ସାଉଥର ହିରୋ ନାଗାର୍ଜୁନଙ୍କ ବୋହୂ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ବୋଲ୍ଡ । ପୁରା ସାଉଥ ଅଟନ୍ତି ତାଙ୍କର ଦିୱାନା !

ସାଉଥର ହିରୋ ନାଗାର୍ଜୁନଙ୍କ ବୋହୂ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ବୋଲ୍ଡ । ପୁରା ସାଉଥ ଅଟନ୍ତି ତାଙ୍କର ଦିୱାନା !

ଆପଣମାନେ ସମସ୍ତେ ସାଉଥର ସୁପରଷ୍ଟାର ନାଗାର୍ଜୁନଙ୍କୁ ନିହାତି ଜାଣିଥିବେ । ତାଙ୍କର ସମ୍ପୂର୍ଣ୍ଣ ନାମ ଅକ୍କିନେନୀ ନାଗାର୍ଜୁନ ଅଟେ । ନାଗାର୍ଜୁନ ଜଣେ ଭାରତୀୟ ଫିଲ୍ମ ଅଭିନେତା ଏବଂ ନିର୍ମାତା ମଧ୍ୟ ଅଟନ୍ତି । ତାଙ୍କର ଜନ୍ମ ୨୯ ଅଗଷ୍ଟ ୧୯୫୯ମସିହାରେ ମାଡ୍ରାସରେ ହୋଇଥିଲା । ଆପଣଙ୍କୁ କହି ରଖୁଛୁ ଯେ ନାଗାର୍ଜୁନଙ୍କର ସାଉଥରେ ନିଜର ଏକ ବ୍ରାଣ୍ଡ ଅଛି ଏବଂ ତାଙ୍କୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରନ୍ତି । ସମଗ୍ର ଦୁନିଆରେ ରଜନୀକାନ୍ତଙ୍କ ଭଳି ନାଗାର୍ଜୁନଙ୍କ ଫିଲ୍ମ ଦେଖିବାକୁ ମଧ୍ୟ ଲୋକେ କିଛି ମଧ୍ୟ କରିପାରନ୍ତି । ନାଗାର୍ଜୁନ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି ଯେଉଁ ଫିଲ୍ମ ଗୁଡ଼ିକ ମଧ୍ୟରେ ” ଶିବା ” ଏବଂ ” ବିକ୍କୀ ଦାଦା ” ଖୁବ୍ ଲୋକପ୍ରିୟ ଫିଲ୍ମ ଥିଲା ଏବଂ ସେତେବେଳେ ସମସ୍ତଙ୍କ ମୁଁହରେ ଜଣକର ନାମ ରହିଥିଲା ଯାହା ହେଉଛି ନାଗାର୍ଜୁନ ଏବଂ ଏହି ଦୁଇଟି ପ୍ରସିଦ୍ଧ ଫିଲ୍ମ କାରଣରୁ ତାଙ୍କ ନାମ ମଧ୍ୟ ଖୁବ୍ ପ୍ରସିଦ୍ଧ ହୋଇଯାଇଥିଲା ।

newstrend

ନାଗାର୍ଜୁନଙ୍କ ପୁଅ ଅକ୍କିନେନୀ ନାଗା ଚୈତନ୍ୟ ମଧ୍ୟ ଜଣେ ଅଭିନେତା ଅଟନ୍ତି । ସେ ମଧ୍ୟ ନିଜ ବାପାଙ୍କ ଭଳି ହ୍ୟାଣ୍ଡସମ୍ ଏବଂ ସ୍ମାର୍ଟ ଅଟନ୍ତି ଏବଂ ତାଙ୍କ ପତ୍ନୀ ମଧ୍ୟ ଖୁବ୍ ସୁନ୍ଦର ଏବଂ ବୋଲ୍ଡ । ନାଗା ଚୈତନ୍ୟଙ୍କ ସ୍ତ୍ରୀଙ୍କ ନାମ ସାମଂଥା ରୁଥ ପ୍ରଭୁ ଅଟେ ଯିଏକି ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ ଅଟନ୍ତି । ଆଜିର ଏହି ବିଷୟରେ ଆମେ ଆପଣଙ୍କୁ ସାମଂଥା ରୁଥ ପ୍ରଭୁଙ୍କ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ ଯେକି ଦେଖିବାକୁ ଖୁବ ସୁନ୍ଦରୀ ଏବଂ ବୋଲ୍ଡ ନଜର ଆସନ୍ତି ।

newstrend

ସାମଂଥା ରୁଥ ପ୍ରଭୁ ତେଲୁଗୁ ଏବଂ ତାମିଲ ଫିଲ୍ମର ଜଣେ ଅଭିନେତ୍ରୀ ଏବଂ ମୋଡେଲ ମଧ୍ୟ ଅଟନ୍ତି । ତାଙ୍କର ଜନ୍ମ ୩୦ ଅପ୍ରେଲ ୧୯୮୭ ମସିହାରେ ଚେନ୍ନାଇରେ ହୋଇଥିଲା । ସାମଂଥା ନିଜର ପାଠ ପଢ଼ା ହୋଲୀ ଏଞ୍ଜେଲସ ଏଙ୍ଗ୍ଲୋ ଇଣ୍ଡିଆନ ହାୟର ସେକେଣ୍ଡାରୀ ସ୍କୁଲ ଚେନ୍ନାଇରେ କରିଥିଲେ ଏବଂ ତା’ପରେ ସାମଂଥା ରୁଥ ପ୍ରଭୁ ସ୍ଟେଲ୍ଲା ମାରିସ୍ କଲେଜ ଚେନ୍ନାଇରେ କୋମର୍ସରେ ଡିଗ୍ରୀ ନେଇଥିଲେ । କିନ୍ତୁ ଯଦି ତାଙ୍କର ପାଠପଢ଼ା କଥା କହିବୁ ତେବେ ସେ କଲେଜରେ ନିଜ ସମୟରେ ସବୁଠାରୁ ଇଣ୍ଟେଲିଜେଣ୍ଟ ଝିଅ ଥିଲେ ନମ୍ବର ୧ରେ ରହୁଥିଲେ ।

newstrend

ସେ ନିଜର ଫିଲ୍ମ କ୍ୟାରିଅରର ଆରମ୍ଭ ତେଲୁଗୁ ଫିଲ୍ମ ” ୟେମାୟା ଚେସୱା “ରୁ କରିଥିଲେ ଏବଂ ତା’ପରେ ସେ ଅନେକ ଫିଲ୍ମରେ ନିଜର ଅଭିନୟ କରିଥିଲେ ଏବଂ ଯେଉଁଥିପାଇଁ ସାମଂଥା ରୁଥ ପ୍ରଭୁ ସର୍ବଶ୍ରେଷ୍ଠ ନବୋଦିତ ଅଭିନେତ୍ରୀଙ୍କ ଫିଲ୍ମ ଫେୟାର ପୁରସ୍କାର – ଦକ୍ଷିଣ ହାସଲ କରିଥିଲେ । ସାମଂଥା ରୁଥ ପ୍ରଭୁ ତେଲୁଗୁ ସିନେମାରେ ଅନେକ ହିଟ୍ ଏବଂ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ଯେଉଁ କାରଣରୁ ସାମଂଥା ରୁଥ ପ୍ରଭଙ୍କୁ ସର୍ବଶ୍ରେଷ୍ଠ ତେଲୁଗୁ ଅଭିନେତ୍ରୀ ଫିଲ୍ମଫେୟର ପୁରସ୍କାର ଏବଂ ସର୍ବଶ୍ରେଷ୍ଠ ତାମିଲ ଅଭିନେତ୍ରୀ ଫିଲ୍ମ ଫେୟର ପୁରସ୍କାର ମିଳିଥିଲା । ସାମଂଥା ରୁଥ ପ୍ରଭଙ୍କ ପିତାଙ୍କ ନାମ ଜୋସଫ ପ୍ରଭୁ ଅଟେ ଏବଂ ମାତାଙ୍କ ନାମ ନିନେତ୍ତେ ଅଟେ । ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଜୋନାଥନ ପ୍ରଭୁ ଅଟେ ।

newstrend

ସାମଂଥା ରୁଥ ପ୍ରଭ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ୬ ଅକ୍ଟୋବର ୨୦୧୭ରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କ ବିବାହକୁ ଅଧିକ ସମୟ ମଧ୍ୟ ହୋଇନାହିଁ । ସେ ଖୁବ୍ ଭଲରେ ମଧ୍ୟ ନିଜର ଜୀବନ ଅତିବାହିତ କରୁଛନ୍ତି ଏବଂ ନିଜର ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି ।

newstrend

ସାମଂଥା ରୁଥ ପ୍ରଭ ଜଣେ ଅଭିନେତ୍ରୀ ହେବା ସହିତ ଅନେକ ବ୍ରାଣ୍ଡ ଏବଂ ଉତ୍ପାଦ ଗୁଡ଼ିକ ପାଇଁ ଏକ ପ୍ରମୁଖ ସେଲିବ୍ରିଟି ଏଣ୍ଡୋସର ମଧ୍ୟ ଅଟନ୍ତି । ସାମଂଥା ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି । ସାମଂଥା ଇନସ୍ଟାଗ୍ରାମରେ ନିଜର ଫୋଟକୁ ସେୟାର କରିଥାନ୍ତି । ସେ ଯେତିକି ନିଜ ଇନସ୍ଟାଗ୍ରାମରେ ଆକ୍ଟିଭ ରହନ୍ତି ସେତିକି ତାଙ୍କ ଫୋଲଅର୍ସ ମଧ୍ୟ ଆକ୍ଟିଭ ରହନ୍ତି । ତାଙ୍କ ଫୋଲଅର୍ସ ମାନେ ତାଙ୍କ ଫୋଟ ଅପେକ୍ଷାରେ ରହିଥାନ୍ତି ଏବଂ ତାହାକୁ ଲାଇକ୍ ମଧ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *