ଏହି ହିରୋଇନଙ୍କୁ ସୋନମ୍ କପୂର୍ କହିଦେଇଥିଲେ ଆଣ୍ଟି ! କହିଲେ- ସେ ମୋ ବାପାଙ୍କ ହିରୋଇନ୍ ଥିଲେ ତେଣୁ…

ଏହି ହିରୋଇନଙ୍କୁ ସୋନମ୍ କପୂର୍ କହିଦେଇଥିଲେ ଆଣ୍ଟି ! କହିଲେ- ସେ ମୋ ବାପାଙ୍କ ହିରୋଇନ୍ ଥିଲେ ତେଣୁ…

ବଲିଉଡର ରାଞ୍ଝଣା ଗାର୍ଲ ସୋନମ୍ ନିଜର ସ୍ପଷ୍ଟଭାସି କଥା ଏବଂ ନିଜର ବିନ୍ଦାସ୍ ଅନ୍ଦାଜ୍ ପାଇଁ ପରିଚିତ ଅଟନ୍ତି । ସୋନମ୍ ଫିଲ୍ମରେ ହୁଏତ ଏତେ ସଫଳ ନୁହଁନ୍ତି, କିନ୍ତୁ ସେ ଇଣ୍ଡଷ୍ଟ୍ରିର ଫ୍ୟାଶନ୍ ଆଇକନ୍ ଅଟନ୍ତି । ସୋନମ୍ ବଲିଉଡର ପ୍ରସିଦ୍ଧ ଏବଂ ଷ୍ଟାଇଲିଶ୍ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ସୋନମ୍ ଯେତିକି ନିଜ ଫିଲ୍ମ କାରଣରୁ ଚର୍ଚ୍ଚାରେ ରହନ୍ତି ନାହିଁ ସେତିକି ନିଜ ବୟାନ୍ କୁ ନେଇ ଚର୍ଚ୍ଚାରେ ରହନ୍ତି । ଥରେ ସେ ଐଶ୍ୱର୍ଯ୍ୟାଙ୍କୁ ଏପରି କିଛି କହି ଦେଇଥିଲେ ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା ।

ଐଶ୍ୱର୍ଯ୍ୟାଙ୍କୁ ସୋନମ୍ ଡାକିଥିଲେ ଆଣ୍ଟି :-

ସୋନମ୍ ଅନେକ ଅଭିନେତ୍ରୀଙ୍କୁ ନେଇ କମେଣ୍ଟ କରିଥାନ୍ତି । କିନ୍ତୁ ତାଙ୍କର ସବୁଠାରୁ ବିବାଦିତ କମେଣ୍ଟ ଐଶ୍ୱର୍ଯ୍ୟାଙ୍କ ଉପରେ ଥିଲା । ବାସ୍ତବରେ କୌଣସି ଏକ ଅବସରରେ ସୋନମ୍ ଏଶଙ୍କୁ ଆଣ୍ଟି ବୋଲି ଡାକି ଦେଇଥିଲେ । ତାଙ୍କର ଏହି କମେଣ୍ଟରେ ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍ ଖୁବ୍ କ୍ରୋଧିତ ହୋଇ ଯାଇଥିଲେ । ଟ୍ରଲ୍ ହେବା କାରଣରୁ ସୋନମ୍ କହିଥିଲେ ଯେ- ମୁଁ ଜେନେରେସନ୍ ଅବଧିକୁ ଦେଖି ଏପରି କହିଲି । ଐଶ୍ୱର୍ଯ୍ୟା ମୋ ବାପାଙ୍କ ସହିତ କାମ କରିଛନ୍ତି ଏବଂ ତାଙ୍କ ଫିଲ୍ମର ହିରୋଇନ୍ ରହିଛନ୍ତି । ତେଣୁ ଏମିତିରେ ମୁଁ ତାଙ୍କୁ ଆଣ୍ଟି ଡାକିବି ନା ।

ହୁଏତ ସୋନମ୍ କପୂର୍ ସ୍ପଷ୍ଟ ଭାବରେ କହିଥିଲେ କିନ୍ତୁ ଫ୍ୟାନ୍ ମାନଙ୍କୁ ତାଙ୍କର ଏହି ଅନ୍ଦାଜ୍ ପସନ୍ଦ ଆସିନଥିଲା । ନିଜେ ଐଶ୍ୱର୍ଯ୍ୟା ମଧ୍ୟ ସୋନମଙ୍କର ଏହି ଗୁଣରେ କ୍ରୋଧିତ ହୋଇ ଯାଇଥିଲେ । ଏମିତିକି ଏଶ ସୋନମ୍ ଏବଂ ଆନନ୍ଦଙ୍କ ବିବାହରେ ମଧ୍ୟ ଯାଇ ନଥିଲେ । କିନ୍ତୁ ସୋନମ୍ ଏବଂ ଏଶ ଉଭୟ ଲୋରୀୟଲର ବ୍ରାଣ୍ଡ ଆମ୍ବେସେଡ଼ର ମଧ୍ୟ ରହି ସାରିଛନ୍ତି । କିନ୍ତୁ ସେମାନେ ପରସ୍ପରକୁ ଦେଖିବା ପସନ୍ଦ କରନ୍ତି ନାହିଁ ।

ଅନେକ ବିବାଦିତ କମେଣ୍ଟ କରି ସାରିଛନ୍ତି ସୋନମ୍ :-

କେବଳ ସେତିକି ନୁହେଁ କେତେକ ଅଭିନେତ୍ରୀଙ୍କ ଫ୍ୟାଶନ୍ ସେନ୍ସ ଉପରେ ମଧ୍ୟ ସେ ଅନେକ ବିବାଦିତ ବୟାନ୍ ଦେଇ ସାରିଛନ୍ତି । ‘କଫି ବିଥ୍ କରଣ ଶୋ’ର ଏକ ସିଜନରେ ଯେତେବେଳେ କରଣ ସୋନମଙ୍କୁ ଏହା ପଚାରିଥିଲେ ଯେ ତାଙ୍କୁ କାହାକୁ ଫ୍ୟାଶନ୍ ଏଡ଼ଭାଇସ୍ ଦେବାକୁ ହୁଏ ତେବେ ସେ କାହାକୁ ଦେବେ । ସେହ ସମୟରେ ବିନା ବିଳମ୍ବରେ ସୋନମ୍ କହିଥିଲେ ଯେ- ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ କାହାରବି ଡ୍ରେସ୍ ପିନ୍ଧିବାର ଢ଼ଙ୍ଗ ନାହିଁ ।

ଡ୍ରେସ୍ କୁ ନେଇ ସୋନମ୍ ଆଲିୟାଙ୍କୁ ମଧ୍ୟ ଲକ୍ଷ କରି କହିଥିଲେ । ସୋନମ୍ କହିଥିଲେ ଯେ ଆଲିୟାଙ୍କୁ ନିଜ ବୟସ ହିସାବରେ ଡ୍ରେସ୍ ପିନ୍ଧିବା ଉଚିତ । ପୁଣି ପରିଣୀତିଙ୍କୁ ନେଇ ସୋନମ୍ କହିଥିଲେ ଯେ ସେ ଖୁବ୍ ଟାଇଟ୍ ଡ୍ରେସ୍ ପିନ୍ଧନ୍ତି ଏବଂ ସେ ଏପରି ଡ୍ରେସ୍ ପିନ୍ଧିବା ଉଚିତ ନୁହେଁ । ସୋନମଙ୍କର ଏହି ଅନ୍ଦାଜ୍ କୁ ଫ୍ୟାନ୍ ମାନେ ଆଦୌ ପସନ୍ଦ କରି ନଥିଲେ ଏବଂ ତାଙ୍କୁ ଟ୍ରଲ୍ ମଧ୍ୟ କରିଥିଲେ ।

ବାପା ଅନୀଲଙ୍କ ସହିତ ପାଳନ କରିଲେ ଜନ୍ମଦିନ :-

କହିରଖୁଛୁ ଯେ ସୋନମ୍ ବର୍ତ୍ତମାନ ‘ଲକଡାଉନ୍’ରେ ନିଜ ସ୍ୱାମୀଙ୍କ ସହିତ ଦିଲ୍ଲୀରେ ଅଛନ୍ତି । ‘ସୋନମ୍ କପୂର୍’ଙ୍କ ଶାଶୁ ଘର ଦିଲ୍ଲୀରେ । ଲକଡାଉନ୍ ପୂର୍ବରୁ ସୋନମ୍ ଲଣ୍ଡନ୍ ରୁ ଫେରିଥିଲେ ଏବଂ ନିଜକୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ କରିଥିଲେ । ଏବେ ଲକଡାଉନ୍ ଖୋଲିବା ପରେ ସେ ମୁମ୍ବାଇରେ ନିଜ ପିତା-ମାତାଙ୍କ ଘରେ ପହଞ୍ଚିଛନ୍ତି । ଜୁନ୍ ୮ରେ ସୋନମ୍ ନିଜର ପିତା ଅନୀଲ୍ ଏବଂ ମା’ ସୁନିତାଙ୍କ ସହିତ ନିଜର ୩୫ତମ ଜିନ୍ମଦିନ ପାଳନ କରୁଛନ୍ତି । ୱର୍କ ଫ୍ରଣ୍ଟ ବିଷୟରେ କହିଲେ ସୋନମ୍ ଏବେ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଯେଉଁଥିରେ ରାଞ୍ଝଣା, ଖୁବସୁରତ୍, ନିରଜା, ପ୍ରେମ୍ ରତନ୍ ଧନ୍ ପାୟୋ, ପେଡମ୍ୟାନ୍ ସାମିଲ୍ ହୋଇଛି । ଗତ ବର୍ଷ ତାଙ୍କ ଫିଲ୍ମ ‘ଦ ଜୋୟା ଫେକ୍ଟର୍’ ରିଲିଜ୍ ହୋଇଥିଲା, କିନ୍ତୁ ପରଦାରେ ଏହା ଏତେ ହିଟ୍ ହୋଇ ପାରି ନଥିଲା । ସୋନମ୍ ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ସହିତ ‘ଡେବିଡ୍ ଧବନ୍’ଙ୍କ କମେଡି ଫିଲ୍ମରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *