୧୮ ବର୍ଷ ବୟସରେ ସ୍ୱାମୀଙ୍କ ଦ୍ଵାରା ହୋଇଥିଲେ ପରିତ୍ୟକ୍ତା, ୬ମାସର ଛୁଆକୁ ଧରି ବଞ୍ଚିବା ପାଇଁ ବିକ୍ରି କରୁଥିଲେ ଲେମ୍ବୁ ପଣା ! ବର୍ତ୍ତମାନ ହୋଇଗଲେ ସବଇନ୍ସପେକ୍ଟର୍…

୧୮ ବର୍ଷ ବୟସରେ ସ୍ୱାମୀଙ୍କ ଦ୍ଵାରା ହୋଇଥିଲେ ପରିତ୍ୟକ୍ତା, ୬ମାସର ଛୁଆକୁ ଧରି ବଞ୍ଚିବା ପାଇଁ ବିକ୍ରି କରୁଥିଲେ ଲେମ୍ବୁ ପଣା ! ବର୍ତ୍ତମାନ ହୋଇଗଲେ ସବଇନ୍ସପେକ୍ଟର୍…

ସମସ୍ତଙ୍କ ଜୀବନରେ ଦୁଃଖ ଓ ଯନ୍ତ୍ରଣା ଥାଏ । ଏଭଳି ପରିସ୍ଥିତିରେ ପ୍ରକୃତ ହିରୋ ହେଉଛନ୍ତି ସିଏ ଯିଏ ଏହି ସମସ୍ୟାକୁ ଡରି ନଯାଇ ସାହସର ସହିତ ଏହାର ସାମ୍ନା କରିଥାନ୍ତି । ବହୁତ ବ୍ୟକ୍ତି ନିଜର ଖରାପ ପରିସ୍ଥିତିର ବାହାନା ଦେଇ ଜୀବନରେ କିଛି କରିପାରନ୍ତି ନାହିଁ । କଠିନ ପରିଶ୍ରମ ନକରିବା ପାଇଁ ସେମାନଙ୍କ ପାଖରେ ବିଭିନ୍ନ ବାହାନା ଥାଏ । କିନ୍ତୁ ଯେଉଁ ବ୍ୟକ୍ତି ନିଜ ଜୀବନରେ କିଛି କରିବା ପାଇଁ ଚାହାଁନ୍ତି ସେ ସମସ୍ତ କଠିନ ପରିସ୍ଥିତିକୁ ସାମ୍ନା କରି ସଫଳତାର ସ୍ୱାଦ ଚାଖିଥାନ୍ତି । ଏହାର ଉଦାହରଣ ହେଉଛନ୍ତି କେରଳ ରାଜ୍ୟର ଜଣେ ମହିଳା ସବ୍-ଇନ୍ସପେକ୍ଟର୍ ଆନି ଶିବା ।

ଯେତେବେଳେ ଆନି ଶିବାଙ୍କୁ ୧୮ବର୍ଷ ହୋଇଥିଲା, ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଚାଲିଯାଇଥିଲେ । ସେତେବେଳେ ତାଙ୍କ କୋଳରେ ରହିଯାଇଥିଲା ଏକ ୬ ମାସର ଶିଶୁ । ଆନି ପ୍ରେମ ବିବାହ କରିଥିବାରୁ ତାଙ୍କ ପରିବାର ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ । ନିଜ କୁନି ପୁଅ ସହିତ ସେ ବଞ୍ଚିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ । ସେ ନିଜ ପୁଅକୁ କୋଳରେ ଧରି ଲେମ୍ବୁ ପଣା ଏବଂ ଆଇସ୍କ୍ରିମ୍ ବିକ୍ରି କରୁଥିଲେ । ଯଦି ସେ ଏହି ପରିସ୍ଥିତିରେ ହାର ମାନି ଯାଇଥାନ୍ତେ ତେବେ ସେ ସାରା ଜୀବନ ରାସ୍ତାରେ ବସି ଲେମ୍ବୁ ପଣା ବିକ୍ରି କରିଥାନ୍ତେ କିନ୍ତୁ ଆନି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ଥିର କରିଥିଲେ ଏବଂ ସେ ଏଥିରେ ସଫଳ ମଧ୍ୟ ହେଲେ ।

ବର୍ତ୍ତମାନ ଆନି କେରଳର ୱର୍କଲାରେ ସବ୍-ଇନ୍ସପେକ୍ଟର୍ ଭାବରେ କାର୍ଯ୍ୟ କରୁଛନ୍ତି ଯେଉଁଠାରେ ସେ ନିଜର ୬ମାସର ପୁଅକୁ ରାସ୍ତାରେ ଧରି ଲେମ୍ବୁ ପଣା ବିକ୍ରି କରୁଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୋଷ୍ଟିଂ ୱର୍କଲା ଥାନାରେ ହୋଇଛି ଏହା ଶୁଣି ସେ କାନ୍ଦି ପକାଇଥିଲେ । ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଥିଲେ । ଏହିଠାରେ ସେ ଦିଓଳି ଖାଦ୍ୟ ପାଇଁ ଲେମ୍ବୁ ପଣା ଏବଂ ଆଇସ୍କ୍ରିମ୍ ବିକ୍ରି କରୁଥିଲେ । ସେ କହିଛନ୍ତି ଯେ ଏହି ସ୍ଥାନରେ ମୁଁ ଅନେକ ଲୁହ ଢାଳିଛି ସେତେବେଳେ ମୋ ଲୁହ ପୋଛିବା ପାଇଁ କେହି ନଥିଲେ ।

ସବ୍-ଇନ୍ସପେକ୍ଟର୍ ହେବାର କାହାଣୀ ବିଷୟରେ ସେ କହିଛନ୍ତି ଯେ, “ମୁଁ ୱର୍କଲା ଶିବଗିରି ଆଶ୍ରମ ନିକଟରେ ଷ୍ଟଲ୍ ପକାଇ ଅନେକ ଛୋଟ ମୋଟ ବ୍ୟବସାୟ କରୁଥିଲି କିନ୍ତୁ ଏହି ସମସ୍ତ ବିଜିନେସ୍ ଫ୍ଲଫ୍ ହୋଇଯାଇଥିଲା । ତା’ପରେ ଜଣେ ବ୍ୟକ୍ତି ମୋତେ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ସେହି ବ୍ୟକ୍ତି ମୋତେ କିଛି ଟଙ୍କା ମଧ୍ୟ ସାହାଯ୍ୟ କରିଥିଲେ । ଏହାପରେ ମୁଁ କଠିନ ପରିଶ୍ରମ କଲି ଏବଂ ସମସ୍ତ ସମସ୍ୟାକୁ ଅତିକ୍ରମ କର ସବ୍-ଇନ୍ସପେକ୍ଟର୍ ହୋଇଗଲି ।”

କେରଳ ପୋଲିସ୍ ଆନି ଶିବାଙ୍କୁ ଅନେକ ଅଭିନନ୍ଦନ ଜଣାଇଛି । ଏକ ଟୁଇଟରେ କେରଳ ପୋଲିସ୍ ଲେଖିଛି ଯେ ଆନି ଶିବା ହେଉଛନ୍ତି ଇଚ୍ଛା ଶକ୍ତି ଏବଂ ଆତ୍ମବିଶ୍ୱାସର ଏକ ଉଦାହରଣ । ୧୮ ବର୍ଷ ବୟସରେ ଉଭୟ ସ୍ୱାମୀ ଏବଂ ପରିବାର ଦ୍ୱାରା ପରିତ୍ୟକ୍ତ ହୋଇଥିବା ଏକ ଝିଅ ଯିଏକି ସେ ନିଜର ୬ମାସର ଶିଶୁକୁ ଧରି ରାସ୍ତାରେ ଲେମ୍ବୁ ପଣା ବିକ୍ରି କରୁଥିଲେ ବର୍ତ୍ତମାନ ସେ ୱର୍କଲା ପୋଲିସ୍ ଷ୍ଟେସନରେ ସବଇନ୍ସପେକ୍ଟର ଭାବେ ଯୋଗଦେଇଛନ୍ତି ।

ଏହି ସଫଳତା ପାଇଁ କେରଳର ବିରୋଧୀଦଳ ନେତା ଭି.ଡି ସତିସନ୍ ମଧ୍ୟ ଆନି ଶିବାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଅଭିନନ୍ଦନ ଆନି ଶିବା ।

ଆନି ସେହି ସମସ୍ତ ମହିଳାଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି ଯେଉଁମାନେ ପୁରୁଷ ପ୍ରାଧାନ ସମାଜରେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *