ଲାଲୁଙ୍କ ଠାରୁ ମୁଲାୟମଙ୍କ ଯାଏ ସମସ୍ତ ରାଜନେତା କିଏ ନିଜ ପତ୍ନୀଙ୍କ ଠାରୁ ୨୫ବର୍ଷ ବଡତ କିଏ ୧୭ବର୍ଷ ! ଆସନ୍ତୁ ଜାଣିବା ଏହି ରାଜନେତାଙ୍କର କେତୋଟି ସନ୍ତାନ…

ଲାଲୁଙ୍କ ଠାରୁ ମୁଲାୟମଙ୍କ ଯାଏ ସମସ୍ତ ରାଜନେତା କିଏ ନିଜ ପତ୍ନୀଙ୍କ ଠାରୁ ୨୫ବର୍ଷ ବଡତ କିଏ ୧୭ବର୍ଷ ! ଆସନ୍ତୁ ଜାଣିବା ଏହି ରାଜନେତାଙ୍କର କେତୋଟି ସନ୍ତାନ…

ଗତ କିଛିଦିନ ହେବ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଦେଶରେ ବିତର୍କ ଚାଲିଛି ତେଣୁ ଆଜି ଆମେ ଆପଣଙ୍କୁ ଦେଶର କିଛି ପ୍ରସିଦ୍ଧ ରାଜନେତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ଏହି ଆର୍ଟିକିଲରୁ ଆପଣ ଜାଣିପାରିବେ କେଉଁ ରାଜନେତାଙ୍କର କେତୋଟି ସନ୍ତାନ ଅଛନ୍ତି । କେଉଁ ରାଜନେତା ୯ଟି ସନ୍ତାନର ପିତା ତ କେଉଁ ରାଜନେତାଙ୍କର ୫ଟି ସନ୍ତାନ

ଦିଗବିଜୟ ସିଂ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଦୁଇଥର ବିବାହ କରିଛନ୍ତି । ଦିଗବିଜୟ ସିଂ ପ୍ରଥମେ ରାନୀ ଆଶା କୁମାରୀଙ୍କୁ ବିବାହ କରିଥିଲେ । ଉଭୟ ୫ଟି ସନ୍ତାନଙ୍କର ପିତାମାତା । କିନ୍ତୁ ୨୦୧୩ ମସିହାରେ ରାନୀଙ୍କର ଦେହାନ୍ତ ହୋଇଯାଇଥିଲା । ଏହାପରେ ୨୦୧୫ ମସିହାରେ ଦିଗବିଜୟ ସିଂ ୬୯ବର୍ଷ ବୟସରେ ନିଜଠାରୁ ୨୫ବର୍ଷ ସାନ ଅମୃତା ରାୟଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଉଭୟଙ୍କର କୌଣସି ସନ୍ତାନ ନାହିଁ ।

ମୁଲାୟମ୍ ସିଂ ଯାଦବ୍

ଉତ୍ତରପ୍ରଦେଶ ରାଜନୀତିରେ ମୁଲାୟମ୍ ସିଂ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି । ମୁଲାୟମ୍ ସିଂ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ଏବଂ ତାଙ୍କୁ ‘ନେତାଜି’ ବୋଲି ମଧ୍ୟ କୁହାଯାଏ । ୮୧ବର୍ଷୀୟ ମୁଲାୟମ୍ ସିଂ ଉତ୍ତରପ୍ରଦେଶରୁ ତିନିଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇସାରିଛନ୍ତି ଏବଂ ଥରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ । ସେ ମଧ୍ୟ ଦୁଇଟି ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ସ୍ୱର୍ଗତ ମାଳତୀ ଦେବୀଙ୍କ ସହ ହୋଇଥିଲା ଏବଂ ଉଭୟଙ୍କର ଏକ ସନ୍ତାନ ଅଛନ୍ତି ଯାହାଙ୍କ ନାମ ଅଖିଳେଶ ଯାଦବ ।

ମାଳତୀ ଦେବୀଙ୍କ ଦେହାନ୍ତ ପରେ ୨୦୦୩ ମସିହାରେ ମୁଲାୟମ୍ ସିଂ ସାଧନା ଗୁପ୍ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ତାଙ୍କଠାରୁ ପ୍ରାୟ ୨୦ବର୍ଷ ସାନ । ଦ୍ଵିତୀୟ ବିବାହ ସମୟରେ ମୁଲାୟମ୍ ସିଂଙ୍କ ବୟସ ପ୍ରାୟ ୬୪ବର୍ଷ ଥିଲା । ମୁଲାୟମ୍ ଏବଂ ସାଧନାଙ୍କର କୌଣସି ସନ୍ତାନ ନାହିଁ । କିନ୍ତୁ ସାଧନାଙ୍କର ଏବଂ ତାଙ୍କ ପ୍ରଥମ ସ୍ୱାମୀଙ୍କର ଏକ ପୁଅ ଅଛି ।

ଏଚ୍ ଡି କୁମାରସ୍ୱାମୀ

ଏଚ୍ ଡି କୁମାରସ୍ୱାମୀଙ୍କ ପିତା ଏଚ୍ ଡି ଦେବ ଗୌଡା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ । ଏଥିସହିତ ଏଚଡି କୁମାରସ୍ୱାମୀ ନିଜେ ମଧ୍ୟ କର୍ଣ୍ଣାଟକର CM ଭାବରେ କାର୍ଯ୍ୟ କରିଛନ୍ତି । କୁମାରସ୍ୱାମୀଙ୍କ ପ୍ରଥମ ବିବାହ ୧୯୮୬ମସିହାରେ ଅନୀତା କୁମାରସ୍ୱାମୀଙ୍କ ସହ ହୋଇଥିଲା । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ପରେ ୨୦୦୬ ମସିହାରେ କୁମାରସ୍ୱାମୀ ଦ୍ୱିତୀୟଥର ପାଇଁ ରାଧିକା କୁମାରସ୍ୱାମୀଙ୍କୁ ବିବାହ କରିଥିଲେ । କୁମାରସ୍ଵାମୀ ତାଙ୍କର ଦ୍ୱିତୀୟ ପତ୍ନୀ ରାଧିକାଙ୍କଠାରୁ ପ୍ରାୟ ୨୭ବର୍ଷ ବଡ ଏବଂ ଦୁହେଁ ଗୋଟିଏ ଝିଅର ପିତାମାତା ।

ରାମଭିଲାସ୍ ପାସୱାନ୍

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଭିଲାସ୍ ପାସୱାନଙ୍କର ଗତ ବର୍ଷ ଅକ୍ଟୋବରରେ ଦେହାନ୍ତ ହୋଇଯାଇଛି । ସେ ମଧ୍ୟ ଦୁଇଟି ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ରାଜକୁମାରୀ ଦେବୀଙ୍କ ସହିତ ହୋଇଥିଲା ଏବଂ ବିବାହର ୨ବର୍ଷ ମଧ୍ୟରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ରାମଭିଲାସ୍ ଏବଂ ରାଜକୁମାରୀ ଦେବୀ ଦୁଇଟି ଝିଅଙ୍କର ପିତାମାତା ଅଟନ୍ତି । ପରେ ୧୯୮୩ ମସିହାରେ ରାମଭିଲାସ୍ ପାସୱାନ୍ ରାନୀ ପାସୱାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରାନୀ ରାମଭିଲାସଙ୍କ ଠାରୁ ୧୯ବର୍ଷ ସାନ ଅଟନ୍ତି । ଉଭୟଙ୍କର ଏକ ପୁତ୍ର ଅଛନ୍ତି ଯାହାଙ୍କ ନାମ ଚିରାଗ ପାସୱାନ୍ ।

ଲାଲୁ ପ୍ରସାଦ ଯାଦବ

ଏବେ ଆସନ୍ତୁ ଜାଣିବା ଦେଶର ଅନ୍ୟତମ ଚର୍ଚ୍ଚିତ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ବିଷୟରେ । ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି । ଏଥିସହିତ ସେ ଦେଶର ରେଳମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୭୩ ବର୍ଷୀୟ ଲାଲୁ ପ୍ରସାଦ ଯାଦବ ୧୯୭୩ମସିହାରେ ରାବିଡ଼ି ଦେବୀଙ୍କୁ ବିବାହ କରିଥିଲେ । ରାବିଡ଼ି ଦେବୀ ତାଙ୍କ ସ୍ୱାମୀଙ୍କଠାରୁ ୧୧ବର୍ଷ ସାନ । ଉଭୟଙ୍କର ସର୍ବମୋଟ ୯ଟି ସନ୍ତାନ ଅଛନ୍ତି ଯେଉଁଥିରୁ ୭ଟି ଝିଅ ଏବଂ ୨ଟିପୁଅ ଅଟନ୍ତି ।

Leave a Reply

Your email address will not be published. Required fields are marked *