‘ଭୁଜ୍’ ଚଳଚ୍ଚିତ୍ରରେ ରିଲିଜ୍ ହେବା ପୂର୍ବରୁ ସୋନାକ୍ସୀ ସିହ୍ନା କରିଦେଲେ ନିଜ ସମ୍ପର୍କକୁ ନେଇ ଏକ ବଡ଼ ଖୁଲାସା !

‘ଭୁଜ୍’ ଚଳଚ୍ଚିତ୍ରରେ ରିଲିଜ୍ ହେବା ପୂର୍ବରୁ ସୋନାକ୍ସୀ ସିହ୍ନା କରିଦେଲେ ନିଜ ସମ୍ପର୍କକୁ ନେଇ ଏକ ବଡ଼ ଖୁଲାସା !

ସୋନାକ୍ସିଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅଭିନେତା ମାନଙ୍କ ସହ ଜଡ଼ିତ ହୋଇସାରିଛି କିନ୍ତୁ ପ୍ରଥମ ଥର ପାଇଁ ସୋନାକ୍ସି ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି ।

ବଲିଉଡ଼ର ଦବଙ୍ଗ ଗାର୍ଲ ସୋନାକ୍ସି ସିହ୍ନା ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ‘ଭୁଜ୍: ଦ ପ୍ରାଇଡ଼ ଅଫ ଇଣ୍ଡିଆ’କୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି । ଏହି ଚଳଚ୍ଚିତ୍ର ସ୍ୱକ୍ୱର୍ଡନ ଲିଡର ବିଜୟ କାର୍ତ୍ତିକ ବାସ୍ତବିକ ଜୀବନୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ବିଜୟ କାର୍ତ୍ତିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଅପରପକ୍ଷରେ ସୋନାକ୍ସି ସିହ୍ନା ଏକ ଗୁଜୁରାତି ମହିଳା ସୁନ୍ଦରବେନ ଜେଠ ମାଧାପାର୍ଯ୍ୟାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହା ସୋନାକ୍ସିଙ୍କ କ୍ୟାରିୟରର ଏକ ପ୍ରମୁଖ ଚଳଚ୍ଚିତ୍ର ସାବ୍ୟସ୍ତ ହୋଇପାରେ । ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଥିବା ସୋନାକ୍ସି ନିକଟରେ ନିଜ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି ।

newstrend

ସମ୍ପର୍କକୁ ନେଇ ଦବଙ୍ଗ ଗାର୍ଲଙ୍କ ଖୁଲାସା

ଏକ ଇଣ୍ଟରଭ୍ୟୁ ସମୟରେ ସୋନାକ୍ସି ସିହ୍ନା କହିଛନ୍ତି ଯେ ସେ ସିଙ୍ଗଲ ଅଟନ୍ତି ଏବଂ ଖୁବଶୀଘ୍ର ବିବାହ କରିବାକୁ ଚାହଁନ୍ତି । ଦବଙ୍ଗ ଗାର୍ଲ କହିଛନ୍ତି ଯେ, ‘ମୋତେ ଏହା କହି ବହୁତ ମଜା ଲାଗୁଚି ଯେ ମୁଁ ସିଙ୍ଗଲ ଅଛି ଓ ବିବାହ କରିବା ପାଇଁ ଚାହେଁ । ଏହା ଏପରି ଏକ ବିଷୟ ଅଟେ ଯାହାକୁ ମୁଁ ଅପେକ୍ଷା କରିଛି ।’ ନିଜ କ୍ୟାରିୟର ବିଷୟରେ ଆଲୋଚନା କରି ସୋନାକ୍ସି କହିଛନ୍ତି ଯେ ‘ମୋତେ ମୋ ଉପରେ ଗର୍ବ ଅଛି ଯେ ମୁଁ ନିଜେ ଅଭିନୟ ବଳରେ ଅଭିନୟ କ୍ୟାରିୟରକୁ ସ୍ଥାପିତ କରିଛି । ମୁଁ ଆଜି ପର୍ଯ୍ୟନ୍ତ ଯାହା କିଛି କାର୍ଯ୍ୟ କରିଛି ଏବଂ ଆଗକୁ ଯାହା କରିବି ଏହା ପାଇଁ ମୁଁ ବହୁତ ଖୁସି । ମୁଁ ନିଜ କ୍ୟାରିୟରରେ ଏକ ଭଲ ସ୍ଥାନରେ ପହଞ୍ଚି ଯାଇଛି ଏବଂ ବର୍ତ୍ତମାନ ମୁଁ ସଠିକ୍ ଜୀବନସାଥୀକୁ ଅପେକ୍ଷା କରିଛି ।’

newstrend

ସୋନାକ୍ସି କହିଛନ୍ତି ଯେ, ‘ମୋତେ ମୋ ବିବାହ ବିଷୟରେ ଖୋଲାଖୋଲି ଭାବେ କଥା ହେବାକୁ ଖରାପ ଲାଗେ ନାହିଁ । ବିବାହ ଯେବେ ହେବ ତେବେ ନିଶ୍ଚିତ ଭାବରେ ହେବ ବର୍ତ୍ତମାନ ମୁଁ ବହୁତ ଖୁସିରେ ଅଛି । ଜଣାଇଦେଉଛୁ ଯେ ସୋନାକ୍ସିଙ୍କ ନାମ ‘ନୋଟବୁକ୍’ ଅଭିନେତା ଇକବାଲଙ୍କ ସହିତ ଯୋଡ଼ା ଯାଉଥିଲା । ଅଧିକାଂଶ ସମୟରେ ଇକବାଲ ଓ ସୋନାକ୍ସି ସାଥିରେ ନଜର ଆସନ୍ତି ଏହା ପରେ ଅନୁମାନ କରାଯାଉଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି ।

ଅନେକ କଳାକାର ମାନଙ୍କ ସହିତ ଜଡ଼ିତ ହୋଇସାରିଛି ସୋନାକ୍ସିଙ୍କ ନାମ

newstrend

ଏହି ମାମଲାରେ ଇକବାଲ ଖୋଲାଖୋଲି ଭାବେ ନିଜ କଥା ରଖିଥିଲେ । ଇକବାଲ କହିଛନ୍ତି ଯେ ସୋନାକ୍ସିଙ୍କ ସହିତ ତାଙ୍କ ଅଫେୟାରର ଖବର ମିଥ୍ୟା ଅଟେ । ସେ ଆଉ କାହା ସହିତ ସମ୍ପର୍କରେ ଅଛନ୍ତି ଏବଂ ତାଙ୍କ ବିଷୟରେ ସୋନାକ୍ସି ମଧ୍ୟ ଜାଣନ୍ତି । ଇକବାଲ କହିଛନ୍ତି ଯେ, ‘ଯେତେବେଳେ ଆମକୁ ଖବରରୁ ଜଣାପଡ଼ିଲା ଯେ ଆମେ ଦୁହେଁ ଡେଟ୍ କରୁଛୁ ସେତେବେଳେ ଆମେ ଦୁହେଁ ହସି ପଡ଼ିଲୁ । ଇକବାଲ କହିଥିଲେ ଯେ ସେ ସୋନାକ୍ସି ନୁହେଁ ଆଉ କାହା ସହିତ ସମ୍ପର୍କରେ ଅଛନ୍ତି ।

newstrend

ସୋନାକ୍ସି ଅଫେୟାର ବିଷୟରେ ଆଲୋଚନା କରିବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ଦୁଇଜଣ ଲୋକଙ୍କ ସହ ଦବଙ୍ଗ ଗାର୍ଲଙ୍କ ନାମ ଜଡ଼ିତ ହୋଇଯାଇଛି । ସୋନାକ୍ସିଙ୍କ ନାମ ଦବଙ୍ଗ ଗାର୍ଲ ରଣବୀର ସିଂହଙ୍କ ସହିତ ଜଡ଼ିତ ହୋଇସାରିଛି । ସୋନାକ୍ସି ଓ ରଣବୀର ଚଳଚ୍ଚିତ୍ର ‘ଲୁଟେରା’ରେ ଏକାଠି ଅଭିନୟ କରିଥିଲେ ତା’ପରେ ଦୁହିଁଙ୍କ ଅଫେୟାରର ଖବର ଆସିଥିଲା । କିଛି ସୁଯୋଗରେ ରଣବୀର ଓ ସୋନାକ୍ସିଙ୍କୁ ଏକାଠି ଦେଖାଯାଇଥିଲା । ଯଦିଓ ଦୁହେଁ ନିଜ ସମ୍ପର୍କ କେବେମଧ୍ୟ ସ୍ୱୀକାର କରିନଥିଲେ ।

newstrend

ରଣବୀରଙ୍କ ଠାରୁ ଅଲଗା ହେବା ପରେ ସୋନାକ୍ସିଙ୍କ ନାମ ଶାହୀଦ୍ କପୂରଙ୍କ ସହ ଜଡିତ ଥିଲା । ଶାହୀଦ୍ କପୂର ଓ ସୋନାକ୍ସି ଚଳଚ୍ଚିତ୍ର ‘ଆର ରାଜକୁମାର’ରେ ଏକାଠି ନଜର ଆସିଥିଲେ । ଏହା ପରଠାରୁ ଏମାନଙ୍କ ଅଫେୟାର ଖବର ତ୍ରୁତ ଗତିରେ ବଢ଼ିବାକୁ ଲାଗିଲା । ଯଦିଓ ଶାହୀଦଙ୍କ ସହିତ ମଧ୍ୟ ସୋନାକ୍ସିଙ୍କ ସମ୍ପର୍କ ଅଧିକ ସମୟ ଧରି ଚାଲିପାରିନଥିଲା । ବର୍ତ୍ତମାନ ସୋନାକ୍ସିଙ୍କ ଅନୁଯାୟୀ ସେ ସିଙ୍ଗଲ ଅଛନ୍ତି ଓ ବିବାହ କରିବା ପାଇଁ ଚାହଁନ୍ତି । ଯଦିଓ ସୋନାକ୍ସି କାହାକୁ ବିବାହ କରିବେ ଏହାର ଖୁଲାସା ହୋଇନାହିଁ । ଏହିପରି ଆଗାମୀ ସମୟରେ ସୋନାକ୍ସିଙ୍କ ବିବାହର ଖବର ଆସିପାରେ । ତାଙ୍କ ଚଳଚ୍ଚିତ୍ର ‘ଭୁଜ୍’ ବିଷୟରେ ଆଲୋଚନା କରିବା ତେବେ ଆଗାମୀ ମାସରେ ୧୪ ଅଗଷ୍ଟକୁ ଓ ଟିଟି ପ୍ଲେଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *