ରାତିରେ ଖାଲି ପେଟରେ ଶୋଇବା ଫଳରେ ଏହି ୫ଟି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

ରାତିରେ ଖାଲି ପେଟରେ ଶୋଇବା ଫଳରେ ଏହି ୫ଟି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

ଆପଣ ମାନେ ଶୁଣିଥିବେ ରାତିରେ କମ ଭୋଜନ କରିବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । କିନ୍ତୁ କିଛି ଲୋକ ନିଜର ଜ୍ଞାନ ଖଟାଇ ରାତ୍ରି ଖାଦ୍ୟ ଖାଇବା ଛାଡି, ଶୋଇ ଯାଆନ୍ତି । ଏହିପରି, କେହି ନିଜର ଓଜନ କମେଇବା ପାଇଁ କରୁଥିବା ବେଳେ କେହି କେହି ନିଜ କାର୍ଯ୍ୟର ଥକ୍କାପଣ ଯୋଗୁଁ ଖାଲି ପେଟରେ ଶୋଇ ଯାଇଥାନ୍ତି । ଯଦି ଆପଣ ମଧ୍ୟ ଏହିପରି କିଛି କରିଥାନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ରାତିରେ ଖାଲି ପେଟରେ ଶୋଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ଫଳରେ ଆପଣଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଏହି ବିଷୟକୁ ବିସ୍ତାରରେ ଜାଣିବା ପାଇଁ ଆସନ୍ତୁ ଆମର ଏହି ଲେଖାଟି ପଢନ୍ତୁ ।

ଅଳ୍ପ ପରିମାଣର ଭୋଜନ କରିବା :

Google

ଯଦି ଆପଣ ରାତିରେ ନ ଖାଇ ଶୋଇ ଯାଆନ୍ତି, ତେବେ ଏହାଫଳରେ ଆପଣଙ୍କ ଶରୀରରେ ପୋଷାକ ତତ୍ୱର ଅଭାବ ହେବାରେ ଲାଗିଥାଏ ।ଏହାଫଳରେ ଆପଣଙ୍କୁ ମାଇକ୍ରୋନ୍ୟୁଟ୍ରିସନଲ ଡିଫିସିୟନ୍ସି ହେବାର ସମ୍ଭାବନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଆମର ଶରୀରକୁ ପ୍ରତିଦିନ ମ୍ୟାଗ୍ନେସିୟମ, ଭିଟାମିନ ବି-୧୩ ଏବଂ ଭିଟାମିନ ଡ଼ି-୩ ଭଳି ପୋଷାକ ତତ୍ୱର ଆବଶ୍ୟକତା ହୋଇଥାଏ । ଏହି ପରିପ୍ରେକ୍ଷୀରେ ଯଦି ଆପଣ ରାତିରେ ଖାଲି ପେଟରେ ଶୋଇ ଯାଆନ୍ତି; ତେବେ ଆପଣ କୁପୋଷଣର ଶିକାର ହୋଇଯିବେ ଏବଂ ଏହା ଆପଣଙ୍କ ଶରୀର ପ୍ରତି ହାନିକାରକ ଅଟେ ।

ରୋଗକୁ ନିମନ୍ତ୍ରଣ :

Google

ଖାଲି ପେଟରେ ଶୋଇବା ଫଳରେ ଶରୀରୀରେ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ କରିଥାଏ । ରାତିରେ ଭୋଜନ ନ କରିବା ଫଳରେ ଏହାର ନକରାତ୍ମକ ପ୍ରଭାବ ଶରୀରର ମେଟାବୋଲିଜିୟମ ଉପରେ ପଡିଥାଏ । ଫଳ ସ୍ୱରୂପ ଆପଣଙ୍କ ଶରୀରର ଇଂସୁଲିନ, କୋଲୋଷ୍ଟ୍ରଲ ଏବଂ ଥାଇରାଏଡ଼ ଲେବଲ ଗଡ଼ବଡ଼ ହୋଇଥାଏ । ଭୋଜନ ସଠିକ ସମୟରେ ନ କରିବା ଫଳରେ ଆପଣଙ୍କ ହର୍ମୋନ ପ୍ରଭାବିତ ହୋଇଥାଏ ଏବଂ ରୋଗ ସୃଷ୍ଟି ହୋଇଥାଏ ।

ନିଦ୍ରାହୀନତା :

Google

ଖାଲି ପେଟରେ ଶୋଇବା ଫଳରେ ଆପଣଙ୍କୁ ଗଭୀର ନିଦ ହୋଇନଥାଏ । ଆପଣ ଠିକ ରୂପରେ ଶୋଇ ପାରିବେ ନାହିଁ । ଏହା ଦ୍ୱାରା ଆପଣଙ୍କ ମସ୍ତିସ୍କ ସକ୍ରିୟ ରହିଥାଏ, ଯାହା ରାତିରେ ଆପଣଙ୍କୁ ବାରମ୍ବାର ଉଠାଇ ଦେଇଥାଏ । ନିଦ ଠିକ ନ ହେବା ଫଳରେ ଆପଣଙ୍କ ଦିନ ବେକାର ହୋଇ ଯାଇଥାଏ । ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ ।

ମୋଟାପଣ :

Google

ଅନେକ ଲୋକ ମୋଟାପଣ କମ୍ କରିବା ପାଇଁ ରାତିରେ ଖାଲି ପେଟରେ ଶୋଇଯାନ୍ତି କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଲି ପେଟରେ ଶୋଇବା ଫଳରେ ଓଜନ ବଢି ଯାଇଥାଏ । ଖାଲି ପେଟ କାରଣରୁ ଶରୀରରେ ଚର୍ବି ଜମା ହୋଇଥାଏ । ଏହା ଶରୀରର ଉର୍ଜାକୁ ଏକତ୍ରିତ କରିଥାଏ । ଯାହାଫଳରେ ଓଜନ ବଢି ଯାଇଥାଏ । ଏହି କାରଣରୁ ରାତିରେ ଅଳ୍ପ କିଛି ଖାଇ ନିଅନ୍ତୁ ।

ଚିଡିଚିଡାପଣ :

Google

ଭୋକିଲା ପେଟରେ ରହିବା ଫଳରେ ମନୁଷ୍ୟ ଚିଡିଚିଡା ହୋଇ ଯାଇଥାଏ । ରାତିରେ ଭୋକିଲା ଶୋଇବା ଫଳରେ ସକାଳେ ଜଳଖିଆ ନ କରିବା ଫଳରେ ସମ୍ପୂର୍ଣ୍ଣ ଦିନ ବେକାର ହୋଇଯାଇଥାଏ ।

ଏହା କରନ୍ତୁ :

ରାତିର ଭୋଜନ ସମ୍ପୂର୍ଣ୍ଣ ତ୍ୟାଗ କରିବା, ଏକ ସଠିକ ଉପାୟ ନୁହେଁ । ଏଥିପାଇଁ ଆପଣ ଶୋଇବା ପୂର୍ବରୁ କିଛି ହାଲ୍କାଫୁଲକ୍କା ଖାଇ ନିଅନ୍ତୁ ।ଚେଷ୍ଟା କରନ୍ତୁ, ଭୋଜନର ତିନି ଘଣ୍ଟା ପରେ ଶୋଇବା ପାଇଁ ଯାଆନ୍ତୁ । ଖାଇବା ପରେ କିଛି ସମୟ ପାଇଁ ଚଳାବୁଲା କରନ୍ତୁ, ଯାହାଫଳରେ ଆପଣଙ୍କ ଖାଦ୍ୟ ଠିକ ରୂପରେ ହଜମ ହୋଇଯିବ । ଯଦି ଆପଣ ଉପବାସ କରୁଛନ୍ତି; ତେବେ ପ୍ରତିଦିନ କରନ୍ତୁ ନାହିଁ । ଯଦି ଉପବାସ କରନ୍ତି ତେବେ ରାତ୍ର ସମୟରେ ଭୋଜନ ନିଶ୍ଚିନ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *