କେବଳ ଅଭିନେତା ନୁହଁନ୍ତି ବରଂ ତାଲିମପ୍ରାପ୍ତ ବିମାନ ଚାଳକ ମଧ୍ୟ ଅଟନ୍ତି ସାଉଥ୍ ସୁପରଷ୍ଟାର୍ ଅଜିତ୍ କୁମାର୍ ! ପ୍ରସିଦ୍ଧିରେ ଶାହରୁଖ୍ ଖାଁଙ୍କୁ ଦିଅନ୍ତି ଟକ୍କର୍…

କେବଳ ଅଭିନେତା ନୁହଁନ୍ତି ବରଂ ତାଲିମପ୍ରାପ୍ତ ବିମାନ ଚାଳକ ମଧ୍ୟ ଅଟନ୍ତି ସାଉଥ୍ ସୁପରଷ୍ଟାର୍ ଅଜିତ୍ କୁମାର୍ ! ପ୍ରସିଦ୍ଧିରେ ଶାହରୁଖ୍ ଖାଁଙ୍କୁ ଦିଅନ୍ତି ଟକ୍କର୍…

ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଓ ତାମିଲ୍ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ଅଜିତ୍ କୁମାର୍ ୫୦ ବର୍ଷର ହୋଇଗଲେଣି । ୧୯୭୧ରେ ହାଇଦ୍ରାବାଦର ସିକନ୍ଦରାବାଦରେ ଜନ୍ମଗ୍ରହଣ କରିଥିବା ଅଜିତ କୁମାର ତାମିଲ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ଅଟନ୍ତି । ସେ ନିଜ ଚଳଚ୍ଚିତ୍ରରେ ଗୋଟିଏ ଭଲ ଭଲ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ଆଜି ଥାଲା ନାମରେ ଦକ୍ଷିଣ ଚଳଚ୍ଚିତ୍ର ଜଗତରେ ପରିଚିତ । ଅଜିତଙ୍କ ପ୍ରସିଦ୍ଧିର ଅନୁମାନ ଆପଣ ଏହି କଥାରୁ ଲଗାଇ ପାରିବେ ଯେ ତାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ମାତ୍ରେ ଦକ୍ଷିଣ ଭାରତର ଥିଏଟର୍ ଗୁଡ଼ିକରେ ଭିଡ଼ ଲାଗିଯାଏ । ତେବେ ଚାଲନ୍ତୁ ଆଜି ଅଜିତ୍ କୁମାରଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା ।

ଶିଶୁ କଳାକାର ଥିଲେ ଅଜିତ୍-

ଆପଣଙ୍କୁ ସୁଚାଇଦେଉଛୁ ଯେ ଅଜିତ୍ କୁମାରଙ୍କୁ ତାଙ୍କ ଫ୍ୟାନ୍ସ ଓ ସାଉଥରେ ତାଙ୍କୁ ପ୍ରେମର ଥାଲା ଅଜିତ୍ ବୋଲି ଡାକନ୍ତି । ଥାଲା ଅର୍ଥ ମୁଖିଆ କିମ୍ବା ଲିଡର୍ । ଅଜିତ୍ କୁମାର୍ ନିଜ କ୍ୟାରିୟରର ଆରମ୍ଭ ଅନ୍ୟ ସୁପରଷ୍ଟାର୍ ଯେପରିକି ଆମୀର୍ ଖାଁ, କମଳ ହାସନ୍ ଓ ରିତିକ୍ ରୋଶନଙ୍କ ଭଳି ବାଲ୍ୟ କାଳରେ କରିଥିଲେ । ଜଣାଇଦେଉଛୁ ଯେ ଅଜିତ୍ କୁମାର୍ କିଛି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଭୂମିକା ନିର୍ବାହ କରିଥିଲେ । ୧୯୯୦ ମସିହାରେ ତାମିଲ୍ ଚଳଚ୍ଚିତ୍ର ‘ଏନ୍ ବିଦୁ ଏନ୍ କାନାବର୍’ର ଏକ ଗୀତରେ ଅଜିତ୍ ନଜର ଆସିଥିଲେ । ଯେଉଁଥିରେ ସେ ଏକ ସ୍କୁଲ୍ ଛାତ୍ରର ଛୋଟ ଚରିତ୍ରରେ ନଜର ଆସିଥିଲେ । ଲୋକଙ୍କୁ ଲାଗେ ଯେ ଅଜିତଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିବା ‘ଅମରାବତୀ’ ଅଟେ କିନ୍ତୁ ସେ ଆରମ୍ଭରେ ୧୯୯୨ରେ ଚଳଚ୍ଚିତ୍ର ‘ପ୍ରେମା ପୁଷ୍କକମ୍’ କରିଥିଲେ ଯାହାକି ଏକ ତେଲୁଗୁ ଚଳଚ୍ଚିତ୍ର ଅଟେ ।

ଅନେକ ସୁପରଷ୍ଟାରଙ୍କ ସହିତ କାମ କରିଥିଲେ-

ସେପଟେ ଅଜିତ କୁମାରଙ୍କ ଆଉ ଏକ କଥା ଜଡ଼ିତ ଅଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅଜିତଙ୍କ ଦୁଇଟି ଚଳଚ୍ଚିତ୍ରରେ ଅନ୍ୟ ଦୁଇଟି ସୁପରଷ୍ଟାର୍ ଡବ୍ କରିଥିଲେ ଏବଂ ସେ ଆଉ କିଏ ନୁହେଁ ବରଂ ବିକ୍ରମ୍ ଥିଲେ । କ୍ୟାରିୟରର ସଂଘର୍ଷ ସମୟରେ ବିକ୍ରମ୍ ଅଜିତଙ୍କ ଚଳଚ୍ଚିତ୍ର ‘ଅମରାବତୀ’ ଏବଂ ‘ପସମଲାରଗଲ୍’ରେ ଡ଼ବିଙ୍ଗ କରିଥିଲେ । ଏହାପରେ ଅଜିତ୍ ଓ ବିକ୍ରମ୍ ଦୁହେଁ ଚଳଚ୍ଚିତ୍ର ‘ଓଲ୍ଲାସମ୍’ରେ ଏକାଠି କାମ କରିଥିଲେ ।

ଏହାବ୍ୟତୀତ ଅଜିତ୍ ଅଭିନେତା ବିଜୟଙ୍କ ସହିତ କାମ କରିଥିଲେ । ଦୁହେଁ ଏକାଠି ‘ରାଜାବିନ୍ ପରବେୟଲେ’ରେ ନଜର ଆସିଥିଲେ । ଯଦିଓ ଏହି ଚଳଚ୍ଚିତ୍ରରେ ଅଜିତ୍ ବିଜୟଙ୍କ ବନ୍ଧୁ ଭାବେ ଏକ ଛୋଟ ଚରିତ୍ରରେ ଅଭିନୟ କରିଥିଲେ । ଏହାବ୍ୟତୀତ ଦୁହେଁ ଚଳଚ୍ଚିତ୍ର ‘ନେରୁକୁ ନେର୍’ରେ ପୁଣିଥରେ ଏକାଠି ନଜର ଆସିଥିଲେ । ଯଦିଓ ତାରିଖ ଯୋଗୁଁ ବିଜୟ ଏହି ଚଳଚ୍ଚିତ୍ରରୁ ବାହାରି ଯାଇଥିଲେ ।

ଚଳଚ୍ଚିତ୍ରରେ ଶାହରୁଖଙ୍କ ସାବତ ଭାଇ ଥିଲେ-

ବିଶେଷ କଥାଟି ଏହିକିଯେ ଅଜିତ୍ କୁମାରଙ୍କ ଶାହରୁଖ ଖାଁଙ୍କ ସହିତ ବହୁତ ଭଲ ସଂଯୋଗ ରହିଛି । ଅଜିତ ଚଳଚ୍ଚିତ୍ର ଅଶୋକାରେ ଶାହରୁଖ ଖାଁଙ୍କ ସହିତ ନଜର ଆସିଥିଲେ । ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ସମୟରେ ଶାହରୁଖ୍ ଖାଁ ଅଜିତଙ୍କ ବିଷୟରେ କହିଥିଲେ ଯେ ତାଙ୍କୁ ଅନୁମାନ ନଥିଲା ଯେ ତାଙ୍କର ସହ କଳାକାର କେତେ ବଡ଼ ସୁପରଷ୍ଟାର୍ ଅଟନ୍ତି । ଜଣାଇଦେଉଛୁ ଯେ ଚଳଚ୍ଚିତ୍ରରେ ଅଜିତ୍ ଅଶୋକାଙ୍କ ସାବତ ଛୋଟ ଭାଇଙ୍କ ଭୂମିକାରେ ଅଭିନୟ କରିଥିଲେ ।

ତାଲିମପ୍ରାପ୍ତ ବିମାନ ଚାଳକ ମଧ୍ୟ ଅଟନ୍ତି ଅଜିତ୍ କୁମାର୍-

ଯଦି ଅଜିତ୍ କୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ଅଭିନେତା ୨୦୦୦ରେ ଚଳଚ୍ଚିତ୍ର ଅମରକମଳର ସହ କଳାକାର ଶାଳିନୀଙ୍କ ସହିତ ବିବାହ କରିଥିଲେ । ଜଣାଇଦେଉଛୁ ଯେ ଶାଳିନୀ ମଧ୍ୟ ସାଉଥ୍ ଚଳଚ୍ଚିତ୍ରର ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ଦୁହିଁଙ୍କ ଦୁଇଟି ଶିଶୁ ଅଛନ୍ତି ଅଦ୍ଵିକ ଏବଂ ଅନୁଷ୍କା ଅଟେ । ସେପଟେ ଅଜିତଙ୍କ କ୍ୟାରିୟର୍ ବିଷୟରେ ଆଲୋଚନା କରିବା ଅଜିତ୍ ସ୍କୁଲ୍ ପଢା ସାରି କାର୍ ରେସିଂରେ ନିଜ କ୍ୟାରିୟର୍ ତିଆରି କରି ନେଇଥିଲେ । ସେପଟେ ଅଭିନୟ ଓ କାର୍ ରେସିଂ ବ୍ୟତୀତ ଅଜିତ୍ ଜଣେ ଏକ ତାଲିମପ୍ରାପ୍ତ ବିମାନ ଚାଳକ ଅଟନ୍ତି, ଯିଏ ଫାଇଟର୍ ଜେଟ୍ ଚଳାଇ ପାରନ୍ତି ।

Leave a Reply

Your email address will not be published. Required fields are marked *