ଏକ ସମୟରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ ! ଜାଣନ୍ତୁ ଗତ ଯୁଗର ଏହି ୫ ଜଣ ଅଭିନେତ୍ରୀଙ୍କ ନାମ…

ଏକ ସମୟରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ ! ଜାଣନ୍ତୁ ଗତ ଯୁଗର ଏହି ୫ ଜଣ ଅଭିନେତ୍ରୀଙ୍କ ନାମ…

ବଲିଉଡ଼ ଇଣ୍ଡଷ୍ଟ୍ରି ଆରମ୍ଭରୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ସ୍ଥଳୀ ଅଟେ । ଏଠାରେ ମଡ଼ନ୍ ଯୁଗରୁ ଆରମ୍ଭ କରି ଗତ ଯୁଗର ସମସ୍ତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସୁନ୍ଦରତା ଓ ଅଭିନୟରୁ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଦିୱାନା କରି ନେଇଥିଲେ । ସେପଟେ ଗତ ସମୟର କିଛି ଅଭିନେତ୍ରୀ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଦର୍ଶକ ମାନେ ଅପେକ୍ଷା କରୁଥିଲେ । ଗତ ଯୁଗର ଏପରି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯାହାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଦର୍ଶକମାନେ ଅପେକ୍ଷା କରି ରହୁଥିଲେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ୯୦ ଦଶକର ଏପରି କିଛି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଏକ ସମୟରେ ନିଜର ଭିନ୍ନ ଶୈଳୀରୁ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେପଟେ ଆଜିକାର ସମୟରେ ଏହି ଅଭିନେତ୍ରୀମାନେ ବହୁତ ପରିବର୍ତ୍ତନ ହୋଇଗଲେଣି । ଏମାନଙ୍କ ଶାରୀରିକ ଗଠନରୁ ଆରମ୍ଭ କରି ଏମାନଙ୍କ ଚେହେରାର ସୁନ୍ଦରତାରେ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । ଏତିକିନୁହେଁ କିଛି ଅଭିନେତ୍ରୀ ଏପରି ଅଛନ୍ତି ଯାହାଙ୍କ ଲୁକ୍ କୁ ଦେଖି ଆପଣମାନେ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ନାହିଁ । ଆସନ୍ତୁ ଦେଖିବା ଏହି ଅଭିନେତ୍ରୀମାନଙ୍କ ଠାରେ କଣ ହୋଇଛି ପରିବର୍ତ୍ତନ…

ଅନୁ ଅଗ୍ରୱାଲ୍

୧୯୯୦ର ସୁପର୍ ଡୁପର୍ ହିଟ୍ ଚଳଚ୍ଚିତ୍ର ‘ଆଶିକି’ ବିଷୟରେ ସମସ୍ତେ ଜାଣନ୍ତି । ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ଯୁବପିଢ଼ିର ହୃଦୟ ସ୍ପନ୍ଦନକୁ ଅଣାୟତ୍ତ କରି ଦେଉଥିଲା । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅନୁ ଅଗ୍ରୱାଲ୍ ନଜର ଆସିଥିଲେ । ତାଙ୍କ ସୁନ୍ଦରତା ଅନେକଗୁଡ଼ିଏ ଲୋକଙ୍କୁ ନିଜର ଦିୱାନା କରି ଦେଇଥିଲା । ସମସ୍ତେ ତାଙ୍କ ଚଳଚ୍ଚିତ୍ର ଆସିବା ପାଇଁ ଅପେକ୍ଷା କରିବାକୁ ଲାଗୁଥିଲେ । କିନ୍ତୁ ପରେ ୧୯୯୯ରେ ଏକ ଦୁର୍ଘଟଣା ଅନୁଙ୍କ ସମ୍ପୂର୍ଣ୍ଣ ଜୀବନକୁ ବଦଳାଇ ଦେଲା । କିଛି ବର୍ଷ ପର୍ଯ୍ୟନ୍ତ ତାଙ୍କର ଏକ ସଂସ୍ଥାରେ ଚିକିତ୍ସା ମଧ୍ୟ ଚାଲିଲା । ଯଦିଓ ସେ ଠିକ୍ ହୋଇଗଲେ କିନ୍ତୁ ନିଜ ସ୍ମରଣକୁ ପୁରାପୁରି ମନେ ରଖିପାରିଲେ ନାହିଁ । ଏହାବ୍ୟତୀତ ତାଙ୍କ ଚେହେରାରେ ମଧ୍ୟ ବର୍ତ୍ତମାନ୍ ବହୁତ ପରିବର୍ତ୍ତନ ଆସିଯାଇଛି ।

ମିନାକ୍ଷୀ ଶେଷାନ୍ଦ୍ରି

‘ମେରି ଜଙ୍ଗ’, ‘ଦାମିନୀ’, ‘ଘାତକ’, ‘ଘାୟଲ୍’ ଆଦି ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମିନାକ୍ଷୀଙ୍କ ଫ୍ୟାନ୍ ଫୋଲୋଇଂର ସୂଚୀ ମଧ୍ୟ ବହୁତ ଲମ୍ବା ଅଛି । ତାଙ୍କ ସୁନ୍ଦରତାର ଚର୍ଚ୍ଚା ଏକ ସମୟରେ ବହୁତ ଦୂର ଦୂର ପର୍ଯ୍ୟନ୍ତ ପ୍ରଚାରିତ । ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ତାଙ୍କ ଚଳଚ୍ଚିତ୍ର ଦେଖନ୍ତି । ବର୍ତ୍ତମାନ ସେ ବିବାହିତ ଅଟନ୍ତି ଏବଂ ଚଳଚ୍ଚିତ୍ର ଜଗତରୁ ଦୂରରେ ଡାନ୍ସ କ୍ଲାସ୍ ଚଳାଉଛନ୍ତି । ତାଙ୍କ ‘ଲୁକ୍’ରେ ବର୍ତ୍ତମାନ ପୂର୍ବରୁ ଅଧିକ ଅନ୍ତର ଆସିଯାଇଛି ।

ମମତା କୁଲକର୍ଣ୍ଣି

ଗତ ଯୁଗର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜଣାଶୁଣା ମମତା କୁଲକର୍ଣ୍ଣିଙ୍କ ସୁନ୍ଦରତା କାହାଠାରୁ ଲୁଚି ନାହିଁ । ତାଙ୍କୁ ସବୁଠାରୁ ଅଧିକ ସଫଳତା ଚଳଚ୍ଚିତ୍ର ‘କରନ୍ ଅର୍ଜୁନ୍’ରୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ଶାହରୁଖ୍ ଖାଁ ଓ ସଲମାନ୍ ଖାଁଙ୍କ ସହିତ ନଜର ଆସିଥିଲେ । ଏକ ସମୟରେ ସେ ବହୁତ ହିଟ୍ ଅଭିନେତ୍ରୀ ଥିଲେ କିନ୍ତୁ ପରେ ସେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ବିଦାୟ କହିଦେଲେ । ବର୍ତ୍ତମାନ ସେ ‘ଲାଇମ୍-ଲାଇଟ୍’ରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କର ପରିବର୍ତ୍ତିତ ରୂପ ବର୍ତ୍ତମାନ ସମସ୍ତଙ୍କ ସମ୍ମୁଖରେ ଅଛି ।

ସନ୍ଧାଲି ସିନହା

‘ତୁମ୍ ବିନ୍’ ଚଳଚ୍ଚିତ୍ର ବୋଧହୁଏ ଆପଣଙ୍କୁ ମନେଥିବ । ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଅଟନ୍ତି ସନ୍ଧାଲି ସିନହା । ତାଙ୍କ ସୁନ୍ଦରତା ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସମସ୍ତଙ୍କ ହୃଦୟରେ ନିଆଁ ଲାଗି ଯାଇଥିଲା । ଯଦିଓ ଏହାପରେ ମଧ୍ୟ ସେମାନେ ଅନେକ ଛୋଟ ବଡ଼ ଚଳଚ୍ଚିତ୍ରରେ ଅଭିନୟ କଲେ କିନ୍ତୁ ଆଜି ମଧ୍ୟ ତାଙ୍କୁ ‘ତୁମ୍ ବିନ୍’ ପାଇଁ ସ୍ମରଣ କରାଯାଏ । ବର୍ତ୍ତମାନ ସେ ବଲିଉଡ଼ ଇଣ୍ଡଷ୍ଟ୍ରିରୁ ବହୁତ ଦୂରେଇ ରୁହନ୍ତି କିନ୍ତୁ ଦର୍ଶକମାନେ ଆଜି ମଧ୍ୟ ତାଙ୍କୁ ସେତିକି ପସନ୍ଦ କରନ୍ତି ।

କିମି କାଟକର୍

ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ଗୀତ ‘ଜୁମ୍ମା ଚୁମ୍ମା ଦେ ଦେ’ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ସ୍ପନ୍ଦନ ଅଟେ । ଏହି ଗୀତରେ ନିଜ ସୁନ୍ଦରତାର ଯଲବା ଦେଖାଇବାଥିବା ଆଉ କିଏ ନୁହଁନ୍ତି ବରଂ କିମି କାଟକର୍ ଥିଲେ । ସେମାନେ ନିଜ ଫିଲ୍ମୀ କ୍ୟାରିୟରରେ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ବର୍ତ୍ତମାନ ପରଦାରୁ ଦୂରରେ ଅଛନ୍ତି କିନ୍ତୁ ତାଙ୍କ ବଦଳିଥିବା ଅବତାର ସମସ୍ତଙ୍କୁ ଆକର୍ଷିତ କରେ ।

Leave a Reply

Your email address will not be published. Required fields are marked *