ସୋସିଆଲ ମିଡିଆରେ ଫୋଟ ସେୟାର କରି ଟ୍ରୋଲର ଶିକାର ହୋଇଛନ୍ତି ସୋନମ କପୁର ।

ସୋସିଆଲ ମିଡିଆରେ ଫୋଟ ସେୟାର କରି ଟ୍ରୋଲର ଶିକାର ହୋଇଛନ୍ତି ସୋନମ କପୁର ।

ଅତୀତରେ ସୋନମ କପୁର ନିଜ ଦୀର୍ଘ ଦିନର ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋନମ ବଲିଉଡର ଷ୍ଟାଇଲ ଆଇକନ ଅଟନ୍ତି । ସେ ସର୍ବଦା ନିଜ ପୋଷାକ ପର୍ଯ୍ୟବେକ୍ଷଣ ନିମନ୍ତେ ଚର୍ଚ୍ଚାରେ ରୁହଁନ୍ତି । ଅନ୍ୟପକ୍ଷରେ ସେ ନିଜ ପୋଷକ ପରିଧନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ସୋନମ କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଟନ୍ତି ଏବଂ ନିଜର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ନିକଟରେ ସୋନମ ଏକ ଫୋଟ ପୋଷ୍ଟ କରିଛନ୍ତି ଯାହାଫଳରେ ସେ ଦର୍ଶକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।

ସୋନମ ନିଜର ଇଂଷ୍ଟାଗ୍ରାମ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହିପରି ଏକ ଫୋଟ ପୋଷ୍ଟ କରିଛନ୍ତି ଯାହାଫଳରେ ସେ ଦର୍ଶକଙ୍କ ଟ୍ରୋଲର ଶିକାର ହୋଇଛନ୍ତି । ସେୟାର କରିଥିବା ଫୋଟରେ ସୋନମ ନିଜ ପତିଙ୍କ ସହ ପ୍ରଥମଥର ଲଣ୍ଡନ ଯାଇଥିଲେ ଏବଂ ସେଠାରେ ନିଜର ବାସଭବନରେ ପ୍ରଥମ ରାତି ବିତାଇବା ମୁହୁର୍ତ୍ତର ଫୋଟ ସେୟାର କରିବା ଫଳରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ବିବାହ ପରେ ଲଜ୍ୟା ନାମକ ଜିନିଷ ସୋନମଙ୍କ ପାଖରେ ନାହିଁ , ବେଡ଼ରୁମ ଫୋଟ ନିଜସ୍ୱ ହୋଇଥାଏ କିଛି ଲଜ୍ୟା କରନ୍ତୁ ସୋନମ ।

ଫୋଟ ତଳେ ଏହି କ୍ୟାପସନ ଲେଖାହୋଇଥିଲା ।

ପୋଷ୍ଟ ହୋଇଥିବା ଫୋଟରେ ସୋନମ ଏବଂ ଆନନ୍ଦ ଭୂମିରେ ଶୋଇଛନ୍ତି । ସୋନମ ଫୋଟରେ ଲେଖିଛନ୍ତି ସେମାନେ ଦୁହେଁ ଲଣ୍ଡନରେ ନିଜ ଘରେ ଭୂମିରେ ଶୋଇ ରାତି ବିତାଇଛନ୍ତି କାରଣ ସେମାନଙ୍କ ବେଡ଼ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ସେ ଲେଖିଛନ୍ତି ଭୂମିରେ ଶୋଇବା ସେମାନଙ୍କ ପାଇଁ ନୂତନ ଅନୁଭୂତି ଅଟେ । ଫୋଟରେ ଆପଣ ଦେଖିପାରୁଥିବେ ଆନନ୍ଦ ସୋନମଙ୍କ ପାଖରେ ଖୁବ ଆରାମରେ ଶୋଇଛନ୍ତି ଅନ୍ୟପକ୍ଷରେ ସୋନମ ଚିନ୍ତାରେ ରାତ୍ରି ବିତାଇଛନ୍ତି ।

ପଞ୍ଜାବୀ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ବିଗତ ବର୍ଷ ୮ ମଇରେ ସୋନମ ଏବଂ ଆନନ୍ଦଙ୍କ ବିବାହ ହୋଇଥିଲା । ବିବାହରେ ଯୋଗ ଦେବା ପାଇଁ ବଲିଉଡର ନାମିଦାମୀ କଳାକାର ଆସିଥିଲେ । ବିବାହରେ ସଞ୍ଜୟ କପୁର, ମହିପ କପୁର , ଜ୍ୟାକଲିଂ , ଅମିତାଭ ବଚ୍ଚନ ,ସ୍ୱରା ଭାସ୍କର , ଅକେଶ ଓମ ପ୍ରକାଶ ମେହରା , ଖୁସିଏବଂ ଜାନଭି କପୁର, ବୋନି କପୁର , କରିନା ଏବଂ କରିସ୍ମା କପୁର , କରଣ ଜୋହର ଏବଂ ରାଣୀ ମୁଖାର୍ଜୀ ସମେତ ଅନେକ ବଲିଉଡ କଳାକାର ଯୋଗ ଦେଇଥିଲେ । ସୋନମଙ୍କ ମାଉସୀଙ୍କ ବାସଭବନରେ ବିବାହ ପଞ୍ଜାବୀ ରୀତିନୀତିରେ ଆୟୋଜନ ହୋଇଥିଲା । କହିବା ପାଇଁ ଚାହୁଁଛୁ ଆନନ୍ଦ ଆହୁଜା ଫେସନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ବ୍ୟକ୍ତି ଅଟନ୍ତି ଏହା ସହ ଆନନ୍ଦ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି ।

Leave a Reply

Your email address will not be published. Required fields are marked *