ସୋନୁ ସୁଦଙ୍କୁ ସ୍ପାଇସ୍ ଜେଟରୁ ମିଳିଲା ସମ୍ମାନ ! ସମ୍ପୂର୍ଣ୍ଣ ପ୍ଲେନରେ ଛପେଇ ଦେଲେ ଅଭିନେତାଙ୍କ ଏକ ବଡ଼ ଫୋଟ…

ସୋନୁ ସୁଦଙ୍କୁ ସ୍ପାଇସ୍ ଜେଟରୁ ମିଳିଲା ସମ୍ମାନ ! ସମ୍ପୂର୍ଣ୍ଣ ପ୍ଲେନରେ ଛପେଇ ଦେଲେ ଅଭିନେତାଙ୍କ ଏକ ବଡ଼ ଫୋଟ…

ବଲିଉଡ଼ର ଜଣାଶୁଣା ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ମାନଙ୍କୁ ବସ୍, ଟ୍ରେନ୍ ଓ ଉଡାଯାହାଜ ସେବା ମାଧ୍ୟମରେ ତାଙ୍କ ଘର ପର୍ଯ୍ୟନ୍ତ ମାଗଣାରେ ପହଞ୍ଚାଇ ଥିଲେ । ଏହାପରେ ଏତେଗୁଡିଏ ଲୋକଙ୍କ ରହିବା, ଖାଇବା ପାଇଁ ମଧ୍ୟ ବନ୍ଦୋବସ୍ତ କଲେ, ଟ୍ୱିଟରରେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ଏକ ଟ୍ୱିଟରେ ସାହାଯ୍ୟ କଲେ, ଏହାପରଠାରୁ ତାଙ୍କୁ ସାରା ବିଶ୍ଵରୁ ପ୍ରଶଂସା ଓ ଆଶୀର୍ବାଦ ମିଳୁଛି ।

ସୋନୁ ସୁଦଙ୍କ ଏହି ଉତ୍ତମ କାର୍ଯ୍ୟର ଚର୍ଚ୍ଚା ନା କେବଳ ଦେଶରେ ବରଂ ବିଦେଶରେ ମଧ୍ୟ ହେଉଛି । ତାଙ୍କୁ ଗରିବ ଓ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ସମସ୍ତ ପ୍ରକାର ସମ୍ମାନ ମିଳି ସାରିଛି ।

ସେପଟେ ବର୍ତ୍ତମାନ ନିକଟରେ ସୋନୁ ସୁଦଙ୍କୁ ଏପରି ଏକ ଦେଶୀୟ ବିମାନ କମ୍ପାନୀ ମଧ୍ୟ ତାଙ୍କ ଉଚିତ୍ କର୍ମ ପାଇଁ ଅନେକ ଭିନ୍ନ ଭାବରେ ସମ୍ମାନିତ କଲେ । ବାସ୍ତବରେ ଘରୋଇ ଉଡାଣ କମ୍ପାନୀ ସ୍ପାଇସ୍ ଜେଟ୍ ସୋନୁ ସୁଦଙ୍କ କାମ ପାଇଁ ତାଙ୍କୁ ସେଲ୍ୟୁଟ୍ କରି ନିଜ କମ୍ପାନୀ ସ୍ପାଇସ୍ ଜେଟ୍ ବୋଇଂ ୭୩୭ରେ ତାଙ୍କର ଏକ ବଡ଼ ଫୋଟ ଲଗାଇଲେ । ଏହି ଫୋଟ ସହିତ ସୋନୁ ପାଇଁ ଏକ ବିଶେଷ ପଂକ୍ତି ମଧ୍ୟ ଲେଖାଗଲା । ଲେଖାଯାଇଛି ଯେ, ‘ଏ ସେଲ୍ୟୁଟ୍ ଟୁ ଦ ସେଭିଅର୍ ସୋନୁ ସୁଦ୍ ।’

ସେପଟେ ସୋନୁ ସୁଦ୍ ନିଜର ଏହି ‘ଉଡାଣ’ କୁ ନେଇ ବହୁତ ଖୁସିରେ ଅଛନ୍ତି । ଏକ ଇଣ୍ଟରଭିୟୁ ସମୟରେ ସେ ଏହା ବିଷୟରେ କଥାବାର୍ତ୍ତା ହୋଇ କହିଥିଲେ, ଯେ “ଏହା ମୋ ପାଇଁ ବହୁତ ସମ୍ମାନର ବିଷୟ ଅଟେ । ଏଥିରୁ ମୋତେ ମନେ ପଡ଼ିଲା ଯେ ଯେତେବେଳେ ମୁଁ ପ୍ରଥମଥର ପାଇଁ ମୁମ୍ବାଇକୁ ଆସିଥିଲି ସେତେବେଳେ ମୁଁ ଏକ ଅନକ୍ଷରିତ ଟିକଟ ଜରିଆରେ ଏଠାକୁ ଆସିଥିଲି । ଏବେ ଯେତେବେଳେ ମୋତେ ସ୍ପାଇସ୍ ଜେଟ୍ ସମ୍ମାନ ଦେଲେ ସେତେବେଳେ ମୁଁ ବହୁତ ଭାବୁକ ହେଉଛି ଏବଂ ଏଥିସହିତ ମୋତେ ବହୁତ ଗର୍ବ ଅନୁଭବ ହେଉଛି । ମୁଁ ନିଜର ଏହି ଖୁସିକୁ କଥାରେ କହିପାରିବି ନାହିଁ ।’

ସୋନୁ ସୁଦ୍ ଆଗକୁ କୁହନ୍ତି ଯେ, “ଏହି ସଫଳତା ମୋତେ ଅନେକ ଲୋକଙ୍କ ଶୁଭ କାମନା ଯୋଗୁଁ ମିଳିଛି, ବିଶେଷ କରି ସେହି ଲୋକଙ୍କ ପାଇଁ ଯାହାଙ୍କୁ ଲକଡାଉନ୍ ସମୟରେ ମିଳିଥିଲା । ସେହି ସମସ୍ତଙ୍କ ଶୁଭକାମନା ଯୋଗୁଁ ଏ ସବୁକିଛି ହାସଲ କରିପାରିଛି । ସେ କୁହନ୍ତି ଯେ ଗଗନ ଛୁଇଁବା ପାଇଁ ଆସିଥିଲୁ ଓ ଗଗନକୁ ଛୁଉଁଛୁ ।”

ସୋନୁ ସୁଦ୍ ମହାମାରୀ ସମୟରେ ନା କେବଳ ସାରା ଦେଶରେ ଫଶି ରହିଥିବା ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥିଲେ ବରଂ ଉଜବେକିସ୍ତାନ୍, ରୁଷ, ଅଲମତି, କିଗ୍ରୀସ୍ଥାନ ଭଳି ସମସ୍ତ ସ୍ଥାନ ମାନଙ୍କରେ ଫଶି ରହିଥିବା ଭାରତୀୟ ଛାତ୍ର ମାନଙ୍କୁ ମଧ୍ୟ ଦେଶକୁ ଫେରିବା ପାଇଁ ସାହାଯ୍ୟ କରିଥିଲେ । ଏଥିସହିତ ସୋନୁ ମହାମାରୀ ସମୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ଫ୍ରଣ୍ଟଲାଇନ୍ କର୍ମଚାରୀ ମାନଙ୍କୁ ମଧ୍ୟ ସହାୟତା ପହଞ୍ଚାଇଥିଲେ ।

Leave a Reply

Your email address will not be published. Required fields are marked *