‘ସଚିନ୍’ଙ୍କ ଝିଅ ସହିତ ସମ୍ପର୍କକୁ ନେଇ ‘ଶୁଭମନ୍ ଗିଲ୍’ କଲେ ଏକ ବଡ଼ ଖୁଲାସା ! ବିନା ସଙ୍କୋଚରେ କହିଲେ ମନର କଥା…

‘ସଚିନ୍’ଙ୍କ ଝିଅ ସହିତ ସମ୍ପର୍କକୁ ନେଇ ‘ଶୁଭମନ୍ ଗିଲ୍’ କଲେ ଏକ ବଡ଼ ଖୁଲାସା ! ବିନା ସଙ୍କୋଚରେ କହିଲେ ମନର କଥା…

ଆମ ଦେଶରେ ହିନ୍ଦୀ ସିନେମା ଓ କ୍ରିକେଟ୍ ଉଭୟକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରନ୍ତି । ଉଭୟକୁ ଦେଖିବା ଓ ପସନ୍ଦ କରିବା କୋଟି କୋଟି ସଂଖ୍ୟାରେ ଲୋକ ଅଛନ୍ତି । ସମୟ ସହିତ କ୍ରିକେଟକୁ ମଧ୍ୟ ଲୋକମାନେ ଖୁବ୍ ଭଲପାଇବା ଦେଇଛନ୍ତି । ଆମ ଦେଶରେ କ୍ରିକେଟକୁ ଧର୍ମ ଭାବେ ଦେଖାଯାଏ । ଅଧିକାଂଶ ସମୟରେ ଭାରତୀୟ କ୍ରିକେଟର୍ ମାନେ କୌଣସି ନା କୌଣସି କାରଣରୁ ଖବରରେ ଛାଇ ରୁହନ୍ତି । ଆଜିକାର ସୋସିଆଲ୍ ମିଡ଼ିଆ ସମୟରେ କ୍ରିକେଟର୍ ନିଜ ଖେଳ ସହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସିଯାନ୍ତି । ଏପରି ଏକ ଯୁବକ କ୍ରିକେଟର୍ ଅଟନ୍ତି ଶୁଭମନ୍ ଗିଲ୍ ।

ଶୁଭମନ୍ ଗିଲ୍ ନିଜ ଖେଳରୁ ଭାରତୀୟ କ୍ରିକେଟ୍ ଦଳରେ ମଧ୍ୟ ସ୍ଥାନ ଅଧିକୃତ କରି ନେଇଛନ୍ତି । ଜଣାଇଦେଉଛୁ ଯେ ସେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଅର୍ଥାତ ‘IPL’ରେ କୋଲକାତା ନାଇଟ୍ ରାଇଡ଼ର୍ସ ପାଇଁ ଖେଳନ୍ତି । ସେ ଏହି ଦଳର ବହୁତ ଭଲ ବ୍ୟାଟ୍ସ ମ୍ୟାନ୍ ଅଟନ୍ତି । IPLରେ ନିଜ ଖେଳ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ୍ ଦଳରେ ମଧ୍ୟ ସ୍ଥାନ ମିଳିଛି । ଶୁଭମନ୍ ନିଜ ଖେଳ ସହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ରୁହନ୍ତି । ତାଙ୍କ ନାମ ଅଧିକାଂଶ ସମୟରେ କ୍ରିକେଟର୍ ଭଗବାନ୍, ମାଷ୍ଟର୍ ବ୍ଲାଷ୍ଟର୍, ଭାରତର ପୂର୍ବ ମହାନ୍ ବ୍ୟାଟ୍ସ ମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଜଡ଼ିତ ଅଛି ।

ଅଧିକାଂଶ ସମୟରେ ସୋସିଆଲ୍ ମିଡ଼ିଆରେ ଏପରି ଚର୍ଚ୍ଚା ହୁଏ ଯେ ଶୁଭମନ୍ ଗିଲ୍ ଓ ସାରା ତେନ୍ଦୁଲକର୍ ପରସ୍ପରକୁ ଡେଟ୍ କରନ୍ତୁ । ପ୍ରତିଦିନ ଏପରି କିଛି ନା କିଛି ସାମ୍ନାକୁ ଆସେ । ଯେଉଁଠାରେ ଦୁହେଁ ସମ୍ପର୍କରେ ଥିବାର ଚର୍ଚ୍ଚା ହେବାକୁ ଲାଗୁଛି । ବର୍ତ୍ତମାନ ଗିଲ୍ ନିଜେ ଏହି ମାମଲାକୁ ନେଇ କହିଛନ୍ତି ।

ବାସ୍ତବ ନିକଟରେ ଶୁଭମନ୍ ଗିଲ୍ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜ ଫ୍ୟାନ୍ସମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ନିକଟରେ ଗିଲ୍ ଫ୍ୟାନ୍ସମାନଙ୍କ ସହ ପ୍ରଶ୍ନ ଉତ୍ତର ସମୟରେ ଏହା ବିଷୟରେ ଏକ ବଡ଼ ଖୁଲାସା କରିଥିଲେ, ଜଣାଇଦେଉଛୁ ଯେ ତାଙ୍କୁ ଜଣେ ଫ୍ୟାନ୍ ପ୍ରଶ୍ନ କରିଥିଲେ ଯେ କଣ ଆପଣ ସିଙ୍ଗଲ୍ ଅଟନ୍ତି ? ଗିଲ୍ ନିଜ ଫ୍ୟାନ୍ସଙ୍କ କିଛି ପ୍ରଶ୍ନର ଉତ୍ତର ଏପରି ଭାବରେ ଦେଇଛନ୍ତି ।

ଗିଲ୍ ନିଜ ଉତ୍ତରରେ କହିଛନ୍ତି ଯେ, “ଓଃ ! ମୁଁ ସିଙ୍ଗଲ୍ ଅଟେ । ଆଗାମୀ ଦିନରେ ମଧ୍ୟ ମୋର ଏପରି କୌଣସି ଯୋଜନା ନାହିଁ ।” ଶୁଭମନଙ୍କ ଏହି ଉତ୍ତରରୁ ସ୍ପଷ୍ଟ ଜାହିର୍ ହୁଏ ଯେ, ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହିତ ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ । ଗିଲ୍ ଏହା ଉତ୍ତର ସହିତ ନିଜ ଓ ସାରାଙ୍କ ସଂପର୍କରେ ସମସ୍ତ ପ୍ରକାର କଥା ଓ ଗୁଜବ ବିଷୟରେ ବିରାମ ଲଗାଇ ଦେଇଛନ୍ତି ।

କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଶୁଭମନ୍ ଗିଲ୍ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ହେବାକୁ ଥିବା ୱାଲର୍ଡ଼ ଟେଷ୍ଟ ଚମ୍ପିୟାନସିପ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ନିକଟରେ ସେ ନିଜ ଅଧିକାରୀଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ଭିଡ଼ିଓ ସେୟାର୍ କରିଥିଲେ, ଯେଉଁଥିରେ ସେ ୱାର୍କ ଆଉଟ୍ କରୁଥିବାର ନଜର ଆସୁଥିଲେ । ୨୯ ମେ’କୁ ଜାରି ହୋଇଥିବା ଏହି ଭିଡ଼ିଓକୁ ଫ୍ୟାନ୍ସମାନଙ୍କ ସହ ଅନେକଗୁଡ଼ିଏ କ୍ରିକେଟର୍ ମାନେ ମଧ୍ୟ ପସନ୍ଦ କରିଥିଲେ ।

‘୧୮ ଜୁନ୍’କୁ ଡବ୍ଲ୍ୟୁଟିସି ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଲଢ଼ିବ ଭାରତୀୟ ଦଳ…

ୱାଲର୍ଡ଼ ଟେଷ୍ଟ ଚମ୍ପିୟାନସିପ୍ ୨୦୨୧ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛି । ଉଭୟ ଦଳ ଡବ୍ଲ୍ୟୁ ଟିସି ଫାଇନାଲକୁ ନିଜ ନାମରେ କରିବା ପାଇଁ ଲର୍ଡ଼ସ୍ ପଡ଼ିଆରେ ‘୧୮ ଜୁନ୍’ରୁ ପରସ୍ପର ସମ୍ମୁଖରେ ଲଢିବେ । ଭାରତୀୟ ଦଳ ଏଥିପାଇଁ ‘୨ ଜୁନ୍’କୁ ଭାରତ ଚାଲିଯିବେ ।

Leave a Reply

Your email address will not be published. Required fields are marked *