ମାତାପିତାଙ୍କୁ ମନେ ପକାଇ ଭାବୁକ ହେଲେ ସୋନୁ ସୁଦ୍ । କହିଲେ- ତାଙ୍କ ବିନା ଜୀବନର ସମସ୍ତ ଉପଲବ୍ଧି ଲାଗେ ଅସମ୍ପୂର୍ଣ୍ଣ !

ମାତାପିତାଙ୍କୁ ମନେ ପକାଇ ଭାବୁକ ହେଲେ ସୋନୁ ସୁଦ୍ । କହିଲେ- ତାଙ୍କ ବିନା ଜୀବନର ସମସ୍ତ ଉପଲବ୍ଧି ଲାଗେ ଅସମ୍ପୂର୍ଣ୍ଣ !

ଅଭିନେତା ସୋନୁ ସୁଦ୍ ଯେପରି ଭାବରେ ଲକଡାଉନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏଥିପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ସୋନୁ ସୁଦ୍ ହଜାର ହଜାର ଲୋକଙ୍କୁ ଲକଡାଉନ ସମୟରେ ତାଙ୍କ ଘରକୁ ପହଞ୍ଚାଇଛନ୍ତି । ଏତିକିନୁହେଁ ଏହି ଅଭିନେତା ଅନେକ ଲୋକଙ୍କ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ସୋନୁ ସୁଦଙ୍କ ଏହି ସମାଜ ସେବାରୁ କିଛି ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଆଜି ସେ ଏକ ଜଣାଶୁଣା ନାମ ହୋଇଛନ୍ତି । ଯଦିଓ ଏତେ ନାମ ଅର୍ଜନ କରିବା ପରେ ମଧ୍ୟ ସୋନୁ ସୁଦ୍ ନିଜକୁ ଏକୁଟିଆ ଅନୁଭବ କରନ୍ତି ।

ମାତାପିତାଙ୍କୁ ସ୍ମରଣ କରନ୍ତି

newstrend

ସୋନୁ ସୁଦ୍ ନିଜ ପରିଶ୍ରମ ବଳରେ ଆଜିର ଆଧୁନିକ ଯୁଗରେ ଏହି ପଦ ହାସଲ କରିଛନ୍ତି ଏବଂ ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ଯୁବକଙ୍କ ପାଇଁ ପ୍ରେରଣା ଅଟନ୍ତି । ନିଜର ଏହି ସଫଳତାକୁ ସୋନୁ ସୁଦ୍ କୁହନ୍ତି ଯେ ମୋ ମାତାପିତାଙ୍କୁ ମୋ ଉପରେ ଗର୍ବ ଅନୁଭବ ହେଉ ତେଣୁ ମୁଁ ବହୁତ ପରିଶ୍ରମ କରେ । କିନ୍ତୁ ସେମାନେ ଏହି ଦୁନିଆ ଛାଡ଼ି ଯିବା ପରେ ଏହା ଅନୁଭବ ହୁଏ ଯେ କୌଣସି ଉପଲବ୍ଧି ତାଙ୍କ ସହିତ ବିତାଇଥିବା ସମୟକୁ ଭୁଲାଇ ପାରିବ ନାହିଁ ଓ ଏହାର ସମାନ ନୁହେଁ ।

newstrend

ଏକ ଇଣ୍ଟରଭ୍ୟୁ ସମୟରେ ନିଜ ମାତାପିତାକୁ ସ୍ମରଣ କରି ସୋନୁ ସୁଦ୍ କହିଛନ୍ତି ଯେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ନିଜ ମାତାପିତାଙ୍କ ମୃତ୍ୟୁ ପରେ ତାଙ୍କ ମୂଲ୍ୟ ବୁଝି ଆସେ । ନିଜ ମାଁ ବିଷୟରେ ଆଲୋଚନା କରି ସୋନୁ କହିଛନ୍ତି ଯେ କିପରି ଭାବରେ ସେ ନିଜ ମାଁଙ୍କ ସ୍ବପ୍ନ ପୂରଣ କରିଥିଲେ । ସୋନୁ କହିଛନ୍ତି ଯେ ତାଙ୍କ ମାଁଙ୍କ ସ୍ବପ୍ନ ଥିଲା ଯେ ସୋନୁ ନିଜ କାରରେ ତାଙ୍କୁ ଏୟାରପୋର୍ଟକୁ ଆଣିବା ପାଇଁ ଆସନ୍ତୁ ଓ ନିଜ ମାଁଙ୍କ ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ସୋନୁ ଏକ ପୁରୁଣା ସେକେଣ୍ଡ ହ୍ୟାଣ୍ଡ କାର୍ କିଣିଥିଲେ । ସୋନୁ ଏହି ଘଟଣାକୁ ମନେ ପକାଇ କହିଛନ୍ତି ଯେ ନିଜ ମାଁଙ୍କ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ମୁଁ ନିଜର ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ପାଇଁ ଡ୍ରାଇଭର ରଖିଥିଲି ଏବଂ ମାଁଙ୍କୁ ଏୟାରପୋର୍ଟକୁ ଆଣିବା ପାଇଁ ଯାଇଥିଲି । ସେହି ସମୟରେ ମାଁ ମୋର ଏହି ଉପଲବ୍ଧିକୁ ଦେଖି ବହୁତ ଖୁସି ହୋଇଥିଲେ ।

newstrend

ଆଜି ସୋନୁ ସୁଦ୍ ଜଣେ ସଫଳ ଅଭିନେତା ହୋଇସାରିଛନ୍ତି । କିନ୍ତୁ ସୋନୁ ସୁଦ୍ ଏହି କଥାରୁ ସବୁବେଳେ ଦୁଃଖ ଲାଗେ ଯେ ସେ ନିଜର ଉପଲବ୍ଧି ଗୁଡ଼ିକୁ ନିଜ ମାତାପିତାଙ୍କ ସହିତ ବର୍ତ୍ତମାନ ଉପଭୋଗ କରିପାରନ୍ତି ନାହିଁ । ସୋନୁଙ୍କୁ ନିଜ ସଫଳତା ନିଜ ମାତାପିତାଙ୍କ ପ୍ରେମ ଓ ତାଙ୍କ ସହିତ ବିତାଇଥିବା ସମୟ ଆଗରେ କମ୍ ଲାଗେ ।

ସାଉଥ ଚଳଚ୍ଚିତ୍ର ଜଗତର ଆରମ୍ଭ କରିଥିଲେ ନିଜ କ୍ୟାରିୟର

newstrend

ସୋନୁଙ୍କ ମାଁ’ଙ୍କ ନିଧନ ଆଗରୁ ସେ ସାଉଥର ମୋଟ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସୋନୁ ବର୍ତ୍ତମାନ ବଲିଉଡର ଜଣେ ପରିଚିତ ଅଭିନେତା ଅଟନ୍ତି । ସୋନୁଙ୍କ ଅନେକ ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି । ଏହା ସହିତ ସେ ସମାଜ ସେବା ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ନିକଟରେ ଦେଶରେ ଲାଗିଥିବା ଲକଡାଉନ ସମୟରେ ଯେଉଁ ଶ୍ରମିକ ମାନେ ନିଜ ଘରକୁ ପହଞ୍ଚି ପାରିନଥିଲେ । ତାଙ୍କ ପାଇଁ ସୋନୁ ସୁଦ୍ ବସର ବ୍ୟବସ୍ଥା କରିଥିଲେ । ସୋନୁ ସୁଦଙ୍କ ଏହି ସମାଜ ସେବାକୁ ସମସ୍ତେ ପ୍ରଶଂସା କରିଥିଲେ । ବଲିଉଡ଼ରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଲୋକମାନେ ସୋନୁ ସୁଦଙ୍କ ଏହି ସମାଜ ସେବାକୁ ଖୁବ୍ ପ୍ରଶଂସା କରାଯାଉଛି । ସେ ଲକଡାଉନ ଶେଷ ହେବା ପରେ ମଧ୍ୟ ସମାଜ ସେବା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *