ସୋନୁ ସୁଦ୍ ପୁଣିଥରେ ଏହି କାମ କରି ଲୋକଙ୍କ ହୃଦୟକୁ ଜିତିନେଲେ । ଆସନ୍ତୁ ପୁରା କାହାଣୀ ଜାଣିବା…

ସୋନୁ ସୁଦ୍ ପୁଣିଥରେ ଏହି କାମ କରି ଲୋକଙ୍କ ହୃଦୟକୁ ଜିତିନେଲେ । ଆସନ୍ତୁ ପୁରା କାହାଣୀ ଜାଣିବା…

ସଚିନ ତେନ୍ଦୁଲକର କ୍ରିକେଟର ଭଗବାନ ବୋଲି କୁହାଯାଏ ଓ ବିରାଟ କୋହଲିଙ୍କୁ ଦି ରନ୍ ମେସିନ୍ । ସଚିନ ତେନ୍ଦୁଲକର ଓ ବିରାଟ କୋହଲି ନିଜ କ୍ୟାରିଅରରେ ଅନେକ ରେକର୍ଡ କରିଥିବା ବିଷୟରେ ଆପଣ ସମସ୍ତେ ନିଶ୍ଚୟ ରୂପେ ଜାଣିଥିବେ । କିନ୍ତୁ ତାଙ୍କେ ବ୍ୟବହାର କରୁଥିବା ବ୍ୟାଟର କାରିଗର ବିଷୟରେ ଜାଣି ନଥିବେ । କହିବାକୁଗଲେ ସେହି ରେକର୍ଡର ଭାଗିଦାରୀ ଏହି କାରିଗର ମଧ୍ୟ ହୋଇଥାଏ କାରଣ ବ୍ୟାଟ କରିବାରେ ତାଙ୍କ ପରିଶ୍ରମ ମଧ୍ୟ ରହିଛି ।

google
google

ରେକର୍ଡର ପ୍ରକୃତ ଭାଗିଦାରୀ କାରିଗର, ଆଜି ଟଙ୍କା ପାଇଁ ଅସହାୟ ହୋଇପଡ଼ିଛି । ସେ ଅସୁସ୍ଥ ଥିବା ବିଷୟରେ ଜାଣିବାପରେ ମଧ୍ୟ କୌଣସି ଖେଳାଳି ତାଙ୍କୁ ସାହାଯ୍ୟ କରିନାହାଁନ୍ତି । କିନ୍ତୁ ଏହି କରୋନା କାଳରେ ଶ୍ରମିକଙ୍କ ସାକ୍ଷାତ ଭଗବାନ ସାଜିଥିବା ସୋନୁ ସୁଦ୍ ବର୍ତ୍ତମନ ଏହି କାରିଗରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଅସହାୟ ଅସରଫଙ୍କୁ ସାହାଯ୍ୟ କରିବେ ସୋନୁ ସୁଦ୍ । ସେ ପୁଣିଥରେ ଅନେକ ଲୋକଙ୍କ ହୃଦୟକୁ ଜିତିନେଲେ । ଅସରଫ ବଡ଼ ବଡ଼ ଖେଳାଳିଙ୍କ ସହିତ ମଧ୍ୟ ଚିହ୍ନା ଅଛି, କାରଣ ସେମାନଙ୍କ ରେକର୍ଡ଼ ପଛରେ ଅସରଫଙ୍କ ପରିଶ୍ରମ ରହିଛି ।

google
google

ଗତ କିଛି ସପ୍ତାହରୁ ଅସରଫ କିଡ଼୍ନି ସମସ୍ୟାରେ ପୀଡ଼ିତ ଅଛନ୍ତି । ସେ ବର୍ତ୍ତମାନ ମେଡ଼ିକାଲରେ ଅଛନ୍ତି । କିନ୍ତୁ ଚିକିତ୍ସା କରିବାପାଇଁ ତାଙ୍କ ପାଖରେ ଯଥେଷ୍ଟ ଟଙ୍କା ନାହିଁ । ଅସରଫଙ୍କ କାହାଣୀ ସୋନୁ ସୁଦଙ୍କୁ ଜଣାପଡ଼ିବା ପରେ, ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ । ଟ୍ଵିଟ୍ କରି ଠିକଣା ପଚାରିଛନ୍ତି ସୋନୁ ସୁଦ୍ । କୌଣସି ମଧ୍ୟ ଖେଳାଳି ତାଙ୍କୁ ସାହାଯ୍ୟ ନ କରିଥିବା ସମୟରେ ଏଭଳି ଅସାହାୟ ପରିସ୍ଥିତିରେ ଦେବଦୂତ ସାଜି ତାଙ୍କ ପାଖକୁ ପହଞ୍ଚିଛନ୍ତି ସୋନୁ ସୁଦ୍ । କରୋନା କାଳରେ ହଜାର -ହଜାର ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍, ଯିଏ ଯେଉଁଠାରୁ ମଧ୍ୟ ସାହାଯ୍ୟ ମାଗୁଛନ୍ତି ସେ ତୁରନ୍ତ ତାହାକୁ ପୂରଣ କରୁଛନ୍ତି । ସୋନୁ ସୁଦ୍ ନିଜ ମହାନ ସେବା ଦ୍ୱାରା ସେ କୋଟି-କୋଟି ଲୋକଙ୍କ ହୃଦୟରେ ଜାଗା କିଣି ପାରିଛନ୍ତି । ଗରିବ ଓ ଅସହାୟ ଲୋକଙ୍କ ପାଇଁ ସେ ନିଜକୁ ସମର୍ପିତ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *