମୋଟ ୩,୫୦,୪୯,୧୦୩ ଟଙ୍କା ମିଳିବ । ଯଦି ସୁଧ ୧୦ ପ୍ରତିଶତ ମଧ୍ୟ ମିଳେ ତେବେ ମାସିକ ୫ହଜାର ଟଙ୍କା ନିବେଶ ଉପରେ ୩୦ ବର୍ଷ ପରେ ୧,୧୩,୯୬,୬୨୭ ଟଙ୍କା ରିଟର୍ଣ୍ଣ ମିଳିବ ।

ଯଦିଓ କିଛି ମ୍ୟୁଚୁଆଲ୍ ଫଣ୍ଡ ଆଶାନୁରୂପ କୌଣସି ପରିଣାମ ଦେଇ ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଛୋଟ ନିବେଶକ ମାନଙ୍କ ନିମନ୍ତେ ଫଣ୍ଡ ଚୟନ କରିବା ସବୁଠାରୁ କଠିନ କାର୍ଯ୍ୟ ହୋଇଥାଏ, କାରଣ ସଠିକ୍ ଫଣ୍ଡ ଚୟନ କରିବା ନିମନ୍ତେ ବହୁତ ଅନୁସନ୍ଧାନର ଆବଶ୍ୟକତା ରହିଛି । ତେଣୁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ପୂର୍ବରୁ ସମସ୍ତ ଦିଗ ପ୍ରତି ବିଚାର କରନ୍ତୁ, କୌଣସି ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନିଶ୍ଚିତ ଭାବରେ ନିଅନ୍ତୁ । କାରଣ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ବଜାର, ନିବେଶ ବଜାର ଅନେକ ବିପଦ ଅଧିନରେ ରହିଥାଏ ।

ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀମାନେ ନିବେଶକକାରୀ ମାନଙ୍କ ଠାରୁ ପଇସା ଯୋଗାଡ଼ କରି, ସେ ସବୁର ଏକ ବଡ଼ ଅଂଶ ସେୟାର୍ ମାର୍କେଟରେ ନିବେଶ କରିଥାନ୍ତି । ଏହା ପ୍ରତିବଦଳରେ ମ୍ୟୁଚୁଆଲ୍ ଫଣ୍ଡ ନିବେଶକଙ୍କ ଠାର ଚାର୍ଜ ନେଇଥାନ୍ତି । ବିଶେଷ କରି ଯେଉଁ ବ୍ୟକ୍ତିମାନେ ସେୟାର୍ ମାର୍କେଟରେ ନିବେଶ ସେତେ ଜାଣନ୍ତି ନାହିଁ, ସେମାନଙ୍କ ପାଇଁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ଏକ ଉତ୍ତମ ବିକଳ୍ପ ଅଟେ । ମ୍ୟୁଚୁଆଲ୍ ଫଣ୍ଡରେ ଆପଣଙ୍କୁ ଚୟନ କରିବାର ଅଧିକାର ରହିଥାଏ ।

Leave a Reply

Your email address will not be published. Required fields are marked *