ସିଙ୍ଘମ୍ ରିଟର୍ଣ୍ଣନ୍ସ ଫେମ୍ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ଦୁବାଇର ଏକ ମନ୍ଦିରରେ କଲେ ବିବାହ ! ଭାଇରଲ୍ ହେଉଛି ବାହାଘରର ସୁନ୍ଦର ଫୋଟଗୁଡିକ…

ସିଙ୍ଘମ୍ ରିଟର୍ଣ୍ଣନ୍ସ ଫେମ୍ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ଦୁବାଇର ଏକ ମନ୍ଦିରରେ କଲେ ବିବାହ ! ଭାଇରଲ୍ ହେଉଛି ବାହାଘରର ସୁନ୍ଦର ଫୋଟଗୁଡିକ…

ଏହି ବାହାଘର ଅବସରରେ ବଲିଉଡ଼ ଓ ଟିଭି ଜଗତର ଅନେକଗୁଡ଼ିଏ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଜୀବନର ଏକ ଶୁଭାରମ୍ଭ କରିଛନ୍ତି ଏବଂ ବର୍ତ୍ତମାନ ଏହି ସୂଚୀରେ ଆଉ ଏକ ଅଭିନେତ୍ରୀଙ୍କ ନାମ ସାମିଲ୍ ହୋଇଯାଇଛି ଏବଂ ଏହି ଅଭିନେତ୍ରୀ ଅଟନ୍ତି ସୋନାଲି କୁଲକର୍ଣ୍ଣି ଯିଏ ଏହି କରୋନା ମହାମାରୀ ସମୟରେ ଗତ ୧୮ ମେ’କୁ ଦୁବାଇର ଏକ ମନ୍ଦିରରେ ନିଜ ଭାବି ସ୍ୱାମୀ କୁନାଲ୍ ବେନୋଡ଼କରଙ୍କ ସହିତ ବହୁତ ସରଳ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଏବଂ ବର୍ତ୍ତମାନ ଏହି ଯୋଡ଼ିଙ୍କ ବିବାହର କିଛି ଫୋଟ ସାମ୍ନାକୁ ଆସୁଅଛି ଏବଂ ଏହା ଖୁବ୍ ଭାଇରଲ୍ ହେଉଛି ।

ଜଣାଇଦେଉଛୁ ଯେ ବଲିଉଡ଼ ଓ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ୧୮ ମେ’କୁ ନିଜର ୩୩ ତମ ଜନ୍ମଦିନ ପାଳନ କଲେ ଏବଂ ନିଜ ଜନ୍ମଦିନର ବିଶେଷ ଅବସରରେ ବିବାହ କରି ଏହି ଦିନକୁ ଆହୁରି ଅଧିକ ବିଶେଷ କରିଦେଲେ ଏବଂ ବର୍ତ୍ତମାନ ସୋନାଲି ନିଜ ବିବାହକୁ ନେଇ ଖବରରେ ଛାଇ ରହିଛନ୍ତି । ଜଣାଇଦେଉଛୁ ଯେ ସୋନାଲି ବଲିଉଡ଼ ଚଳଚ୍ଚିତ୍ର ସିଙ୍ଘମ୍ ରିଟର୍ଣ୍ଣରେ ନଜର ଆସିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ସେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ ।

ଜଣାଇଦେଉଛୁ ଯେ ସୋନାଲି ଓ କୁନାଲ୍ ବେନୋଡେକର୍ ଚଳିତ ବର୍ଷ ଜୁଲାଇ ମାସରେ ଏକ ଗ୍ରେଣ୍ଡ ୱେଡିଙ୍ଗ କରିବା ବିଷୟରେ ଭାବୁଥିଲେ କିନ୍ତୁ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଦେଖି ଏହି ଦମ୍ପତ୍ତି ବିବାହକୁ ବହୁତ ସରଳ ଭାବେ କରିବାକୁ ନିଷ୍ପତ୍ତି ନେଲେ ଏବଂ ବିବାହ କରିବା ପରେ ପରସ୍ପରକୁ ନିଜ ଜୀବନ ସାଥି ବାଛିନେଲେ । ଜଣାଇଦେଉଛୁ ଯେ ସୋନାଲି ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ନିଜ ବିବାହର କିଛି ସୁନ୍ଦର ଫୋଟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବିବାହ ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ଏବଂ ଫ୍ୟାନ୍ସମାନେ ସୋନାଲି ଓ କୁନାଲ୍ ବେନୋଡ଼କରଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି ।

ଜଣାଇଦେଉଛୁ ଯେ ସୋନାଲି ଓ କୁନାଲ୍ ବେନୋଡେକର୍ ଦୁବାଇ ମନ୍ଦିରରେ ଖୁବ୍ ସରଳ ଭାବେ ବିବାଵ କରିଛନ୍ତି ଏବଂ ଏହି ବିବାହରେ ତାଙ୍କ ପରିବାର ଲୋକ ଓ କିଛି ନିକଟ ସମ୍ପର୍କୀୟ ସାମିଲ୍ ହୋଇଛନ୍ତି ।

ସେପଟେ ନିଜ ବିବାହର କିଛି ଫୋଟ ସେୟାର୍ କରି ସୋନାଲି ନିଜ ବାହାଘର ବିଷୟରେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ଓ ଏହି ଫୋଟ ଗୁଡ଼ିକରେ ସୋନାଲି ନୀଳ ରଙ୍ଗର ଶାଢୀରେ ଖୁବ୍ ସୁନ୍ଦରୀ ଦେଖାଯାଉଛନ୍ତି ଏବଂ ତାଙ୍କ ସ୍ୱାମୀ କୁନାଲ୍ ବେନୋଡେକର୍ ମଧ୍ୟ ନୀଳ ରଙ୍ଗର କୁର୍ତ୍ତାରେ ଖୁବ୍ ସ୍ମାର୍ଟ ନଜର ଆସୁଛନ୍ତି । ଏହି ଦମ୍ପତ୍ତି ପରସ୍ପର ସହ ବହୁତ ଖୁସିରେ ନଜର ଆସନ୍ତି ।

ଜଣାଇଦେଉଛୁ ଯେ ସୋନାଲି ଓ କୁନାଲ୍ ବେନୋଡ଼କର୍ ଏହି ନିଷ୍ପତ୍ତି କରିଛନ୍ତି ଯେ ସେ ଯେଉଁ ଟଙ୍କା ନିଜ ଗ୍ରେଣ୍ଡ ୱେଡିଙ୍ଗରେ ଖର୍ଚ୍ଚ କରିଥାନ୍ତେ ସେହି ଟଙ୍କା ବର୍ତ୍ତମାନ ସେ କରୋନା ମହାମାରୀ ସହ ଲଢ଼ୁଥିବା ଲୋକଙ୍କ ସାହାଯ୍ୟରେ ଲଗାଇବେ ଓ ଏହି ଦମ୍ପତ୍ତିଙ୍କ ଅନୁସାରେ ସାରା ବିଶ୍ୱରେ ଯେଉଁ ଭଳି ପରିସ୍ଥିତି ଦେଖାଯାଉଛି । ଏହାକୁ ଦେଖିବା ପରେ ଆମେ କିଭଳି ଖୁସି ହୋଇ ପାରିବୁ ଓ ସୋନାଲି ଆହୁରି କହିଛନ୍ତି ଯେ ବର୍ତ୍ତମାନ ନୁହେଁ କିନ୍ତୁ ଯଦି କିଛି ସମୟ ପରେ ପରିସ୍ଥିତି ସାମାନ୍ୟ ହୋଇଯିବ ତେବେ ସେମାନେ ପୁଣିଥରେ ଡ୍ରିମ୍ ୱେଡିଙ୍ଗ ନିଶ୍ଚିତ ଭାବେ କରିବେ । ସୋନାଲିଙ୍କ ଏହି ନିଷ୍ପତ୍ତିରୁ ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସିରେ ଅଛନ୍ତି ଏବଂ ଏହି ଦମ୍ପତ୍ତିଙ୍କ ବିବାହର ବହୁତ ଅଭିନନ୍ଦନ ଓ ଶୁଭକାମନା ଜଣାଉଛନ୍ତି ।

Leave a Reply

Your email address will not be published. Required fields are marked *