କରୋନାର ପ୍ରକୋପ ବର୍ତ୍ତମାନ ମଧ୍ୟ କମ୍ ହୋଇନାହିଁ । ଆଜି ମଧ୍ୟ ଅନେକ ଲୋକ ପ୍ରତ୍ୟେକ ଦିନ ଏହି ଭାଇରସର ଶିକାର ହେଉଛନ୍ତି । ଏହି ମାହାମାରି ହେତୁ ଲୋକମାନଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ଏହି ମହାମାରିର ପ୍ରକୋପ କମ୍ ହୋଇନାହିଁ । ଏଠାରେ ମଧ୍ୟ ପ୍ରତ୍ୟେକ ଦିନ ଲୋକମାନେ ମୃତ୍ୟ ମୁଖର ଶିକାର ହେଉଛନ୍ତି । ତଥାପି, ଦେଶରେ ଯେବେ ଠାରୁ ଲୋକମାନଙ୍କୁ ବାହାରକୁ ଯିବାକୁ ଅନୁମିତ ମିଳିଯାଇଛି । ଏହା ସତ୍ତ୍ୱେ ମଧ୍ୟ ସାଧାରଣ ଲୋକଙ୍କ ପରି ବଲିଉଡ ତାରକାମାନେ ମଧ୍ୟ ତାଙ୍କ ଜରୁରୀ ହିସାବରେ ଘରୁ ବାହାରକୁ ବହାରୁଛନ୍ତି । ଏହି ମଧ୍ୟରେ କରୀନା କପୂର ଏବଂ ଶାହିଦ କପୂରଙ୍କ ସମ୍ପର୍କକୁ ନେଇ ଏକ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ କହିରଖୁଛୁ କି, କରୀନା ଇଣ୍ଡଷ୍ଟ୍ରିରେ ନିଜର ୨୦ ବର୍ଷ ସମ୍ପୁର୍ଣ୍ଣ କରିସାରିଛନ୍ତି । ସେ ଚଳଚ୍ଚିତ୍ର “ରେଫ୍ୟୁଜୀ” ଠାରୁ ବଲିଉଡରେ ପାଦ ରଖିଥିଲେ ।

କରୀନା କପୁର ଏବଂ ଶାହିଦ କପୁରଙ୍କ ପ୍ରେମ କାହାଣୀ ବି-ଟାଉନର ପ୍ରସିଦ୍ଧ ପ୍ରେମ କାହାଣୀ ମଧ୍ୟରୁ ଅନ୍ୟତମ ଅଟେ । ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ”ଫିଦା”ର ସେଟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ୨୦୦୭ ମସିହାରେ “ଜବ୍ ୱି ମେଟ୍” ମୁକ୍ତିଲାଭ ହେବା ମାତ୍ରେ ହିଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ଶାହିଦ-କରୀନାଙ୍କ ବ୍ରେକଅପକୁ ପାଖାପାଖି ୧୨ ବର୍ଷ ପରେ ଏହାର କାରଣ ସାମ୍ନାକୁ ଆସିଛି ।

କେତେକ ରିପୋର୍ଟ ମାନଙ୍କରେ ଏହିପରି କୁହାଯାଇଥିଲା କି, ତାଙ୍କ ବ୍ରେକଅପ୍ କରିସ୍ମା ଏବଂ ବବିତାଙ୍କ କାରଣରୁ ହୋଇଥିଲା। ଉଭୟ ଶାହିଦଙ୍କୁ ନିଜ ସମକକ୍ଷ ବୋଲି ଭାବୁନଥିଲେ । ଏହା ମଧ୍ୟ କୁହାଯାଇଥିଲା କି, କରୀନାଙ୍କ ଭଉଣୀଙ୍କୁ ଶାହିଦଙ୍କ ସହ ତାଙ୍କ ସମ୍ପର୍କକୁ ଆରମ୍ଭରୁ ହିଁ ପସନ୍ଦ ନଥିଲା । ଯେତେବେଳେ ମାଁ ବବିତା ଏହି ସମ୍ପର୍କ ଉପରେ ମୋହର ଲଗାଇଦେଇଥିଲେ, ତାଙ୍କ ବ୍ୟବହାର ମଧ୍ୟ ଶାହିଦଙ୍କ ପ୍ରତି ବଦଳିଯାଇଥିଲା ।

ତେବେ ଉଭୟଙ୍କ ସମ୍ପର୍କ କେଉଁ କାରଣ ହେତୁ ଖରାପ ହୋଇଛି ଏହାର ଅସଲ କାରଣ ଆଜି ମଧ୍ୟ ଲୋକ ମାନଙ୍କ ସାମ୍ନାକୁ ଆସି ନାହିଁ। ହଁ, ଏହା ନିଶ୍ଚୟ କୁହାଯାଏ କି ବ୍ରେକଅପ୍ ପାଇଁ ଶେଷ କଲ୍ ଶାହିଦଙ୍କ ପକ୍ଷରୁ କରାଯାଇଥିଲା । ଯେତେବେଳେ କି କରୀନା ଅନେକ ଥର ପ୍ୟାଚଅପ୍ କରିବାକୁ ଚେଷ୍ଟା କରିଥିଲେ ।

୨୦୦୪ ମସିହାରେ ଆରମ୍ଭ ହୋଇଥିଲା ଶାହିଦ-କରୀନାଙ୍କ ପ୍ରେମ କାହାଣୀ ବି-ଟାଉନ୍ ବ୍ୟତୀତ ଅନ୍ୟ ମିଡିଆ ମାନଙ୍କର ଶୀର୍ଷରେ ରହିଆସିଥିଲା । ଏହିପରି ଦୁହେଁ ଏକାଠି ଦେଖିବାକୁ ମିଳିଥିଲେ । କେବଳ ଏତିକି ନୁହେଁ ଉଭୟେ ମଧ୍ୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିଥିଲେ କିନ୍ତୁ ଦୁହିଁଙ୍କ ସମ୍ପର୍କ ସେତେବେଳେ ଖରାପ ହୋଇଥିଲା ଯେତେବେଳେ ଦୁହେଁ “ଜବ୍ ୱି ମେଟ୍” ଚଳଚ୍ଚିତ୍ରରେ କାମ କରୁଥିଲେ ।

୨୦୦୬ ମସିହାରେ ଯେତେବେଳେ ‘ଜବ୍ ୱି ମେଟ୍” ଫିଲ୍ମର ସୁଟିଂ ଆରମ୍ଭ କରାଯାଇଥିଲା, ସେତେବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା କିନ୍ତୁ ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ବେଳକୁ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଥିଲା । ଚଳଚ୍ଚିତ୍ର ସହିତ ଜଡିତ ଲୋକମାନେ କହିଥିଲେ କି, ସେଟରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ କମିବାକୁ ଲାଗିଲା । ଅନ୍ତିମ ଦୃଶ୍ୟର ସୁଟିଂ କରିବାକୁ ଦୁହେଁ ଯେତେବେଳେ ସେଟକୁ ଆସିଥିଲେ, ସେମାନେ ଭିନ୍ନ ଭିନ୍ନ ଗାଡି ମାନଙ୍କରେ ଆସିଥିଲେ ।

ଦୁହେଁ “୩୬ ଚାଇନା ଟାଉନ” (୨୦୦୬), “ଚୁପ୍ ଚୁପକେ” (୨୦୦୬), “ଜବ୍ ୱି ମେଟ୍” (୨୦୦୭)ରେ ମିଶି କରିଥିଲେ । ଦୁହିଁଙ୍କ ବ୍ରେକଅପ୍ ପରେ ୨୦୧୦ ମସିହାରେ ଚଳଚ୍ଚିତ୍ର “ମିଲେଙ୍ଗେ ମିଲେଙ୍ଗେ”ରେ ଆସିଥିଲେ ।

ଖବରକୁ ମାନାଯାଏ ତେବେ ଶାହିଦ-କରୀନାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ଅଭିନେତ୍ରୀ ଅମୃତା ରାଓଙ୍କୁ ମାନାଯାଉଛି । କୁହାଯାଉଛି କି, ଚଳଚ୍ଚିତ୍ର “ବିବାହ” (୨୦୦୬) ଚଳଚ୍ଚିତ୍ରର ସୁଟିଂ ସମୟରେ ଶାହିଦଙ୍କ ଘନିଷ୍ଠତା ଅମୃତାଙ୍କ ସହ ବଢିବାରେ ଲାଗିଥିଲା ଏବଂ କରୀନାଙ୍କ ସନ୍ଦେହ ହୋଇଯାଇଥିଲା । ତଥାପି, ଏହି କଥାର ନିଶ୍ଚିତତା ଆଜି ପର୍ଯ୍ୟନ୍ତ ହୋଇନାହିଁ ।

କରୀନା-ଶାହିଦଙ୍କ ସମ୍ପର୍କ ଭାଙ୍ଗିବାର ଖବରରେ ଶେଷରେ ମୋହର ସେତେବେଳେ ଲାଗିଥିଲା ଯେତେବେଳେ ୨୦୦୭ ମସିହାରେ ଲୈକ୍ମେ ଫୈଶନ ସପ୍ତାହରେ କରୀନା, ସୈଫ ଅଲୀ ଖାନଙ୍କ ସହିତ ନଜର ଆସିଥିଲେ । ଦମ୍ପତି ୨୦୧୨ ମସିହାରେ ବିବାହ କରିଥିଲେ ଦୁହିଁଙ୍କ ଗୋଟିଏ ପୁଅ ଅଛି ତୈମୁର ଅଲୀ ଖାନ୍ ।

କରୀନା-ସୈଫଙ୍କ ବିବାହର ୩ ବର୍ଷ ପରେ ଶାହିଦ ଦିଲ୍ଲୀ ବେସ୍ଡ ମୀରା ରାଜପୂତଙ୍କୁ ବିବାହ କରିଥିଲେ । ଦମ୍ପତିଙ୍କ ଦୁଇଟି ଛୁଆ ଝିଅ ମୀଶା ଏବଂ ପୁଅ ଜୈନ୍ ଅଟେ ।