ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି

ଭୁବନେଶ୍ବର,୫/୧୦: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଜେଇଇ ପରୀକ୍ଷା ପାଇଁ ସୋମବାର ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ତଦନୁଯାୟୀ ଏସବୁ ନିୟମର ଅନୁପାଳନ କରାଯିବ ।

🔴 ସମସ୍ତ ପରୀକ୍ଷାକେନ୍ଦ୍ରରେ, ମୋଟ ବସିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟବହାର କରାଯିବ। ଏହାଦ୍ୱାରା ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ।

🔴 କୌଣସି ପରୀକ୍ଷାର୍ଥୀଙ୍କ ଶରୀରର ଉଚ୍ଚ ତାପମାତ୍ରା କିମ୍ବା ଅନ୍ୟ କୌଣସି କରୋନା ଲକ୍ଷଣ ଥିବା ପରି ଜଣାପଡେ, ତାଙ୍କୁ ସ୍ବତନ୍ତ୍ର ଭାବେ ନିର୍ମିତ ଅଲଗା ହଲରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ।

🔴 ପ୍ରତ୍ୟେକ ସିଫ୍ଟ ଆରମ୍ଭ ହେବ ପୂର୍ବରୁ ପରୀକ୍ଷା ହଲ୍, କବାଟ ହ୍ୟାଣ୍ଡଲ୍, ଲିଫ୍ଟ ସୁଇଚ୍, ରେଲିଂ ଇତ୍ୟାଦିକୁ ସାନିଟାଇଜ କରାଯିବ।

🔴 ସିଫ୍ଟ ଆରମ୍ଭ ହେବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, ମନିଟର, କି-ବୋର୍ଡ୍, ମାଉସ୍ ଇତ୍ୟାଦିକୁ ମଧ୍ୟ ବିଶୋଧିତ କରାଯିବ।

🔴 ସମସ୍ତ ପରୀକ୍ଷାର୍ଥୀ ବାଧ୍ୟତାମୂଳକ ଭାବେ ୩ ଲେୟାର ମାସ୍କ ପିନ୍ଧି ଆସିବାକୁ ବାଧ୍ୟ ହେବେ ଏବଂ ସାନିଟାଇଜରର ଛୋଟ ପାତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି।

🔴 ସମସ୍ତ ଇନଭିଜିଲେଟର୍ ଏବଂ କର୍ମଚାରୀଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ଯୋଗାଇ ଦିଆଯିବ।

🔴 ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସାବୁନରେ ହାତ ଧୋଇ ସାନିଟାଇଜର୍ ଦ୍ୱାରା ହାତ ସଫା କରିବାକୁ ବାଧ୍ୟ।

🔴 ପରୀକ୍ଷାର୍ଥୀ ଏବଂ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ଏବଂ ପରୀକ୍ଷା ସ୍ଥାନ ଭିତରେ ଥିବା ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ।

🔴 ସାମାଜିକ ଦୂରତ୍ୱ ନିୟମ ସୁନିଶ୍ଚିତ କରିବା ପାଇଁ ସମଗ୍ର ପରୀକ୍ଷା ପ୍ରକ୍ରିୟା ଯୋଗାଯୋଗ ବିହିନ ହେବ।

🔴 ଥର୍ମୋଗନ୍ ବ୍ୟବହାର କରି ପ୍ରବେଶ ପଏଣ୍ଟରେ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ।

🔴 ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଥିବା ବାରକୋଡ୍ କର୍ମଚାରୀଙ୍କ ଦ୍ୱାରା କାର୍ଡକୁ ସ୍ପର୍ଶ ନ କରି ବାରକୋଡ୍ ରିଡର୍ ବ୍ୟବହାର କରି ଯାଞ୍ଚ କରାଯିବ।

🔴 ପରୀକ୍ଷା ଲ୍ୟାବରେ ପ୍ରବେଶ କରିବା ପୂର୍ବରୁ, ହ୍ୟାଣ୍ଡହେଲ୍ଡ ଧାତୁ ଡିଟେକ୍ଟର (ଶରୀରକୁ ସ୍ପର୍ଶ ନକରି) ବ୍ୟବହାର କରି ପରୀକ୍ଷାର୍ଥୀଙ୍କ ଷ୍ଟାଣ୍ଡାର୍ଡ ଫ୍ରାଇସିଂ କରାଯିବ।

🔴 ସିଟ୍ ଆବଣ୍ଟନ ପାଇଁ ଲ୍ୟାବ୍ ନମ୍ବର ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ପ୍ରବେଶ ସମୟରେ ସୂଚନା ଦିଆଯିବ ଏବଂ ଏହିପରି ପଏଣ୍ଟରେ ଭିଡ଼ ନହେବା ପାଇଁ କୌଣସି ଡିସପ୍ଲେ ବୋର୍ଡ ବ୍ୟବହାର କରାଯିବ ନାହିଁ।

🔴 ପରୀକ୍ଷା ଆରମ୍ଭ ପୂର୍ବରୁ, ପାଞ୍ଚଟି ଖାଲି ସିଟ୍ କାଗଜପତ୍ର ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଡେସ୍କରେ ରଖାଯିବ।

🔴 ସାମାଜିକ ଦୂରତ୍ୱର ନିୟମକୁ ବଜାୟ ରଖିବା ସହ ପରୀକ୍ଷାକେନ୍ଦ୍ରକୁ ଏବଂ ବାହାରକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ କର୍ମଚାରୀମାନେ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ବୋଲି ଜଣାଯାଇଛି।

Be the first to comment

Leave a Reply

Your email address will not be published.


*