କେହି ରାଜନେତା ତ କେହି ପାୟଲଟ୍ ! ଜାଣନ୍ତୁ କ’ଣ କରନ୍ତି ‘ଲାଲୁ ପ୍ରସାଦ୍ ଯାଦବ’ଙ୍କ ୭ ଝିଅଙ୍କ ସ୍ୱାମୀ…

କେହି ରାଜନେତା ତ କେହି ପାୟଲଟ୍ ! ଜାଣନ୍ତୁ କ’ଣ କରନ୍ତି ‘ଲାଲୁ ପ୍ରସାଦ୍ ଯାଦବ’ଙ୍କ ୭ ଝିଅଙ୍କ ସ୍ୱାମୀ…

ବିହାର ରାଜନୀତିରେ ‘ଲାଲୁ ପ୍ରସାଦ୍ ଯାଦବ’ ଏକ ବଡ଼ ଭୂମିକା ତୁଲାଇ ଥାନ୍ତି । ଲାଲୁ ପ୍ରସାଦ୍ ଯାଦବ ଆରଜେଡି ପ୍ରମୁଖ ଏବଂ ସେ ପାଖାପାଖି ୨୫ ବର୍ଷ ବିହାରରେ ରାଜତ୍ୱ କରିଛନ୍ତି । ଲାଲୁ ପ୍ରସାଦ୍ ଯାଦବଙ୍କ ରାଜନୀତିରେ ଇତିହାସ ଯେତିକି ବଡ଼ ସେତିକି ବଡ଼ ତାଙ୍କ ପରିବାର ମଧ୍ୟ ଅଟେ । କହିରଖୁଛୁ ଯେ ଲାଲୁଙ୍କ ପତ୍ନୀ ରାବଡ଼ି ଦେବୀ ଅଟନ୍ତି ଏବଂ ସେମାନଙ୍କର ୭ ଝିଅ ଏବଂ ୨ ପୁଅଙ୍କର ମାତା ପିତା ଅଟନ୍ତି । ଲାଲୁ ବର୍ତ୍ତମାନ ଚାରା ଘଟାଲା ମାମଲାରେ ‘ଜେଲ୍’ରେ ଅଛନ୍ତି ଏବଂ ସେଠାରେ ତାଙ୍କର ବଡ଼ ପୁଅ ଏବଂ ସାନ ପୁଅ ପାର୍ଟିର ନେତୃତ୍ୱ କରୁଛନ୍ତି । ଆସନ୍ତୁ ଜାଣିବା ଲାଲୁଙ୍କ ଝିଅ ଏବଂ ସେମାନଙ୍କ ସ୍ୱାମୀ ମାନଙ୍କ ବିଷୟରେ ।

ଲାଲୁଙ୍କର ସବୁଠାରୁ ବଡ଼ ଝିଅଙ୍କ ନାମ ଡ଼ା. ମିସା ଭାରତୀ । ତାଙ୍କ ଜନ୍ମ ୧୯୭୬ରେ ହୋଇଥିଲା ଏବଂ ସେ ୨୦୧୪ ଏବଂ ୨୦୧୯ରେ ପାଟଳିପୁତ୍ରର ଲୋକସଭା ସିଟ୍ ପାଇଁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ଦୁଇ ଦୁଇଥର ନିର୍ବାଚନରେ ହାରି ଯାଇଥିଲେ । ମିସା ଭାରତୀଙ୍କ ବିବାହ ୧୯୯୯ ମସିହାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଶୈଳେଶଙ୍କ ସହିତ ହୋଇଥିଲା । ତାଙ୍କର ଦୁଇ ଝିଅ ଦୁର୍ଗା ଏବଂ ଗୋରୀ ଭାରତୀ । ପୁଣି ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାଙ୍କୁ ସାର୍ବଜନିକ କରାଯାଇ ନାହିଁ ।

ଲାଲୁଙ୍କର ଦ୍ୱିତୀୟ ଝିଅର ନାମ ରୋହିଣୀ ଆଚାର୍ଯ୍ୟ ଅଟେ । ରୋହିଣୀ ହୁଏତ ରାଜନୀତି ଠାରୁ ଦୂରରେ ଅଛନ୍ତି କିନ୍ତୁ ତାଙ୍କ ନାମ ନୀତିଶ୍ କୁମାରଙ୍କ ସରକାରରେ ଦୀପ୍ଟି ସୀଏମ୍ ଭାବରେ ମଧ୍ୟ ନିଆଯାଇଥିଲା । ରୋହିଣୀଙ୍କ ବିବାହ ୨୦୦୨ ମସିହାରେ ସମରେଶ ସିଂହଙ୍କ ସହିତ ହୋଇଥିଲା ଏବଂ ସେ ନିଜ ସ୍ୱାମୀ ଏବଂ ପିଲାଙ୍କ ସହିତ ‘ସିଙ୍ଗାପୁର୍’ରେ ରହନ୍ତି ।

‘ଲାଲୁ ପ୍ରସାଦ୍ ଯାଦବ’ଙ୍କ ତୃତୀୟ ଝିଅର ନାମ ଚନ୍ଦା ଯାଦବ । ତାଙ୍କ ବିବାହ ୨୦୦୬ରେ ବିକ୍ରମ୍ ସିଂହଙ୍କ ସହିତ ହୋଇଥିଲା ଯିଏକି ଜଣେ ପାଇଲଟ୍ ।

ଲାଲୁ ଏବଂ ରାବଡ଼ି ଦେବୀଙ୍କର ଚତୁର୍ଥ ଝିଅର ନାମ ରାଗିଣୀ ଯାଦବ ଅଟେ । ତାଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା । ତାଙ୍କ ସ୍ୱାମୀଙ୍କ ନାମ ରାହୁଲ୍ ଯାଦବ ଯିଏକି ସପା ନେତା ଜିତେନ୍ଦ୍ର ଯାଦବଙ୍କ ପୁଅ ଅଟନ୍ତି । ସେ ନିଜର ପାଠପଢ଼ା ସ୍ୱିଜରଲ୍ୟାଣ୍ଡରୁ ହୋଟେଲ୍ ମ୍ୟାନେଜମେଣ୍ଟ କରିଛନ୍ତି ଏବଂ ଏବଂ ଏବେ ସପାର ନେତା ଭାବରେ ସକ୍ରିୟ ଅଛନ୍ତି ।

ପଞ୍ଚମ ଝିଅର ନାମ ହେମା ଯାଦବ । ହେମାଙ୍କ ବିବାହ ବିନୀତ ଯାଦବଙ୍କ ସହିତ ହୋଇଛି । ବିନୀତ ଦିଲ୍ଲୀର ଏକ ରାଜନୈତିକ ପରିବାର ସହ ଜଡ଼ିତ ଅଟନ୍ତି ଏବଂ ସେ ନିଜେ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି ।

ଲାଲୁଙ୍କ ଷଷ୍ଠ ଝିଅର ନାମ ଧୁନ୍ନୁ ବା ଅନୁଷ୍କା ରାଓ ଅଟେ । ଅନୁଷ୍କାଙ୍କ ବିବାହ ହରିୟାଣା ସରକାରରେ ମନ୍ତ୍ରୀ ରହି ସାରିଥିବା ଅଜୟ ସିଂହ ଯାଦବଙ୍କ ପୁଅ ଚିରଞ୍ଜିବି ରାଓଙ୍କ ସହିତ ହୋଇଛି । ଚିରଞ୍ଜିବି NSUIର ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି ।

ଲାଲୁ ପ୍ରସାଦ୍ ଯାଦବଙ୍କ ସାନ ଝିଅର ନାମ ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀଙ୍କ ବିବାହ ମୁଲାୟମ୍ ସିଂହ ଯାଦବଙ୍କ ନାତି ତେଜ୍ ପ୍ରତାପ ସିଂହ ଯାଦବଙ୍କ ସହିତ ହୋଇଛି । ସେ ମେନପୁରୀରେ ସାଂସଦ ମଧ୍ୟ ରହି ସାରିଛନ୍ତି । ତାଙ୍କ ବିବାହରେ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତାଭ୍ ବଚ୍ଚନ୍ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *