ଛୋଟ ପରଦାରେ ପ୍ରତିବର୍ଷ ନୂତନ ଶୋ’ ଆସିଥାଏ ଏବଂ ଯାଇଥାଏ । ଏଥି ମଧ୍ୟରୁ କମ୍ ଶୋ’ ରହିଥିବ ଦର୍ଶକଙ୍କ ହୃଦୟରେ ଘର କରି ଏବଂ ଦର୍ଶକ ମାନଙ୍କର ଚାହିଦାରେ ବର୍ଷ ବର୍ଷ ଧରି ଚାଲୁଥିବ । ଏହି ଶୋ’ ଗୁଡିକ ମଧ୍ୟରୁ ଗୋଟିଏ ଅଟେ ଟିଭି ଜଗତର ସବୁଠାରୁ ବଡ଼ ସିରିଏଲ୍ ‘ତାରକ ମେହେଟା କା ଉଲଟା ଚଷମା’ । ଏହା ଏଭଳି ଏକ ଶୋ’ ଅଟେ ଯାହାକୁ ଆପଣ ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ସହ ମିଶି ଦେଖିପାରିବେ ।…
ଆଜି ଏହି ଶୋ’ର କଳାକାର ମାନେ ଯେତିକି ଶୋ’ ମଧ୍ୟରେ ପ୍ରସିଦ୍ଧ ଅଟନ୍ତି, ସେତିକି ଏମାନେ ନିଜ ବାସ୍ତବ ଜୀବନରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ଏହି ଶୋ’ରେ ବବିତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ‘ମୁନ୍-ମୁନ୍’ ଦତ୍ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକ ଅଟନ୍ତି । ଏହି ଶୋ’ରେ ବବିତା ଅତ୍ୟନ୍ତ ଖୋଲା ବିଚାରର ଦେଖା ଯାଇଛନ୍ତି । କିନ୍ତୁ ବାସ୍ତବ ଜୀବନରେ ‘ମୁନ୍-ମୁନ୍’ ମଧ୍ୟ #MeTooର ଶିକାର ହୋଇ ସାରିଛନ୍ତି ।
‘ମୁନ୍-ମୁନ୍’ ଦତ୍ତାଙ୍କ ସହ ହୋଇଥିବା ଏହି ଘଟଣା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ‘ମୁନ୍-ମୁନ୍’ ଦତ୍ତାଙ୍କୁ ମଧ୍ୟ ଶୋଷଣ ଏବଂ ଜାତନାର ଶିକାର ହେବାକୁ ପଡିଥିଲା । ‘ମୁନ୍-ମୁନ୍’ ଯେତେବେଳେ ଏ ବିଷୟରେ ଖୋଲାସା କରିଥିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆପଣଙ୍କର ମନେ ଥିବ ଯେ ଭାରତରେ #MeToo ଅଭିଯାନର ଆରମ୍ଭ ହୋଇଥିଲା । ସେତେବେଳେ କେତେକ ଅଭିନେତ୍ରୀ ନିଜ ସହ ହୋଇଥିବା ଶୋଷଣ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ ।
ଏହି ସମୟରେ ‘ମୁନ୍-ମୁନ୍’ ମଧ୍ୟ ନିଜ ସହ ହୋଇଥିବା ଶୋଷଣ ବିଷୟରେ ଖୋଲାସା କରିଥିଲେ । ସେ କହିଥିଲେ କି ତାଙ୍କୁ ବିଶ୍ୱାସ ହେଉନାହିଁ ଯେ କିଛି ଭଲ ପୁରୁଷ ସେହି ମହିଳା ମାନଙ୍କର ସଂଖ୍ୟା ଦେଖି ସ୍ତବ୍ଧ ଅଟନ୍ତି, ଯେଉଁମାନେ ସାମ୍ନାକୁ ଆସି #MeTooରେ ନିଜ ସହ ହୋଇଥିବା ଘଟଣା ବିଷୟରେ ଖୋଲାସା କରିଛନ୍ତି । ଏହା ଆପଣଙ୍କ ନିଜ ଘରେ, ଆପଣଙ୍କ ଭଉଣୀ, ଝିଅ, ମା, ପତ୍ନୀ, ଆପଣଙ୍କ ଚାକରାଣୀ ସହ ହେଉଅଛି । ଆପଣଙ୍କର ସେମାନଙ୍କ ଉପରେ ଭରସା ଯେତିକି ଅଛି, ସେମାନଙ୍କୁ ଏଭଳି ଘଟଣା ବିଷୟରେ ପଚାରନ୍ତୁ । ଆପଣ ସେହି ଘଟଣା ଯୋଗୁଁ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।
ଏହା ସହ ‘ମୁନ୍-ମୁନ୍’ ନିଜ କଥା ରଖି କହିଛନ୍ତି ଯେ, ସେହି ସମୟ ଅତ୍ୟନ୍ତ କଷ୍ଟଦାୟକ ଥିଲା, ଆଖିରୁ ଅନେକଥର ଆପେ ଆପେ ଲୁହ ଖସି ପଡୁଥିଲା । ଯେତେବେଳେ ସେ ଛୋଟ ଥିଲେ, ସେତେବେଳେ ପଡୋଶୀର ଜଣେ ଅଙ୍କଲ୍ ତାଙ୍କୁ ବୁଲାଉଥିଲେ । ଜଣାପଡୁଥିଲା ସେ ତାଙ୍କ ସହ ଏଭଳି କିଛି କରିଦେବେ । ତାଙ୍କ ଦେଖିବାର ଶୈଳୀ ଅତ୍ୟନ୍ତ ଭୟଙ୍କର ଥିଲା । ସେହି ମଣିଷ ଯିଏ ତାଙ୍କୁ ବଡ଼ ହେବାର ଦେଖିଥିଲେ, ଲାଗୁଥିଲା ସେ ତାଙ୍କ ଅଙ୍ଗ ଗୁଡିକୁ ନିଜ ଇଚ୍ଛାରେ ଛୁଇଁପାରିବେ ।
ସେ ଖୋଲାସା କରିଥିଲେ ଯେ, ତାଙ୍କ ଟ୍ୟୁଶନ୍ ମାଷ୍ଟର୍ ତାଙ୍କ ଅଣ୍ଡରପ୍ୟାଣ୍ଟରେ ହାତ ମାରିଥିଲେ । ଆଉ ଜଣେ ଶିକ୍ଷକ ଶ୍ରେଣୀ ଗୃହରେ ଝିଅମାନଙ୍କୁ ବାଡେଇବା ବାହାନାରେ ତାଙ୍କ ବ୍ରା ଷ୍ଟ୍ରିପ୍ ଟାଣୁଥିଲେ । କେବଳ ଏତିକି ନୁହେଁ ସେ ଝିଅମାନଙ୍କ ସ୍ତନ ଉପରେ ମଧ୍ୟ ହାତ ମାରୁଥିଲେ । ‘ମୁନ୍-ମୁନ୍’ ଦତ୍ତାଙ୍କର ଏହି ଖୋଲାସା ପରେ ସମସ୍ତେ ତାଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଆଜି ଯାଏ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ରହିଛନ୍ତି ।