କ’ଣ ଆପଣ ଜାଣନ୍ତି କହିକି କୁଲ୍ଫି ବରଫରେ ମିଶା ଯାଇଥାଏ ଲୁଣ ! ଜାଣିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ…

କ’ଣ ଆପଣ ଜାଣନ୍ତି କହିକି କୁଲ୍ଫି ବରଫରେ ମିଶା ଯାଇଥାଏ ଲୁଣ ! ଜାଣିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ…

ଗ୍ରୀଷ୍ମ ଋତୁର ଆଗମନ ହୋଇ ସାରିଛି । ବିଶେଷ କରି ବର୍ତ୍ତମାନ ଦ୍ୱିପ୍ରହରରେ ବହୁତ ଗରମ ଲାଗୁଛି । ଯେପରି ଗ୍ରୀଷ୍ମ ଋତୁ ଆସୁଛି ଆମକୁ ଥଣ୍ଡା ଦ୍ରବ୍ୟ ସବୁ ଖାଇବାକୁ ପ୍ରବଳ ଇଚ୍ଛା ହେଉଛି । ଗ୍ରୀଷ୍ମ ଋତୁରେ ସମସ୍ତଙ୍କୁ କୁଲ୍ଫି ବା ବରଫ ଖାଇବାକୁ ଭଲ ଲାଗେ । ବଜାରକୁ ଯିବା ପାଇଁ ଅଳସୁଆ ଲାଗିଲେ ଆମ ସାହି ମାନଙ୍କୁ କୁଲ୍ଫି ବିକ୍ରେତା ଆସନ୍ତି । ଯେପରି ସାହିରେ କୁଲ୍ଫିର ଘଣ୍ଟି ଶବ୍ଦ ଶୁଭାଯାଏ ଆମେ ତୁରନ୍ତ ବୁଝି ଯାଉ ଯେ କୁଲ୍ଫି ବିକ୍ରେତା ଆସି ଯାଇଛି ।

କୁଲ୍ଫି ବିକ୍ରି କରୁଥିବା ଲୋକ ନିକଟରେ ଏକ ଠେଲା ଥାଏ । ଏଥିରେ ବରଫ ଭିତରେ ସେ କୁଲ୍ଫି ରଖିଥାଏ । ଆଶ୍ଚର୍ଯ୍ୟକର କଥା ଏହିକିଯେ ଏତେ ଭୀଷଣ ଗରମରେ ବୁଲି ବୁଲି ମଧ୍ୟ କୁଲ୍ଫି ତରଳେ ନାହିଁ । ଏପରି ଏଥିପାଇଁ ହୋଇଥାଏ କାରଣ ସେ କୁଲ୍ଫିକୁ ବରଫ ବାକ୍ସରେ ରଖିଥାଏ । ବର୍ତ୍ତମାନ ଦେଖିବାକୁ ଗଲେ ଏହି ବରଫ ମଧ୍ୟ ତରଳି ଯିବା ଉଚିତ୍ କାରଣ ସେ ବରଫରେ ଲୁଣ ମିଶାଇ ଦେଇଥାନ୍ତି ।

ବର୍ତ୍ତମାନ ଆପଣମାନେ ଚିନ୍ତା କରୁଥିବେ ଯେ ବରଫ ଓ ଲୁଣର ପରସ୍ପର ମଧ୍ୟରେ କଣ ଲଜିକ୍ ରହିଛି ? ତେବେ ଚାଲନ୍ତୁ ଏହା ପଛର ବୈଜ୍ଞାନିକ କାରଣ ବିସ୍ତାର ପୂର୍ବକ ଜାଣିବା । ବରଫ ଓ ଲୁଣର ଧାରଣା ବିଷୟରେ ବୁଝିବା ପୂର୍ବରୁ ଆପଣଙ୍କୁ ହିମାଙ୍କ, ଗଳନାଙ୍କ ଓ ହିମାଙ୍କରେ ଅବନମନ ବିଷୟରେ ବୁଝିବାକୁ ପଡିବ । ଆପଣଙ୍କ ମଧ୍ୟରୁ ଅନେକଗୁଡ଼ିଏ ଲୋକ ବିଦ୍ୟାଳୟର ବିଜ୍ଞାନ ବିଷୟରେ ଏହା ସମ୍ବନ୍ଧରେ ଅଧ୍ୟୟନ କରିଥିବେ । ଯଦି ଭୁଲି ଯାଇଛନ୍ତି ତେବେ ଆପଣଙ୍କୁ ସ୍ମରଣ ପକାଇ ଦେଉଛୁ ।

ହିମାଙ୍କ ସେହି ତାପମାତ୍ରା ଅଟେ ଯାହା ଉପରେ କୌଣସି ଦ୍ରବ୍ୟ ପଦାର୍ଥ ପରିବର୍ତ୍ତିତ ହୋଇଥାଏ । ଉଦାହରଣ ପାଇଁ ପାଣିର ହିମାଙ୍କ ୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଅଟେ । ଏହି ତାପମାତ୍ରାରେ ପାଣି ବରଫ ପାଲଟି ଯାଏ । ସେପଟେ କ୍ୱାଥନାଙ୍କ ସେହି ତାପମାତ୍ରା ଅଟେ ଯେଉଁଥିରେ କୌଣସି ଦ୍ରବ୍ୟ ଫୁଟେ । ଯେପରି ପାଣିର କ୍ୱାଥନାଙ୍କ ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଅଟେ । ଏହି ତାପମାତ୍ରାରେ ତାହା ଫୁଟିବାକୁ ଲାଗେ ।

ହିମାଙ୍କରେ ଅବନମନର ଅର୍ଥ ଯେତେବେଳେ କୌଣସି ପଦାର୍ଥରେ କୌଣସି ଅବାଷ୍ପଶୀଳ ପଦାର୍ଥ (ଯାହା ବାଷ୍ପ ହୋଇ ଉଡେ ନାହିଁ, ମିଶାଗଲେ ସେହି ପଦାର୍ଥର ବାଷ୍ପର ଚାପ କମ୍ ହୋଇଯାଏ । ଏଥିସହିତ ହିମାଙ୍କ ମଧ୍ୟ କମ୍ ହୋଇଥାଏ । ସେପଟେ କ୍ୱାଥନାଙ୍କ ବୃଦ୍ଧି ହୋଇଯାଏ ।

ବର୍ତ୍ତମାନ ଏହାକୁ ସରଳ ଭାଷାରେ ବୁଝାଇଲେ ବରଫରେ ଲୁଣ ମିଶାଇବା ଫଳରେ ତାହାର କ୍ୱାଥନାଙ୍କ ବୃଦ୍ଧି ହୁଏ, ଯାହା ଫଳରେ ସେ ଖୁବଶୀଘ୍ର ତରଳିବାକୁ ଲାଗେ । ଏଥିପାଇଁ ଯେତେବେଳେ କୁଲ୍ଫି ବରଫରେ ଲୁଣ ମିଶାଯାଏ ସେତେବେଳେ ଦୁଇଗୁଣ ଲାଭ ମିଳେ । ଏପରି କଲେ ବରଫ କିମ୍ବା କୁଲ୍ଫି ତରଳେ ନାହିଁ ।

ଏବେ ଏହି ବିଜ୍ଞାନ କୁଲ୍ଫି ବିକ୍ରେତାକୁ ଜଣାନଥାଏ ଯେ ସେ ପ୍ରତିଦିନ ବରଫର କେତେ କ୍ୱାଥନାଙ୍କ ବୃଦ୍ଧି କରିଥାଏ ।

Leave a Reply

Your email address will not be published. Required fields are marked *