ଆଇ.ପି.ଏଲ୍(IPL) ଖେଳିବା ପାଇଁ ପ୍ରସ୍ତୁତରେ ଅଛନ୍ତି ଶ୍ରୀଶାନ୍ତ ! ଏହି ୩ଟି ଦଳରେ ଖେଳିବା ପାଇଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି ।

ଆଇ.ପି.ଏଲ୍(IPL) ଖେଳିବା ପାଇଁ ପ୍ରସ୍ତୁତରେ ଅଛନ୍ତି ଶ୍ରୀଶାନ୍ତ ! ଏହି ୩ଟି ଦଳରେ ଖେଳିବା ପାଇଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି ।

ଭାରତର ପୂର୍ବ ସୁପର୍ ଫାଷ୍ଟ ବୋଲର୍ ଶ୍ରୀଶାନ୍ତ ଆଇ.ପି.ଏଲ୍ ଖେଳିବାକୁ ପୁରା ପ୍ରସ୍ତୁତରେ ଅଛନ୍ତି । ଶ୍ରୀଶାନ୍ତଙ୍କ ୨୦୧୩ରେ ସ୍ପୋର୍ଟ ଫିକ୍ସିଙ୍ଗ ଯୋଗୁଁ ବ୍ୟାନ୍ ହୋଇଥିଲେ । ଶ୍ରୀଶାନ୍ତଙ୍କ କହିବା ଅନୁସାରେ ସେ ୨୦୨୧ରେ ଖେଳାଳିଙ୍କ ନିଲାମୀ ସମୟରେ ନିଜ ନାମ ରଖିବେ । ଶ୍ରୀ ଶାନ୍ତ ଆଇ.ପି.ଏଲରେ ଖେଳିବା ପାଇଁ ନିଜ ମନ ପସନ୍ଦ ତିନୋଟି ଦଳର ନାମ ମଧ୍ୟ କହିଲେ ।

google

ଶ୍ରୀଶାନ୍ତ ଗତ ୭ ବର୍ଷରୁ କ୍ରିକେଟରୁ ବହୁତ ଦୂରରେ ରହୁଥିଲେ । କିନ୍ତୁ କେବେ ଅଭିନୟ କରି ତ କେବେ ଡାନ୍ସ କରି ଲୋକଙ୍କ ମନରଞ୍ଜନ କରୁଥିଲେ । ୩୭ ବର୍ଷର ହୋଇ ମଧ୍ୟ ସେ ଆସନ୍ତା ବର୍ଷ ଆଇ.ପି.ଏଲ୍ ନିଲାମୀରେ ସାମିଲ ହେବାକୁ ଯାଉଛନ୍ତି । ୨୦୧୩ରେ ସ୍ପୋର୍ଟ ଫିକ୍ସିଙ୍ଗ ଯୋଗୁଁ ତାଙ୍କୁ ବ୍ୟାନ୍ କରାଯାଇଥିଲା । କିନ୍ତୁ ତାଙ୍କର ଏହି ବ୍ୟାନ୍ ସେପ୍ଟେମ୍ବର ମାସରେ ଶେଷ ହେବାକୁ ଯାଉଛି । ରଞ୍ଜିତ ଟ୍ରଫି ପାଇଁ ସେ ବର୍ତ୍ତମାନ କେରଳ ଦଳ ପାଇଁ ସାମିଲ ହୋଇଗଲେ । ବ୍ୟାନ୍ ଶେଷ ହୋଇଯିବା ପରେ ସେ କ୍ରିକେଟ୍ ଦୁନିଆକୁ ପୁଣିଥରେ ଆସିବାକୁ ପ୍ରସ୍ତୁତରେ ଅଛନ୍ତି । ଶ୍ରୀ ଶନ୍ତଙ୍କ ପ୍ଲାନିଙ୍ଗ ଆସନ୍ତା ବର୍ଷ ଆଇ.ପି.ଏଲ୍ ଖେଳିବାର ଅଛି । ଏହାସହ ସେ ଆଇ.ପି.ଏଲ୍ ଖେଳିବାକୁ ନିଜ ୩ଟି ମନ ପସନ୍ଦ ଦଳର ନାମ ମଧ୍ୟ କହିଲେ ।

google

ଶ୍ରୀ ଶାନ୍ତ କହିଲେ ” ନିଶ୍ଚିତ ରୂପେ ମୁଁ ଆଇ.ପି.ଏଲ୍ ୨୦୨୧ରେ ନିଲାମୀରେ ମୋ ନାମ ରଖିବି । ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିବାକୁ ଚାହୁଁଛି । କାରଣ ଏହି ଦଳରେ ସଚିନ୍ ତେନ୍ଦୁଲକର ସପୋର୍ଟ ଷ୍ଟାଫରେ ଅଛନ୍ତି । ଯେଉଁ ଦଳ ମତେ କିଣିବେ ମୁଁ ତାଙ୍କ ସହିତ ଖେଳିବାକୁ ଚାହିଁବି । କିନ୍ତୁ କ୍ରିକେଟର ଫ୍ୟାନ୍ ରୂପେ ମୁଁ ମୁମ୍ବାଇ ଇଣ୍ଡିଆନ୍ସକୁ ଚୟନ କରିବି । ସଚିନ୍ ତେନ୍ଦୁଲକର ମଧ୍ୟ ଦଳ ସହିତ ଜଡି ଅଛନ୍ତି । ମୁଁ କ୍ରିକେଟ୍ ସଚିନଙ୍କ ସହିତ ମିଶିବା ପାଇଁ ହିଁ ଖେଳିଲି । ଯଦି ମୋତେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିବାକୁ ସୁଯୋଗ ମିଳିବ ତେବେ ମତେ ସଚିନଙ୍କ ଠାରୁ ଟ୍ରେନିଙ୍ଗ ରୁମରେ ବହୁତ କିଛି ଶିଖିବାକୁ ମିଳିବ ” । ଶ୍ରୀ ଶାନ୍ତ ୨୦୧୩ରେ ନିଜ ଶେଷ ଆଇ.ପି.ଏଲ୍ ଖେଳିଥିଲେ । ସେ ଆଇ.ପି.ଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଛଡ଼ା ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ରୋୟାଲ୍ ଚାଲେଞ୍ଜର ବେଙ୍ଗାଳୁରୁରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

google
google

ଏହାକୁ ନେଇ ଶ୍ରୀଶାନ୍ତ କହିଲେ ” ମୁଁ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ କୋହଲିଙ୍କ ରୋୟାଲ୍ ଚାଲେଞ୍ଜର ବେଙ୍ଗାଳୁରୁରେ ମଧ୍ୟ ଖେଳିବାକୁ ପସନ୍ଦ କରିବି । ଏହି ବର୍ଷ ଆଇ.ପି.ଏଲ୍ ୨୯ ମାର୍ଚ୍ଚରେ ଆରମ୍ଭ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ଏହି ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଆଇ.ପି.ଏଲ୍ ମ୍ୟାଚ୍ ହୋଇପାରିଲା ନାହିଁ । ଏହି ବର୍ଷ ଆଇ.ପି.ଏଲ୍ ହେବାକୁ ନେଇ ମଧ୍ୟ ଦ୍ଵନ୍ଦ ଅଛି । ଏହାକୁ ନେଇ ଶ୍ରୀ ଶାନ୍ତ କହିଲେ ” ଏହି ସିଜନରେ ମଧ୍ୟ ଅଧିକ ବିଦେଶୀ ଖେଳାଳି ଖେଳିବେ ନାହିଁ । ଏଭଳି ସ୍ଥିତିରେ ଦଳକୁ ଆହୁରି ଖେଳାଳିଙ୍କୁ ସାମିଲ କରିବାକୁ ପଡିପାରେ । ମୁଁ ମଧ୍ୟ ଆଇ.ପି.ଏଲ୍ ୨୦୨୧ର ନିଲାମୀରେ ନିଜ ନାମ ରଖିବି । ଏଭଳି ସ୍ଥିତିରେ ମୋ ପାଖରେ ଖେଳିବାକୁ ସମ୍ଭାବନା ଅଧିକ ରହିବ ।

Leave a Reply

Your email address will not be published. Required fields are marked *