କେହି ମାନନ୍ତି ଭଉଣୀ ତ ଆଉ କିଏ ମାନନ୍ତି ସବୁଠାରୁ ଭଲ ବନ୍ଧୁ ! ବଲିଉଡ଼ର ଏହି ସଉତୁଣୀଙ୍କ ମଧ୍ୟରେ ଅଛି ଅତୁଟ ସମ୍ପର୍କ, ଦେଖନ୍ତୁ ସୂଚୀ…

କେହି ମାନନ୍ତି ଭଉଣୀ ତ ଆଉ କିଏ ମାନନ୍ତି ସବୁଠାରୁ ଭଲ ବନ୍ଧୁ ! ବଲିଉଡ଼ର ଏହି ସଉତୁଣୀଙ୍କ ମଧ୍ୟରେ ଅଛି ଅତୁଟ ସମ୍ପର୍କ, ଦେଖନ୍ତୁ ସୂଚୀ…

ଆମ ଚଳଚ୍ଚିତ୍ର ଜଗତର କଳାକାର ମାନଙ୍କ ପାଇଁ ଏକରୁ ଅଧିକ ବିବାହ କରିବା କୌଣସି ବଡ଼ କଥା ନୁହେଁ ଏବଂ ଆମ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ବିବାହିତା ହୋଇ ମଧ୍ୟ ଆଉ କାହା ପ୍ରେମରେ ପଡ଼ିଯାନ୍ତି ଏବଂ ପ୍ରେମରେ ପଡ଼ି ନିଜ ପ୍ରଥମ ବିବାହ ଭାଙ୍ଗି ନେଇ ଦ୍ୱିତୀୟ ବିବାହ କରିଛନ୍ତି । ଏମିତିରେ ଏହି କଳାକାର ମାନଙ୍କ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ମାନଙ୍କ ମଧ୍ୟରେ ଅନେକ ଥର ସମ୍ପର୍କରେ ତିକ୍ତତା ରହିଥାଏ । ତେବେ ସେପଟେ ଆମ ବଲିଉଡ଼ରେ ଏପରି କିଛି ସଉତୁଣୀ ଯୋଡି ଅଛନ୍ତି ଯାହାଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ କିନ୍ତୁ ଏମାନେ ପରସ୍ପର ଭଲ ବନ୍ଧୁ ହୋଇଗଲେଣି ଏବଂ ନିଜ ସଉତୁଣୀକୁ ନିଜ ଭଉଣୀମନେ କରି ତାଙ୍କ ସହିତ ଖୁବ୍ ଭଲ ଭାବରେ ବ୍ୟବହାର କରନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ ଏପରି ଅଛନ୍ତି ଯିଏ ନିଜ ଇଚ୍ଛାରେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କରାଇଥିଲେ ଓ ବିବାହର ସମସ୍ତ ପ୍ରସ୍ତୁତି ସେ ନିଜେ କରିଥିଲେ ତେବେ ଆସନ୍ତୁ ଜାଣିବା ଏହି ସୂଚୀରେ କେଉଁ କେଉଁ ଅଭିନେତ୍ରୀ ମାନଙ୍କ ନାମ ସାମିଲ୍ ରହିଛି ।

ଦିୟା ମିର୍ଜା-ସୁନେନା ରେଖି

ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବ୍ୟବସାୟୀ ବୈଭବ୍ ରେଖୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଦିୟାଙ୍କ ଭଳି ବୈଭବ୍ ରେଖୀଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ ଅଟେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ସୁନେନା ରେଖୀ ଅଟେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ସମାୟରା ଅଟେ ଓ ଦିୟାଙ୍କ ସୁନେନାଙ୍କ ସହ ଏବଂ ନିଜ ସାବତ ଝିଅ ସମାୟରାଙ୍କ ସହିତ ବହୁତ ଭଲ ସଂପର୍କ ଅଛି ।

ସଲମା ଖାଁ-ହେଲେନ୍

ସଲମାନ୍ ଖାଁଙ୍କ ପିତା ସଲିମ୍ ଖାଁ ମଧ୍ୟ ଦୁଇଟି ବିବାହ କରିଛନ୍ତି ଏବଂ ଆଜି ତାଙ୍କର ଦୁଇଟି ସ୍ତ୍ରୀ ସଲମା ଖାଁ ଓ ହେଲନ୍ ଗୋଟିଏ ଛାତ ତଳେ ଖୁବ୍ ସ୍ନେହର ସହିତ ରୁହନ୍ତି ଓ ସଲମାନ୍ ଖାଁ ଓ ତାଙ୍କ ଭାଇ ଭଉଣୀ ମଧ୍ୟ ନିଜ ସାବତ ମାଁ ହେଲନଙ୍କୁ ଖୁବ୍ ଭଲ ପାଆନ୍ତି ଓ ତାଙ୍କୁ ମଧ୍ୟ ନିଜ ମାଁ ସଲମାଙ୍କ ଭଳି ମନେ କରନ୍ତି ।

ରୀନା ଦତ୍ତା-କିରଣ ରାଓ

ବଲିଉଡ଼ର ମିଷ୍ଟର୍ ପରଫେକଶନିଷ୍ଟ ଆମୀର୍ ଖାଁ ମଧ୍ୟ ଦୁଇଟି ବିବାହ କରିଛନ୍ତି ଏବଂ ସେ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହିତ କରିଥିଲେ କିନ୍ତୁ କିଛି ବର୍ଷ ପରେ ଦୁହିଁଙ୍କ ଛାଡପତ୍ର ହୋଇଗଲା ଓ ପରେ ଆମୀର୍ ଖାଁ ଦ୍ୱିତୀୟ ବିବାହ କିରଣ ରାଓଙ୍କ ସହିତ କରିଥିଲେ ଏବଂ ସେପଟେ କିରଣ ଓ ରୀନା ଦତ୍ତାଙ୍କ ମଝିରେ ବହୁତ ଭଲ ସଂପର୍କ ଅଛି ଏବଂ ଦୁହେଁ ପରସ୍ପର ସହିତ ଖୁବ୍ ଦୃଢ଼ ସମ୍ପର୍କ ବହନ କରନ୍ତି ।

ସୁପ୍ରିୟା ପାଠକ-ନିଲିମା ଅଜିମ୍

ବଲିଉଡ଼ର ଜଣାଶୁଣା ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ପଙ୍କଜ୍ କପୂର୍ ପ୍ରଥମ ବିବାହ ଅଭିନେତ୍ରୀ ନିଲିମା ଅଜିମଙ୍କ ସହିତ କରିଥିଲେ ଏବଂ ସେପଟେ ନିଲିମାଙ୍କ ଠାରୁ ଛାଡପତ୍ର ନେବାପରେ ପଙ୍କଜ୍ ଦ୍ୱିତୀୟ ବିବାହ ସୁପ୍ରିୟା ପାଠକଙ୍କ ସହିତ କରିଥିଲେ ଏବଂ ସେପଟେ ନିଲିମା ଓ ସୁପ୍ରିୟାଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ଅଛି । ନିଲିମାଙ୍କ ପୁଅ ଶାହୀଦ୍ କପୂର୍ ମଧ୍ୟ ନିଜ ସାବତ ମାଁ’ଙ୍କୁ ବହୁତ ଭଲ ପାଆନ୍ତି ।

ରେଶମ୍ ଟିପନିସ୍-ଲତା ସଭରବାଲ୍

ଟିଭି ଶୋ ‘ୟେ ରିଶତା କ୍ୟା କହଲତା ହେ’ରେ ଅକ୍ଷରାଙ୍କ ମାଁ ଓ ପିତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଲତା ସଭରବାଲ୍ ଓ ସଞ୍ଜୀବ୍ ସେଠୀ ରିଲ୍ ଲାଇଫ୍ ସଙ୍ଗେ ସଙ୍ଗେ ବାସ୍ତବ ଜୀବନରେ ମଧ୍ୟ ସ୍ୱାମୀ ସ୍ତ୍ରୀ ଅଟନ୍ତି ଏବଂ ସେପଟେ ଯେତେବେଳେ ସଞ୍ଜୀବ ସେଠ ଲତାଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ ଏବଂ ଏହା ପୂର୍ବରୁ ସେ ୧୯୯୩ରେ ମରାଠୀ ଅଭିନେତ୍ରୀ ରେଶମ୍ ଟିପନିସଙ୍କ ସହିତ ବିବାହ କରିଥିଲେ । ଯେତେବେଳେ ତାଙ୍କ ହୃଦୟ ଲତାଙ୍କ ଉପରେ ଆସିଥିଲା ସେତେବେଳେ ସେ ନିଜ ସ୍ତ୍ରୀକୁ ଅନୁମତି ନେଇ ଲତାଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ ଏବଂ ଆପଣଙ୍କୁ ସୁଚାଇଦେଉଛୁ ଯେ ରେଶମ୍ ଟିପନିସ୍ ନିଜ ହାତରେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ ଏବଂ ଆଜି ମଧ୍ୟ ଲତା ସଭରବାଲ୍ ଓ ରେଶମ୍ ଟିପନିସଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି । ଏବଂ ଦୁହେଁ ପରସ୍ପରଙ୍କ ଖୁବ୍ ଭଲ ବନ୍ଧୁ ଅଟନ୍ତି ।

ଲରେନ ବ୍ରାଇଟ – ସୋନି ରାଜଦାନୀ

ବଲିଉଡ଼ର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ପ୍ରଥମ ବିବାହ ଲରେନ୍ ବ୍ରାଇଟଙ୍କ ସହିତ କରିଥିଲେ । କିନ୍ତୁ କିଛି ବର୍ଷ ପରେ ମହେଶ ଭଟ୍ଟଙ୍କ ହୃଦୟ ଅଭିନେତ୍ରୀ ସୋନି ରାଜଦାନୀଙ୍କ ଉପରେ ଆସିଥିଲା ଏବଂ ସେ ତାଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ । ସେପଟେ ମହେଶ ଭଟ୍ଟଙ୍କ ଦ୍ୱିତୀୟ ବିବାହରେ ତାଙ୍କ ଝିଅ ପୂଜା ଭଟ୍ଟ ଦୁଃଖିତ ହୋଇ ଯାଇଥିଲେ । ନିଜ ମାଁ ଲରେନ୍ ବ୍ରାଇଟଙ୍କୁ ବୁଝାଇବା ପରେ ସେ ମାନିଗଲେ ଓ ସେପଟେ ଲରେନ୍ ବ୍ରାଇଟ୍ ଓ ସୋନି ରାଜଦାନଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ଅଛି ଏବଂ ସେ ଦୁହେଁ ପରସ୍ପରର ବହୁତ ଭଲ ସାଙ୍ଗ ଅଟନ୍ତି ।

Leave a Reply

Your email address will not be published. Required fields are marked *