ଖୁବଶୀଘ୍ର ‘2-DG’ରୁ କରାଯିବ କରୋନା ରୋଗୀଙ୍କ ଚିକିତ୍ସା ! ଏପରି ଭାବେ ଏହି ଔଷଧ କରେ କାମ…

ଖୁବଶୀଘ୍ର ‘2-DG’ରୁ କରାଯିବ କରୋନା ରୋଗୀଙ୍କ ଚିକିତ୍ସା ! ଏପରି ଭାବେ ଏହି ଔଷଧ କରେ କାମ…

ବର୍ତ୍ତମାନ ଦେଶରେ ‘କରୋନା ଭାଇରସ୍’ର ଦ୍ୱିତୀୟ ଲହରୀ ଆସିଅଛି । ଯାହା ହାବୁଡ଼ରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପଡୁଛନ୍ତି । କରୋନାର ଦ୍ୱିତୀୟ ଲହରୀ ଖୁବ୍ ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ଯାହା ଫଳରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଦେଶର ହସ୍ପିଟାଲ୍ ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ ଏବଂ କିଛି ରୋଗୀଙ୍କ ଚିକିତ୍ସା ମଧ୍ୟ ହୋଇପାରୁ ନାହିଁ । ବାସ୍ତବରେ ପାଖାପାଖି ସମସ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ବେଡ୍ ଭରି ଯାଇଛି । ଏଥିସହିତ କିଛି ସ୍ଥାନରେ ଅମ୍ଳଜାନର ଅଭାବ ଦେଖା ଦେଉଛି । ଯଦିଓ ଏଥି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଅଛି । ସରକାର DRDO ପକ୍ଷରୁ ବିକଶିତ ଏଣ୍ଟି କରୋନା ଡ୍ରଗ୍ସ-୨ ଡ଼ିଜିକୁ ଅନୁମତି ଦେଇଛନ୍ତି ।

DCGI ଅର୍ଥାତ ଡ଼ାଇରେକ୍ଟର୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ନିକଟରେ କରୋନାର ଚିକିତ୍ସା ପାଇଁ ଏହି ଔଷଧର ବ୍ୟବହାରକୁ ଅନୁମତି ଦେଇ ଦେଇଛନ୍ତି । ଏହି ଔଷଧ କରୋନା ଚିକିତ୍ସାରେ ବହୁତ ଲାଭଦାୟକ ଅଟେ । ୨- ଡ଼ିଜି ଡ୍ରଗ୍ସର ପ୍ରୋଜେକ୍ଟ ଡ଼ାଇରେକ୍ଟର୍ ବୈଜ୍ଞାନିକ ଡାକ୍ତର୍ ସୁଧୀର୍ ଚାନ୍ଦନାଙ୍କ ଅନୁସାରେ ଏହି ଏଣ୍ଟି କରୋନା ଡ୍ରଗ୍ସ ୨-ଡ଼ିଜି ଅଟେ । ଏହି ଔଷଧକୁ ତିଆରି କରିବା କାମ ଏପ୍ରିଲ୍ ୨୦୨୦ରେ ଆରମ୍ଭ କରାଯାଇଥିଲା । ମେ ୨୦୨୦ରୁ ଫେଜ୍-୨ ଟ୍ରାଏଲ୍ ଆରମ୍ଭ ହୋଇଥିଲା ଯାହାକି ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା । ଏହି ଔଷଧର ଟ୍ରାଏଲ୍ ବହୁତ ଭଲ ସାବ୍ୟସ୍ତ ହୋଇଥିଲା ଏବଂ ଯେଉଁ ରୋଗୀମାନଙ୍କୁ ଏହି ଔଷଧ ଦିଆଯାଇଥିଲା ତାହା ଖୁବଶୀଘ୍ର ଭଲ ହୋଇ ଯାଇଥିଲା ।

ଏହି ଔଷଧର ତୃତୀୟ ପର୍ଯ୍ୟାୟ ନଭେମ୍ବରରୁ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା । ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବଙ୍ଗଳା, ତେଲେଙ୍ଗାନା, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଓ ମହାରାଷ୍ଟ୍ରର ୨୭ଟି ହସ୍ପିଟାଲରେ ଏହାର କ୍ଲିନିକାଲ୍ ପ୍ରୟୋଗ ହୋଇଛି । ଏଥିରେ ଜଣାପଡିଛି ଯେ ୨-ଡ଼ିଜି ଔଷଧ ନେଉଥିବା ରୋଗୀ ମାନେ କରୋନାର ସ୍ଥିର ମାନକ ଔଷଧ ସେବନ କରୁଥିବା ମୁକାବିଲାରେ ଅଧିକ ବେଗରେ ଭଲ ହେଲେ । ଏହି ଔଷଧ ସାହାଯ୍ୟରେ ‘ଭାଇରସ୍’ର ଗ୍ରୋଥ୍ ସେଲ୍ ଭିତରେ ପୁରାପୁରି ଅଟକି ଯାଏ । ସେପଟେ ଏହି ଔଷଧର ବିଶେଷ କଥାଟି ଏହିକିଯେ ଏହା ପ୍ରୟୋଗରେ ଅମ୍ଳଜାନର ଅଭାବ ଦେଖାଦିଏ ନାହିଁ ।

ଏହା ରୋଗୀଙ୍କ ଅମ୍ଳଜାନ୍ ଉପରେ ନିର୍ଭର କୁ ଖୁବ୍ କମ୍ କରିଦିଏ । ୨-ଡ଼ିଜି ଔଷଧରୁ ରୋଗୀଙ୍କ ରିକରଭରି ମଧ୍ୟ ଖୁବଶୀଘ୍ର ହୋଇଯାଏ । DRDO ଅନୁସାରେ, ଏହି ଔଷଧ କରୋନା ସଂକ୍ରମଣ ସହିତ ଲଢ଼ୁଥିବା ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଏହି ଔଷଧ କରୋନାର ମଧ୍ୟମ ଓ ଗମ୍ଭୀର ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ସମୟରେ ଦିଆଯାଏ ।

DRDO ଅନୁସାରେ ଏହି ଔଷଧ ଏକ ପାଉଡର୍ ରୂପେ ଆସେ ସେଶରେ ଆସେ । ଯାହାକୁ ପାଣିରେ ମିଶାଇ ଦିଆଯାଇପାରିବ । ‘DRDO’ର ରିସର୍ଚ୍ଚ ଲେବ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର୍ ଏଣ୍ଡ ଏଲାୟଡଡ୍ ସାଇନ୍ସେଜ୍ (ଇନମାସ)ରେ ଡ଼ାକ୍ତର୍ ରେଡ୍ଡୀଜ୍ ଲେବରୋଟେରିଜ୍, ହାଇଦ୍ରାବାଦ୍ ସହଯୋଗରେ ବିକଶିତ ଏହି ଔଷଧର କ୍ଲିନିକାଲ୍ ପ୍ରୟୋଗ ସଫଳ ହେଲା । ଏହି ‘ଭାଇରସ୍’ରୁ ପ୍ରଭାବିତ ‘ସେଲସ୍’ରେ ଯାଇ ଜମି ଯାଏ ଏବଂ ଭାଇରସ୍ ସିଂଥେସିସ୍ କିମ୍ବା ଶକ୍ତି ଉତ୍ପନକୁ ରୋକି ଭାଇରସକୁ ବୃଦ୍ଧି କରିବାରେ ରୋକିଥାଏ ।

ଆଶା କରାଯାଉଛି ଯେ ଏହି ଔଷଧ ଏକ ମାସ ଭିତରେ ରୋଗୀ ମାନଙ୍କୁ ମିଳିବାକୁ ଲାଗିବ । ଏହି ଔଷଧ ଏକ ପାଉଡର୍ ରୂପେ ଆସେ । ଏମିତିରେ ଏହା ଅଧିକ ମାତ୍ରାରେ ଖୁବ୍ ସହଜରେ ପ୍ରସ୍ତୁତ କରାଯାଇପାରେ ।

Leave a Reply

Your email address will not be published. Required fields are marked *