କ୍ରିକେଟର ସୁରେଶ ରୈନାଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ସୋନୂ ସୂଦ ! ପଠାଇଛନ୍ତି ଅମ୍ଳଜାନ…

କ୍ରିକେଟର ସୁରେଶ ରୈନାଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ସୋନୂ ସୂଦ ! ପଠାଇଛନ୍ତି ଅମ୍ଳଜାନ…

ବଲିଉଡ ଅଭିନେତା ସୋନୂ ସୂଦ ଗତ ଏକ ବର୍ଷ ଧରି କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଗତବର୍ଷ ଅଭିନେତା ଯେଉଁଠାରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘର ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ, ଠିକ ସେହିପରି ଭାବେ ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଏବଂ ଔଷଧ ଯୋଗାଉଛନ୍ତି । ଏହିପରି ପରିସ୍ଥିତିରେ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଅଭିନେତାଙ୍କ ସାହାଯ୍ୟ ଲୋଡୁଛନ୍ତି । ଏଥିସହିତ ବର୍ତ୍ତମାନ ସୋନୂ ସୂଦ ପ୍ରସିଦ୍ଧ କ୍ରିକେଟ ଖେଳାଳି ସୁରେଶ ରୈନାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ହାତ ବଢ଼ାଇଛନ୍ତି ।

ବାସ୍ତବରେ, ସୁରେଶ ରୈନା ମେରଠରେ ରହୁଥିବା ନିଜ ମାଉସୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ସକାଶେ ଟ୍ୱିଟରରେ ନିବେଦନ କରିଥିଲେ । ରୈନା ଲେଖିଛନ୍ତି ଯେ, ୬୫ ବର୍ଷ ବୟସ୍କା ତାଙ୍କ ମାଉସୀ ହସ୍ପିଟାଲରେ ଫୁସଫୁସ ସଂକ୍ରମଣରେ ପୀଡିତ ଏବଂ ତାଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି । ଏହି ଟ୍ୱିଟ ଉପରେ ସୋନୂ ସୂଦ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ସେ ୧୦ ମିନିଟରେ ଅମ୍ଳଜାନ ସିଲିଣ୍ଡର ପଠାଉଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ସୋସିଆଲ ମିଡିଆରେ ସୋନୂ ସୂଦଙ୍କ ଏହି ଉତ୍ତମ କାର୍ଯ୍ୟକୁ ଲୋକମାନେ ଭୂ ଭୂ ପ୍ରଶଂସା କରୁଛନ୍ତି । ଏହା ପୂର୍ବରୁ ସୋନୂ ସୂଦ ଦିଲ୍ଲୀରେ ଅମ୍ଳଜାନ ପାଇଁ ବ୍ୟବସ୍ଥା କରିଥିଲେ । କେବଳ ଏତିକି ହିଁ ନୁହେଁ ବରଂ ଅଭିନେତା ନିକଟ ଅତୀତରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଝାଂସୀରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଇଥିଲେ । ଏହା ପରେ ସେମାନଙ୍କ ପରିବାର ଲୋକମାନେ ଅଭିନେତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *