ଭଉଣୀ ଦେଲେ ଭାଇଙ୍କର ପଞ୍ଚମ ପିଲାକୁ ଜନ୍ମ, ଭାଉଜ ମଧ୍ୟ ହେଲେ ଖୁସି ! ଗର୍ଭବତୀ ନଣନ୍ଦ ସହ କରାଇଥିଲେ ଫୋଟଶୁଟ୍…

ଭଉଣୀ ଦେଲେ ଭାଇଙ୍କର ପଞ୍ଚମ ପିଲାକୁ ଜନ୍ମ, ଭାଉଜ ମଧ୍ୟ ହେଲେ ଖୁସି ! ଗର୍ଭବତୀ ନଣନ୍ଦ ସହ କରାଇଥିଲେ ଫୋଟଶୁଟ୍…

ଭାଇ ଭଉଣୀର ସମ୍ପର୍କକୁ ଆମେ ସବୁବେଳେ ପବିତ୍ରତା ଦୃଷ୍ଟିରେ ଦେଖିଆସିଛୁ । କୁହାଯାଏ କି ଭାଇ ଭଉଣୀଙ୍କ ମଧ୍ୟରେ ଏତେ ଭଲପାଇବା ରହିଥାଏ କି ସେମାନେ ପରସ୍ପର ପାଇଁ କିଛି ମଧ୍ୟ କରିପାରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭଉଣୀ ସହ ଭେଟ କରିବାକୁ ଯାଉଛୁ, ଯିଏକି ନିଜ ଭାଇଙ୍କ ଖୁସି ପାଇଁ ତାଙ୍କର ପଞ୍ଚମ ପିଲାକୁ ଜନ୍ମ ଦେବା ପାଇଁ ରାଜି ହୋଇଗଲେ । ଏହି ଆଶ୍ଚର୍ଯ୍ୟଜନକ ମାମଲା ‘ଆମେରିକାର ୱାଶିଂଟନ୍’ର ଅଟେ । ଏଠାରେ ଜଣେ ଭଉଣୀ ନିଜ ଭାଇଙ୍କର ପଞ୍ଚମ ପିଲାକୁ ଜନ୍ମ ଦେଇଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ଯେ, ଏହି ଭଉଣୀ ଜଣକ ପୂର୍ବରୁ ବିବାହିତ ଅଛନ୍ତି ଏବଂ ତାଙ୍କର ତିନୋଟି ପିଲା ଅଛନ୍ତି । ଏଥିସହିତ ଭାଇ ମଧ୍ୟ ବିବାହିତ ଥିବା ସହ ତାଙ୍କର ଚାରୋଟି ପିଲା ଅଛନ୍ତି । ତେବେ ଭାଇ ପଞ୍ଚମ ପିଲା ପାଇଁ ଆଶା ମଧ୍ୟ ରଖିଥିଲେ । ତାଙ୍କର କହିବା ଅନୁଯାୟୀ, ପଞ୍ଚମ ପିଲାର ଆଗମନ ଦ୍ୱାରା ତାଙ୍କ ପରିବାର ପୂରଣ ହେବ । କିନ୍ତୁ ତାଙ୍କ ପତ୍ନୀ ମା’ ହୋଇ ପାରୁନଥିଲେ । ଦମ୍ପତିଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ସେମାନେ ବିଫଳ ହୋଇଥିଲେ । ଏହାପରେ ତାଙ୍କ ଭଉଣୀ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ ଏବଂ ତାଙ୍କ ଭାଇଙ୍କର ପଞ୍ଚମ ପିଲାକୁ ଜନ୍ମ ଦେବା ପାଇଁ ଯୋଜନା କରିଥିଲେ ।

ବାସ୍ତବରେ ଏହି ଭଉଣୀ ଜଣେ ସରୋଗେଟ୍ ମାତା ହୋଇଥିଲେ । ଅର୍ଥାତ ଏହି ପ୍ରକ୍ରିୟାରେ ଅଣ୍ଡାଣୁ ଏବଂ ଶୁକ୍ରାଣୁ ତାଙ୍କ ଭାଇ ଏବଂ ଭାଉଜଙ୍କର ଥିଲା କିନ୍ତୁ ସେ ନିଜ ଗର୍ଭରେ ଏହି ପିଲାକୁ ଧାରଣ କରିଥିଲେ । ସାଧାରଣତଃ ସରୋଗେସୀ ପାଇଁ କୌଣସି ଅଜଣା ମହିଳାଙ୍କୁ ଚୟନ କରାଯାଇଥାଏ । କିନ୍ତୁ ଏହି ମାମଲାରେ ଜଣେ ଭଉଣୀ ଭାଇ ପାଇଁ ସରୋଗେଟ୍ ମାତା ହୋଇଗଲେ ।

ଭଉଣୀଙ୍କର ନାମ ହିଲଦେ ପିରେଙ୍ଗର୍ ଅଟେ ଏବଂ ତାଙ୍କର ୨୭ ବର୍ଷ ଅଟେ । ଏଥିସହିତ ତାଙ୍କ ଭାଇ ଇବାନ୍ ଶେଲି ୩୫ ବର୍ଷର ହୋଇଥିବାବେଳେ ତାଙ୍କ ପତ୍ନୀ କେଲସେୟ ୩୩ ବର୍ଷର ଅଟନ୍ତି । ମହିଳା ଜଣଙ୍କର ଭାଉଜଙ୍କୁ କୌଣସି ଡାକ୍ତରୀ ଅସୁବିଧା ଯୋଗୁଁ ପଞ୍ଚମଥର ପାଇଁ ମା’ ହେବାରେ ଅସୁବିଧା ହେଉଥିଲା । ଏହି କାରଣରୁ ନଣନ୍ଦ ନିଜ ଭାଉଜଙ୍କର ସାହାଯ୍ୟ ପାଇଁ ଆଗକୁ ଆଗେଇ ଆସିଥିଲେ । କିନ୍ତୁ ମହିଳାଙ୍କର ଗର୍ଭାବସ୍ଥା ସମୟରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଥିଲା, ସେସବୁ ତାଙ୍କ ଭାଇ ବହନ କରିଥିଲେ ।

କୁହାଯାଉଛି କି ଗତବର୍ଷ ଠାରୁ ଏହି ଦମ୍ପତି ପଞ୍ଚମ ପିଲା ପାଇଁ ଚେଷ୍ଟା କରୁଥିଲେ । ସେମାନଙ୍କୁ ପ୍ରାକୃତିକ ଉପାୟରେ ସାହାଯ୍ୟ ନ ମିଳିବାରୁ ସେ ମେଡ଼ିକାଲ୍ ବିଜ୍ଞାନକୁ ଆପଣେଇ ଥିଲେ । ବ୍ୟକ୍ତି ଜଣଙ୍କ ଭଉଣୀ ପିଲାକୁ ଜନ୍ମ ଦେବା ପରେ ଘରେ ଖୁସିର ମାହୋଲ ଖେଳି ଯାଇଥିଲା । ସମସ୍ତଙ୍କ ମୁହଁରେ ହସ ଫୁଟି ଯାଇଥିଲା ।

Leave a Reply

Your email address will not be published. Required fields are marked *