୧୮ବର୍ଷରେ ବିବାହ, ପୁଣି ତିନି ସନ୍ତାନ ପରେ ଛାଡ଼ପତ୍ର ଏବଂ ଏହାପରେ ସଫଳତା ଆସିଲା ଗାୟିକା କନିକା କପୂରଙ୍କ ଜୀବନରେ …

୧୮ବର୍ଷରେ ବିବାହ, ପୁଣି ତିନି ସନ୍ତାନ ପରେ ଛାଡ଼ପତ୍ର ଏବଂ ଏହାପରେ ସଫଳତା ଆସିଲା ଗାୟିକା କନିକା କପୂରଙ୍କ ଜୀବନରେ …

ସଂଘର୍ଷ ଏବଂ ସଫଳତା ମଣିଷ ଜୀବନର ଦୁଇଟି ବଡ଼ ସତ ଅଟେ । ଏହି ଦୁଇଟି ଶବ୍ଦ କୌଣସି ବି ମନୁଷ୍ୟର ଜୀବନରେ ଅନେକଥର ଆସିଥାଏ । ଆମ ମଧ୍ୟରୁ ଅନେକ ଲୋକଙ୍କୁ ଏପରି ଲାଗିଥାଏ ଯେ ଏପରି ଦୁଃଖ ଏବଂ ସଂଘର୍ଷ କେବଳ ମୋ ସହିତ କାହିଁକି ? ଅନ୍ୟ ପାଖରେ ସଫଳତା ଏବଂ ମୋ ପାଖରେ ଖାଲି ସଂଘର୍ଷ । ଆମେ ନିଜ ଠାରୁ ଉଚ୍ଚ ସ୍ତରରେ ଥିବା ବ୍ୟକ୍ତିକୁ ଦେଖି ପ୍ରାୟ ଏହା ଭାବିଥାଉ ଯେ ଭଗବାନ୍ ମଧ୍ୟ ତା ଉପରେ ଅଧିକ ପ୍ରସନ୍ନ । ଆମେ କେବଳ ତାଙ୍କର ସଫଳତାକୁ ଦେଖିଥାଉ ।

ଆମେଆପଣଙ୍କୁ ସଫଳତା ଏବଂ ତା ପଛର ସଂଘର୍ଷର ଏକ କାହାଣୀ କହିବାକୁ ଯାଉଛୁ । ଆମେ କଥା ହେଉଛି ପଞ୍ଜାବୀ ଗାୟିକା କନିକା କପୂରଙ୍କ ବିଷୟରେ । ଯିଏକି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କନିକା କପୂର ପ୍ରଥମେ ‘ବେବି ଡୋଲ୍’ ଏବଂ ‘ଲଭଳି’ ଭଳି ଗୀତ ଜରିଆରେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ କୋରୋନା ଭୂତାଣୁର ଶିକାର ହେବାକୁ ପଡ଼ିଥିଲା । ସେ ପ୍ରଥମ ସେଲିବ୍ରିଟି ଥିଲେ ଯାହାଙ୍କୁ କୋରନା ହୋଇଥିଲା ।

କନିକା କପୂର ରାଜୀବ କପୂର ଏବଂ ପୁନମ୍ କପୂରଙ୍କ ଝିଅ ଅଟନ୍ତି ତେବେ ତାଙ୍କର ମ୍ୟୁଜିକ୍ ପ୍ରତି ଖୁବ୍ ରୁଚି ରହିଥିଲା । ସେ ମ୍ୟୁଜିକରେ ଡିଗ୍ରୀ ଭଟଖଣ୍ଡେ ମ୍ୟୁଜିକ ଇନଷ୍ଟିଚ୍ୟୁଟ, ଲକ୍ଷ୍ନୌରୁ ପ୍ରାପ୍ତ କରିଥିଲେ । କନିକା କପୂର ଜଣେ ଛାଡ଼ପତ୍ର ପ୍ରାପ୍ତ ମହିଳା ଅଟନ୍ତି ଏବଂ ତାଙ୍କର ତିନି ପିଲା ମଧ୍ୟ ଅଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କନିକା କପୂରଙ୍କ ବିବାହ ମାତ୍ର ୧୮ ବର୍ଷ ବୟସରୁ ହୋଇ ଯାଇଥିଲା । ସେ ଏନଆରଆଇ ରାଜ ଚନ୍ଦକଙ୍କୁ ୧୯୯୭ ମସିହାରେ ବିବାହ କରଥିଲେ ।

ସୂଚନା ଅନୁଯାୟୀ କନିକା ୨୦୧୨ରେ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ସେ ୧୫ ବର୍ଷପରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ । ସେ ନିଜ ସ୍ୱାମୀଙ୍କ ସହିତ ଖୁବ୍ ପାର୍ଟି ଏବଂ ମସ୍ତିତ କରୁଥିଲେ କିନ୍ତୁ ତାଙ୍କ ଜୀବନରେ ଭଲପାଇବା ଏବଂ ସମ୍ମାନ ନଥିଲା । କନିକା ତିନି ପିଲାଙ୍କର ମା’ ଅଟନ୍ତି ଏବଂ ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ । ତାଙ୍କ ଝିଅ ମାନଙ୍କର ନାମ ହେଉଛି ଅୟାନା, ସମାରା ଏବଂ ପୁଅଙ୍କ ନାମ ଯୁବରାଜ୍ ।

ଏକ ଇଣ୍ଟରଭିଉରେ କନିକା ନିଜର ବିବାହ ଏବଂ ସମ୍ପର୍କ ସମ୍ବନ୍ଧରେ ସ୍ପଷ୍ଟ ଭାବରେ କଥା କହିଥିଲେ । ଏହି ଇଣ୍ଟରଭିଉ ଜରିଆରେ ତାଙ୍କୁ ପଚରା ଯାଇଥିଲା ଯେ ଯଦି ସେ ବିବାହ କରି ନଥାନ୍ତେ ତେବେ ଏହି ଇଣ୍ଡୋଷ୍ଟ୍ରିରେ ଅଧିକ ନାମ ହୋଇଥାନ୍ତା ? ଏଥିରେ ସେ ଉତ୍ତର ଦେଇଥିଲେ ଯେ, ‘ମୁଁ ଜାଣିନାହିଁ, ମୁଁ ଯେତେବେଳେ ୧୬ ବର୍ଷର ହୋଇଥିଲି ସେତେବେଳେ ମୁମ୍ବାଇ ଆସିଥିଲି ଏବଂ ଚେଷ୍ଟା କରିଥିଲି । ମୁଁ କମ ପାଇଁ ଏଣେତେଣେ ବହୁତ ବୁଲିଲୀ କିନ୍ତୁ ଯେଉଁଟା ହେବାର ଥିବ ସେଇଟା ନିଶ୍ଚିତ ହୋଇଥାନ୍ତା । ମୋ ଜୀବନରେ ଆଜି ପର୍ଯ୍ୟନ୍ତ ଯାହା କିଛିବି ହୋଇଆସିଛି ସେଥିରେ ମୋର କିଛି ଅଭିଯୋଗ ନାହିଁ କି ପଶ୍ଚାତାପ ନାହିଁ । ମୋ ଜୀବନରେ ବର୍ତ୍ତମାନ ଯାହା କିଛିବି ଅଛି ସେଥିରେ ମୁଁ ଖୁବ୍ ଖୁସିରେ ଅଛି ଏବଂ ବର୍ତ୍ତମାନର ଯାତ୍ରାରେ ମଧ୍ୟ ବହୁତ ଖୁସି ଅଛି ।

କନିକା ଆହୁରି ମଧ୍ୟ କହିଛନ୍ତି ଯେ ‘ବେବୀ ଡୋଲ୍’ ଗୀତ ମୋ ପାଇଁ ଖୁବ୍ ଲକୀ ଥିଲା । ସେହି ଗୀତ ବାସ୍ତବରେ ଖୁବ୍ ଭଲ ଅଟେ । ସେହି ଗୀତର ଲେଖକ ଓ କଳାକାର ଏବଂ ମ୍ୟୁଜିକ କମ୍ପୋଜର ସବୁକିଛି ବହୁତ ଭଲ ଅଟେ । ମୁଁ ଲଣ୍ଡନରେ ଥିଲି ଏବଂ ଏକତା କପୂରଙ୍କ ଅଫିସରୁ କୋଲ୍ ଆସିଲା । ସେ ମୋତେ ଏହି ଗୀତକୁ ଗାଇବା ପାଇଁ କହିଲେ । ମୁଁ ଲଣ୍ଡନରୁ ଆସି ସେହି ଗୀତକୁ ଗାଇଥିଲି । ପରେ ଯେତେବେଳେ ଏହା ରିଲିଜ୍ ହେଲା ତାହା ଧମାକା କରିଥିଲା ।’

Leave a Reply

Your email address will not be published. Required fields are marked *