ଛୋଟ ପରଦାରେ ମିଠା ମିଠା କଥା କହୁଥିବା “ତୁଳସୀ”ରୁ ଆରମ୍ଭ କରି ସଂସଦର ନିର୍ଭୟ ବକ୍ତା ସ୍ମୃତି ! ଆସନ୍ତୁ ଜାଣିବା ତାଙ୍କ ଜୀବନ ଯାତ୍ରା…

ଛୋଟ ପରଦାରେ ମିଠା ମିଠା କଥା କହୁଥିବା “ତୁଳସୀ”ରୁ ଆରମ୍ଭ କରି ସଂସଦର ନିର୍ଭୟ ବକ୍ତା ସ୍ମୃତି ! ଆସନ୍ତୁ ଜାଣିବା ତାଙ୍କ ଜୀବନ ଯାତ୍ରା…

ଦେଶରେ ଏପରି ଖୁବ୍ କମ୍ ମହିଳା ନେତା ଅଟନ୍ତି ଯିଏ ନିଜ ଆକ୍ରମକ ଭାଷଣ ଶୈଳୀ ଦ୍ୱାରା ସାରା ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ଯଦି ଏପରି କୌଣସି ମହିଳା ନେତାଙ୍କ ବିଷୟରେ ଆଲୋଚନା କରିବା ତେବେ ସର୍ବପ୍ରଥମେ ସୁଷମା ସ୍ୱରାଜଙ୍କ ନାମ ଆସେ । ତାଙ୍କ ଭାଷଣ ଶୈଳୀ ଖୁବ୍ ଭଲ ଅଟେ । ସମସ୍ତେ ତାଙ୍କୁ ଖୁବ୍ ଧ୍ୟାନ ଦେଇ ଶୁଣନ୍ତି । ବିପକ୍ଷ ମାନେ ମଧ୍ୟ ତାଙ୍କ ଦିୱାନା ଅଟନ୍ତି । ତାଙ୍କ ପରେ ଯଦି କୌଣସି ମହିଳା ନେତ୍ରୀଙ୍କ ନାମ ଆସେ ତେବେ ସେ ଅଟନ୍ତି ସ୍ମୃତି ଇରାନୀ ।

ସ୍ମୃତି ଇରାନୀଙ୍କ ଭାଷଣ ଶୈଳୀ ବହୁତ ଆକ୍ରମକ ଅଟେ । ସେ ଯେକୌଣସି ନେତାକୁ ଲକ୍ଷ୍ୟ କଲେ ତାକୁ ଆଉ ଛାଡ଼ନ୍ତି ନାହିଁ । ସ୍ମୃତି ସେମିତିରେ ତ ନିଜ ଭାଷଣ ପାଇଁ ଜଣାଶୁଣା । ବିଜେପି ତାଙ୍କୁ କଂଗ୍ରେସର ପରମ୍ପରାଗତ ଆସନ ଓ ଗାନ୍ଧୀ ପରିବାରର ପୁତ୍ର ରାହୁଲ୍ ଗାନ୍ଧୀଙ୍କ ସମ୍ମୁଖରେ ଅମେଠିରୁ ପ୍ରୋଜେକ୍ଟ କରିଥିଲେ । ସେବେଠାରୁ ସ୍ମୃତି ରାହୁଲ୍ ଗାନ୍ଧୀଙ୍କ ଉପରେ ଲକ୍ଷ୍ୟ ସାଧୁଛନ୍ତି । ୨୦୧୪ରେ ସ୍ମୃତିଙ୍କୁ ରାହୁଲଙ୍କ ଠାରୁ ହାରର ସମ୍ମୁଖୀନ ହେବାକୁ ପଡିଥିଲା ।

ତାରିଖ ବଦଳିବା ସଙ୍ଗେ ସଙ୍ଗେ ସମୟ ମଧ୍ୟ ବଦଳିଗଲା । ୨୦୧୯ରେ ଯେତେବେଳେ ଲୋକସଭା ନିର୍ବାଚନ ହେଲା ସେତେବେଳେ ସ୍ମୃତି ଇରାନୀ କଂଗ୍ରେସକୁ ଚକିତ କରି ଅମେଠି ଆସନରୁ ରାହୁଲ୍ ଗାନ୍ଧୀଙ୍କୁ ହରେଇ ଦେଲେ । ଏହାପରେ ପାର୍ଟିରେ ତାଙ୍କ ସ୍ଥାନ ଆହୁରି ବଦଳିଗଲା । ସ୍ମୃତିଙ୍କ ଭାଷଣ ଶୈଳୀକୁ ଦେଖି ଲାଗେ ଯେ ସେ ରାଜନୀତିକୁ ଖୁବ୍ ପାଖରୁ ଦେଖିଛନ୍ତି କିମ୍ବା ତାଙ୍କ ଜୀବନ ତାଙ୍କ ଆଖପାଖରେ ବିତିଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ ଏପରି ଆଦୌ ନୁହେଁ । ସ୍ମୃତି ନିଜ କ୍ୟାରିୟରର ଶୁଭାରମ୍ଭ ଏକ ମଡେଲ୍ ଭାବେ କରିଥିଲେ । ସ୍ମୃତି ଇରାନୀ ୧୯୯୮ରେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ । ମଡ଼ଲିଂରୁ ଅଭିନୟ ଓ ପରେ ରାଜନୀତି ସବୁ ସ୍ଥାନରେ ସେ ନିଜକୁ ଭଲ ଭାବରେ ଦର୍ଶାଇଛନ୍ତି ।

ସ୍ମୃତି ଇରାନୀ ୨୧ ବର୍ଷର ଥିଲେ ସେତେବେଳେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସ୍ମୃତି ରାଜନୀତିକୁ ନେଇ ନିଜ ରୁଚି ଜାହିର କଲେ । ରାଜନୀତିରେ ନିଜ ପାଠପଢା ଦିନରୁ ସେ ରୁଚି ରଖୁଥିଲେ । ଏହାର ଖୁଲାସା ନିଜେ ସ୍ମୃତି ବ୍ୟୁଟି ପେଜେଣ୍ଟରେ କରିଥିଲେ । ପରେ ସ୍ମୃତି ଅଭିନୟ ଜଗତରେ ପାଦ ରଖି ଏକତା କପୂରଙ୍କ ଶୋ ‘କ୍ୟୁକି ଶାଶ୍ ଭି କଭୀ ବୋହୂ ଥି’ରେ ତୁଳସୀ ଚରିତ୍ରରେ ଅଭିନୟ କରୁଥିବା ସମୟରେ ସେ ଘରେ ଘରେ ନିଜ ପରିଚୟ ସୃଷ୍ଟି କଲେ ।

ଏଥିସହିତ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି କିଛି ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ କାମ କରିଛନ୍ତି । ଏହି ଫୋଟରେ ଆପଣ ଦେଖିପାରିବେ ସ୍ମୃତି ସେବେଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବଦଳି ଯାଇଛନ୍ତି । ନିଜର ଏହି ପରିବର୍ତ୍ତନ ବିଷୟରେ ସ୍ମୃତି ନିଜେ ଇଣ୍ଟରଭିୟୁ ସମୟରେ ଓ ସୋସିଆଲ୍ ମିଡ଼ିଆରେ ଏହା ବିଷୟରେ କହିଛନ୍ତି । କିଛି ସମୟ ଆଗରୁ ସ୍ମୃତି ନିଜ ପୁରୁଣା ଓ ବର୍ତ୍ତମାନର ଫୋଟ ସେୟାର୍ କରି ଲେଖିଥିଲେ ଯେ ‘କ’ଣରୁ କ’ଣ ହୋଇଗଲା ଦେଖୁ ଦେଖୁ ।’

ଆପଣଙ୍କୁ ସୁଚାଇଦେଉଛୁ ଯେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ୍ ମିଡ଼ିଆ ପ୍ଲେଟଫାର୍ମରେ ମଧ୍ୟ ଖୁବ୍ ସକ୍ରିୟ ରୁହନ୍ତି । ସେ ନିଜ ଫଟୋଗୁଡିକ ଅପଲୋଡ୍ କରନ୍ତି । ରାଜନୀତି ସହିତ ସେ ନିଜ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଭଲ ଭାବରେ ଚଳାଉଛନ୍ତି । ଆଜି ଯେତେବେଳେ ସେ ସଂସଦରେ କହିବା ପାଇଁ ଛିଡ଼ା ହୁଅନ୍ତି ସେତେବେଳେ ଭଲ ଭଲ ନେତା ତାଙ୍କ ଠାରୁ ଭୟ କରନ୍ତି ।

Leave a Reply

Your email address will not be published. Required fields are marked *