ସଲମାନଙ୍କୁ ପଞ୍ଝା ଲଢ଼ିବା ପାଇଁ କହିଥିଲେ ସୋନୁ ସୁଦ୍ କିନ୍ତୁ ଏହି କାରଣରୁ ସଲମାନ କରିଥିଲେ ବାରଣ

ବଲିଉଡ଼ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଶ୍ରମିକ ମାନଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି, ଜଣାଇଦେଉଛୁ ଯେ ସୋନୁ ସୁଦ୍ ଗତ କିଛି ମାସରୁ କରୋନା ଯୋଗୁଁ ଲକଡାଉନରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘର ପହଞ୍ଚାଇବା କାମ କରୁଛନ୍ତି । ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକଙ୍କ ପାଇଁ ବାରମ୍ବାର ବସ୍ ବ୍ୟବସ୍ଥା କରି ତାଙ୍କୁ ସୁରକ୍ଷିତ ଭାବେ ଘରକୁ ପହଞ୍ଚାଇ ଥିଲେ । ଏହି ସହିତ ବିଶେଷ କଥାଟି ଏହା ଯେ ସେ ଏହିସବୁ ନିଜ ଖର୍ଚ୍ଚରେ କରୁଥିଲେ । ଲକଡାଉନ ପରଠାରୁ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଅସହାୟ ଲୋକଙ୍କ ସାହାଯ୍ୟ କରିଛନ୍ତି । ଏହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେଉଛନ୍ତି ବା ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

newstrend

ଏହା ବ୍ୟତୀତ ବର୍ତ୍ତମାନ ସୋନୁ ସୁଦ୍ ନିଜର ଏକ ଇଣ୍ଟରଭ୍ୟୁରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚିତ ହୋଇଯାଇଛନ୍ତି, ଜଣାଇଦେଉଛୁ ଯେ ତାଙ୍କର ଏକ ଇଣ୍ଟରଭ୍ୟୁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଆସନ୍ତୁ ଜାଣିବା ଏହି ଇଣ୍ଟରଭ୍ୟୁରେ ସୋନୁ ସୁଦ୍ କଣ ସବୁ କହିଛନ୍ତି ?

ସୋନୁ ସୁଦ୍ ସଲମାନ ଖାନଙ୍କ ବିଷୟରେ କଲେ ଖୁଲାସା…..

ସୋନୁ ସୁଦ୍ ନିକଟରେ ଏକ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ । ସୋନୁ ସୁଦ୍ ନିଜର ଏହି ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ଥରେ ସଲମାନ ଖାଙ୍କୁ ପଞ୍ଝା ଲଢ଼ିବା ପାଇଁ ଆମନ୍ତ୍ରିତ କରିଥିଲେ, କିନ୍ତୁ ସେ ପଞ୍ଝା ଲଢ଼ିବା ପାଇଁ ମନା କରିଦେଇଥିଲେ । ସୋନୁ ସୁଦ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି ଯେ ଯେତେବେଳେ ଦବଙ୍ଗ ଫିଲ୍ମର ଶୁଟିଂ ଚାଲୁଥିଲା, ସେତେବେଳେ ମୁଁ ସଲମାନ ଖାନଙ୍କୁ ପଞ୍ଝା ଲଢ଼ିବା ପାଇଁ କହିଥିଲି ।

newstrend

ନିଜର ଏହି ଇଣ୍ଟରଭ୍ୟୁରେ ସୋନୁ ସୁଦ୍ କହିଛନ୍ତି ଯେ ବିଶାଖାପାଟଣାରେ ସିସିଏଲ ମ୍ୟାଚ୍ ଚାଲୁଥିଲା, ସେତେବେଳେ ସଲମାନ ଭାଇ ଏକ ସାଉଥ ଇଣ୍ଡିଆନ ଅଭିନେତାଙ୍କ ଟ୍ରେନରକୁ ଡାକିଲେ ଓ ତାଙ୍କୁ ଚେଲେଞ୍ଜ କଲେ ଯେ କଣ ସେ ସୋନୁ ସୁଦଙ୍କ ଠାରୁ ପଞ୍ଝା ଜିତିପାରିବେ ? ସେ ବ୍ୟକ୍ତି ଜଣକ ସଲମାନଙ୍କ ଚେଲେଞ୍ଜକୁ ଗ୍ରହଣ କରିନେଲେ ଏବଂ ସେ ମୋ ସହିତ ପଞ୍ଝା ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଗଲେ ।

newstrend

ସୋନୁ ସୁଦ୍ ଆଗକୁ କହିଛନ୍ତି ଯେ ସଲମାନ ଖାନ୍ ଯେଉଁ ବ୍ୟକ୍ତିଙ୍କୁ ମୋ ସହିତ ପଞ୍ଝା ଲଢ଼େଇବା ପାଇଁ ସେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଥିଲେ ଏବଂ ତାହାର ଉଚ୍ଚତା ୭ ଫୁଟ ଥିଲା । ସୋନୁ ଆଗକୁ କହିଛନ୍ତି ଯେ ଥରକ ପାଇଁ ମୁଁ ସେହି ବ୍ୟକ୍ତିଙ୍କୁ ଦେଖି ଡରି ଯାଇଥିଲି । ମୁଁ ଚିନ୍ତାରେ ପଡ଼ିଯାଇଥିଲି ଯେ ଏହି ବ୍ୟକ୍ତି ସହିତ କିପରି ଲଢ଼ିବି ? ସୋନୁ କହିଛନ୍ତି ଯେ ସେଠାରେ ଚଳଚ୍ଚିତ୍ର ଜଗତର ଅନେକ ଜଣାଶୁଣା ଲୋକ ଉପସ୍ଥିତ ଥିଲେ । ତା,ପରେ ଯେପରି ହିଁ ସଲମାନ ମୋର ଓ ସେ ଶକ୍ତିଶାଳୀ ବ୍ୟକ୍ତିଙ୍କ ପଞ୍ଝା ଲଢ଼େଇ ବିଷୟରେ କହିଲେ ଏହା ଶୁଣି ସେଠାରେ ଭିଡ଼ ଜମା ହୋଇଗଲା ।

ସଲମାନ ସୋନୁଙ୍କ ସହିତ ପଞ୍ଝା ଲଢ଼େଇ କରିବା ପାଇଁ କରିଥିଲେ ମନା…..

newstrend

ସୋନୁ ସୁଦ୍ କହିଥିଲେ ଯେ ମୁଁ ସଲମାନଙ୍କୁ କହିଲି ଯେ ଆପଣ ନିଜେ ପଞ୍ଝା ଲଢୁ ନାହାଁନ୍ତି କାହିଁକି ? ମୋତେ କାହିଁକି ଏହି ଲଢ଼େଇରେ ପକାଉଛନ୍ତି । ଏହା ଉତ୍ତରରେ ସୋନୁ ସୁଦ୍ କହିଥିଲେ ଯେ ପ୍ରଥମେ ଏହି ମ୍ୟାଚ୍ ଖେଳ । ସୋନୁ କୁହନ୍ତି ଯେ ମୁଁ ସେହି ବ୍ୟକ୍ତିଙ୍କୁ ଯେପରି ସେପରି କରି ପଞ୍ଝାରେ ହରାଇ ଦେଲି । ଏହା ପରେ ସେଠାରେ ଉପସ୍ଥିତ ଭିଡ଼ ଏପରି ଭାବରେ ତାଳି ବଜାଇଲେ ଯେପରିକି ମୁଁ ବିଶ୍ୱ କପ୍ ଜିତି ଯାଇଛି । ମୁଁ ମ୍ୟାଚ୍ ଜିତି ଯାଇଥିଲି ମୁଁ ଜିତିବା ପରେ ସମସ୍ତେ କହିଲେ ବର୍ତ୍ତମାନ ସଲମାନ ଲଢ଼ିବେ । ସୋନୁ କହିଛନ୍ତି ଯେ ଏହି ପ୍ରଶ୍ନରେ ପ୍ରଥମେ ସଲମାନ ଚିନ୍ତାରେ ପଡ଼ିଗଲେ ଓ ପରେ ସଲମାନ କହିଲେ ଆଉ କେବେ ଲଢ଼ିବି ବା ଏହି ମ୍ୟାଚ ଖେଳିବି ।

Leave a Reply

Your email address will not be published. Required fields are marked *