ଆମେରିକାରୁ ଭାରତକୁ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିର୍ମିତ କରାଯାଇଥିବା ସ୍ୱତନ୍ତ୍ର ବିମାନ, ଏହି ବିଶେଷତା ସହିତ ସଜ୍ଜିତ !

ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେରିକାରେ ନିର୍ମିତ କରାଯାଇଥିବା ସ୍ୱତନ୍ତ୍ର ବିମାନ ଆଜି ଭାରତରେ ପହଞ୍ଚି ଯାଇଛି । ଏହି ବିମାନଗୁଡିକୁ ଅତ୍ୟନ୍ତ ବିଶେଷ ଉପାୟରେ ତିଆରି କରାଯାଇଛି ଏବଂ ଏଗୁଡିକର ନାମ ଏୟାର ଇଣ୍ଡିଆ ୱାନ୍ ( Air India One ) ରଖାଯାଇଛି । ବାସ୍ତବରେ ୨୦୧୮ ମସିହାରେ ଭାରତ ବୋଇଙ୍ଗ କମ୍ପାନୀ ସହିତ ଏକ ଚୁକ୍ତି କରିଥିଲା । ଯାହା ଅଧୀନରେ ଏୟାର ଇଣ୍ଡିଆର ବିମାନ ଗୁଡିକୁ ଆମେରିକାରେ କଷ୍ଟମାଇଜ୍ କରାଯାଇ ଥିଲା ଏବଂ ଆଜି ସେଗୁଡିକୁ ଭାରତ ପଠାଇ ଦିଆଯାଇଛି । ଉଭୟ ବିମାନର ମୂଲ୍ୟ ପ୍ରାୟତଃ ୮୪୫୮ କୋଟି ଟଙ୍କା ଅଟେ ।

ଏୟାର ଇଣ୍ଡିଆ ୱାନ୍ ନାମକ ଏହି ବିମାନ ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ସହିତ ସଜ୍ଜିତ ହୋଇଛି । ଏହି ବିମାନରେ ଯାତ୍ରା ସମୟରେ ଅଡିଓ ଏବଂ ଭିଡିଓ ଯୋଗାଯୋଗ କରା ଯାଇପାରିବ । ତାହା ମଧ୍ୟ ହ୍ୟାକ୍ କିମ୍ବା ଟ୍ୟାପ୍ କରିବାର ଭୟ ବିନା କରାଯାଇପାରିବ । ଏହି ଭିଆଇପି ବିମାନ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ କରାଯାଇଛି ।

ଏହି ବିମାନଗୁଡିକରେ ଆମେରିକାର ରାଷ୍ଟ୍ରପତିଙ୍କ ବିମାନ ଭଳି ସମାନ ସୁରକ୍ଷା ଉପଲବ୍ଧ କରାଯାଇଛି ଏବଂ ଏହି ଦୁଇଟି ବିମାନ ଉଚ୍ଚ ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ ଅଟେ । ଏହି ବିମାନଗୁଡ଼ିକର ବିଶେଷତ୍ୱ ​​ବିଷୟରେ କହିବାକୁ ଗଲେ ଏଥିରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ରହିଛି । ଯାହାକୁ ଲାର୍ଜ ଏୟାରକ୍ରାଫ୍ଟ ଇନଫ୍ରାଇଡ କାଉଣ୍ଟରମେଜର୍ସ (ଏଲଏଆଇଆରସିଏଲ) ଏବଂ ସେଲ୍ଫ ପ୍ରୋଟେକସନ ସୁଟ୍ସ (ଏସପିଏସ) କୁହାଯାଏ ।

ଏହି ବିମାନଗୁଡିକ ଘଣ୍ଟା ପ୍ରତି ୧,୦୧୩ କିଲୋମିଟର ବେଗରେ ୩୫,୦୦୦ ଫୁଟ ଉଚ୍ଚରେ ଉଡିପାରିବ । ଯେଉଁଠାରେ ସର୍ବାଧିକ ଏହି ବିମାନଗୁଡିକ ୪୫,୧୦୦ ଫୁଟ ଉଚ୍ଚତାରେ ମଧ୍ୟ ଉଡିପାରିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବିମାନର ଘଣ୍ଟା ପ୍ରତି ଉଡ଼ାଣରେ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଏହି ଦୁଇଟି ବିମାନରେ ସୁରକ୍ଷାର ଏପରି ଉପକରଣ ସଜ୍ଜିତ କରାଯାଇଛି, ଯାହା ବଡରୁ ବଡ଼ ଆକ୍ରମଣକୁ ରୋକିବା ପାଇଁ ଶକ୍ତି ରଖିଅଛି । ଏହି ବିମାନ ଉପରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣର କୌଣସି ପ୍ରଭାବ ପଡେନାହିଁ । ଏଥିସହ ଏଥିରେ ଥରେ ଇନ୍ଧନ ଭରିବା ପରେ ଏହା ଭାରତରୁ ଆମେରିକାକୁ ଉଡାଣ ଭରିପାରିବ । ଅର୍ଥାତ ଏହି ବିମାନଗୁଡ଼ିକୁ କୌଣସି ସ୍ଥାନରେ ଅଟକାଇ ଇନ୍ଧନ ଭରିବାର ଆବଶ୍ୟକତା ପଡିବ ନାହିଁ ।

ଏୟାର ଇଣ୍ଡିଆ ୱାନ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଅଧିକାରୀଙ୍କ ବିମାନ ଅଟେ, ଯେଉଁଥିରେ ସେମାନେ ଖୁବ୍ ଶୀଘ୍ର ଯାତ୍ରା କରିବେ । ଆପଣଙ୍କୁ କହିରଖୁଛୁ ଯେ ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତି ଏୟାର ଇଣ୍ଡିଆର ବୋଇଙ୍ଗ ୭୪୭ ବିମାନରେ ଯାତ୍ରା କରନ୍ତି ।

Be the first to comment

Leave a Reply

Your email address will not be published.


*