୧୨ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଟରରେ ବୁଲନ୍ତୁ ୭୦ କିଲୋମିଟର ! ପେଟ୍ରୋଲ୍ ଦାମ ବୃଦ୍ଧି କିମ୍ବା ହ୍ରାସ ହେଉ କିଛି ଚିନ୍ତା ନାହିଁ…

୧୨ ଟଙ୍କା ଖର୍ଚ୍ଚ କରି ଏହି ସ୍କୁଟରରେ ବୁଲନ୍ତୁ ୭୦ କିଲୋମିଟର ! ପେଟ୍ରୋଲ୍ ଦାମ ବୃଦ୍ଧି କିମ୍ବା ହ୍ରାସ ହେଉ କିଛି ଚିନ୍ତା ନାହିଁ…

ଗୋଟିଏ ପଟେ ଯେଉଁଠାରେ ଦେଶରେ ପେଟ୍ରୋଲ୍ ଦର ବୃଦ୍ଧି ପାଇବାରେ ଲାଗିଛି ଅନ୍ୟ ପଟେ ଟେକ୍ନୋଇଲେକଟ୍ରାର ଏଲେକ୍ଟ୍ରିକ୍ ସ୍କୁଟର୍ ଆପଣଙ୍କୁ ଏମିତିରେ ଆରାମ ପ୍ରଦାନ କରିବ । ଏହି ଇଲେକ୍ଟ୍ରିକ୍ ସ୍କୁଟର ଆପଣଙ୍କୁ ଅନେକଗୁଡ଼ିଏ ଲାଭ ପ୍ରଦାନ କରିବ । ଏହି ସ୍କୁଟର ପାଖରେ ଥିଲେ ଆପଣଙ୍କୁ ଏ କଥାରୁ କୌଣସି ପ୍ରଭାବ ପଡ଼ିବ ନାହିଁ ଯେ ପେଟ୍ରୋଲ୍ ଦର ବୃଦ୍ଧି ପାଉଛି ନା ହ୍ରାସ ଘଟୁଛି । ବାସ୍ତବରେ,ପେଟ୍ରୋଲରୁ ଏହାର କୌଣସି ସମ୍ବନ୍ଧ ନାହିଁ । ଅର୍ଥାତ ଏଥିରେ ବୁଲିବା ପାଇଁ ଆପଣଙ୍କୁ ବିଜୁଳି ଉପରେ ଧ୍ୟାନ ଦେବାକୁ ପଡ଼ିବ ।

ଦେଶରେ ଲଗାତାର ବୃଦ୍ଧି ପେଟ୍ରୋଲ୍ ଦର ମଧ୍ୟରେ ଟେକ୍ନୋ ଇଲେକଟ୍ରାର ଇଲେକ୍ଟ୍ରିକ୍ ସ୍କୁଟର୍ ଆପଣଙ୍କ ପାଇଁ ଏକ ଉତ୍ତମ ପରିବହନର ସୁଯୋଗ ଆଣିଦେବ । ନିକଟରେ ଟେକ୍ନୋ ଇଲେକଟ୍ରା ସାଥି ନାମକ ଏକ ସ୍କୁଟର୍ ବଜାରକୁ ଆସିଛି । ଯେଭଳି ଏହାର ନାମ ରହିଛି, ପ୍ରକୃତରେ ଏହା ଆପଣଙ୍କ ପାଇଁ ସେଭଳି କାର୍ଯ୍ୟ କରିବ । ଯଦି ଆପଣ ଏହାକୁ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ +୯୧ ୯୫୪୦୫୬୯୫୬୯ ନମ୍ବରରେ ଡ଼ାୟଲ୍ କରି ବୁକ୍ କରାଇ ପାରିବେ ।

aasantଇଲେକ୍ଟ୍ରିକ୍ ସ୍କୁଟରର ଲାଭଗୁଡ଼ିକ…

ଏହି ଇଲେକ୍ଟ୍ରିକ୍ ସ୍କୁଟରର ଅନେକଗୁଡ଼ିଏ ବିଶେଷତ୍ୱ ରହିଛି । ଆପଣଙ୍କୁ ଏଥିରେ ଏଲଇଡ଼ି ହେଡ ଲାଇଟ୍, ସେଣ୍ଟ୍ରାଲ୍ ଲକିଙ୍ଗ ସିଷ୍ଟମ୍, ଏଣ୍ଟି-ଥେଫ୍ଟ ଅଲାର୍ମ, ସ୍ମାର୍ଟ ରିପେୟାର ଫକ୍ସନ୍, ଫ୍ରଣ୍ଟ ଓ ରିୟର୍ ବାସ୍କେଟ୍ ଓ ଫାଷ୍ଟ ଚାର୍ଜିଙ୍ଗ ଭଳି ଦମଦାର୍ ଫିଚର୍ସ ରହିଛି । ଅନ୍ୟ ବିଶେଷତ୍ୱ ଗୁଡ଼ିକ ହେଲା ଏଥିରେ ଗ୍ରାହକ ମାନଙ୍କ ଉଭୟ ପଟୁ ଟେଲେସ୍କୋପିକ୍ ସସପେନ୍ସନ୍, ବ୍ଲେକ୍ ଅଏଲ୍ ବିଲଜ୍, ୧୦ ଇଞ୍ଚ ଟ୍ୟୁବଲେସ୍ ଟାୟାର୍ ଓ ଡ୍ରମ୍ ବ୍ରେକର ସୁବିଧା ରହିଛି । ବିଶେଷ କଥାଟି ଏହିକିଯେ, କମ୍ପାନୀ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ତିନି ବର୍ଷର ୱାରେଣ୍ଟି ମଧ୍ୟ ଦେଇଛି ।

ଥରେ ଫୁଲ ଚାର୍ଜ କଲା ପରେ ୬୦-୭୦ କିଲୋମିଟର ଦୂରତା ଅତିକ୍ରମ କରିପାରିବେ…

ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ଥରେ ଫୁଲ ଚାର୍ଜ କଲେ ଏହା ୬୦-୭୦ କିଲୋମିଟର ପର୍ଯ୍ୟନ୍ତ ଚାଳିବାରେ ସକ୍ଷମ ଅଟେ । ଏଥିପାଇଁ ବିଏଲଡ଼ିସି ମୋଟର ଓ ୪୮ଭି ୨୬ ଏଏଚ ଏଲଆଇ-ଆଇଓଏନ୍ ବ୍ୟାଟେରୀ ଉପଲବ୍ଧ ଅଟେ । ଜଣାଇଦେଉଛୁ ଯେ, ଏହି ଗାଡ଼ିର ବ୍ୟାଟେରୀ ୩ ରୁ ୪ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ । ଯେଉଁଠାରେ ସ୍କୁଟର୍ ଉପରେ ତିନି ବର୍ଷ ଓ ଏହାର ଚାର୍ଜର ଉପରେ ୧.୫ ବର୍ଷର ୱାରେଣ୍ଟି ମିଳିବ ।

୧୨ ଟଙ୍କାରେ ୬୦-୭୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ…

କମ୍ପାନୀ ଅନୁଯାୟୀ, ଏହି ସ୍କୁଟରକୁ ଥରେ ଚାର୍ଜ କରିବା ପାଇଁ ମାତ୍ର ୧.୫ ୟୁନିଟ୍ ବିଜୁଳି ଆବଶ୍ୟକ କରେ । ସ୍ପଷ୍ଟ ଭାବରେ କହିବାକୁ ଗଲେ ମାତ୍ର ୧୨ ଟଙ୍କାରେ ଆପଣଙ୍କୁ ଏହି ସ୍କୁଟର୍ ୬୦-୭୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରାଇବ । ଏପରି ଭାବରେ ଏହି ସ୍କୁଟର୍ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ସୂଚନା ଅନୁଯାୟୀ, ବଜାରରେ ଏହି ଇଲେକ୍ଟ୍ରିକ୍ ସ୍କୁଟର୍ ଗେମ୍ପୋଇ ମିଶୋ ସହିତ ମୁକାବିଲା କରୁଛି ।

Leave a Reply

Your email address will not be published. Required fields are marked *