‘ଶ୍ରଦ୍ଧା କପୁର୍’ଙ୍କ ଘର ଅଟେ ଖୁବ୍ ସୁନ୍ଦର ! କୌଣସି ରାଜମହଲ୍ ଠାରୁ କମ୍ ନୁହେଁ ଶ୍ରଦ୍ଧାଙ୍କ ଘର…

‘ଶ୍ରଦ୍ଧା କପୁର୍’ଙ୍କ ଘର ଅଟେ ଖୁବ୍ ସୁନ୍ଦର ! କୌଣସି ରାଜମହଲ୍ ଠାରୁ କମ୍ ନୁହେଁ ଶ୍ରଦ୍ଧାଙ୍କ ଘର…

ଅଭିନେତ୍ରୀ ଶ୍ରଦ୍ଧା କପୁର୍ ନିଜ ପିତା ଶକ୍ତି କପୁର୍, ମାତା ଶିବାଙ୍ଗୀ ଏବଂ ଭାଇ ସିଦ୍ଧାନ୍ତ କପୁରଙ୍କ ସହିତ ନିଜ ମୁମ୍ବାଇ ସ୍ଥିତ ଘରେ ରୁହନ୍ତି । ସେ ପ୍ରାୟତଃ ସୋସିଆଲ୍ ମିଡିଆରେ ନିଜ ଘର ଭିତରର ଫୋଟ ଏବଂ ଭିଡିଓ ସେୟାର୍ କରିଥାନ୍ତି । ଏହି ମଉକାରେ ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କ ଘର ଦେଖିବାର ସୁଯୋଗ ମିଳିଯାଏ । ଆଜି ଆମେ ଆପଣଙ୍କୁ ଶ୍ରଦ୍ଧା କପୁରଙ୍କର ଏହି ରାଜମହଲ୍ ବିଷୟରେ କିଛି ତଥ୍ୟ ଦେବାକୁ ଯାଉଛୁ ଏବଂ ଆଶା କରୁଛୁ ଏହା ଅପଣଙ୍କୁ ପସନ୍ଦ ଆସିବ ।

ଶ୍ରଦ୍ଧାଙ୍କ ‘ବେଡ୍ ରୁମ୍’ର ଗୋଟିଏ କାନ୍ଥକୁ ଅନେକ ଗୁଡିଏ ‘ଫୋଟ ଫ୍ରେମ୍’ରେ ସଜାଯାଇଛି ଏବଂ ତାଙ୍କ ଶୋଇବା ଘରର ଗୋଟିଏ କୋଣରେ ଏକ ଡେସ୍କ ମଧ୍ୟ ରଖାଯାଇଛି । ଘରର ଅନ୍ୟ ଏକ କୋଣରେ ଏକ ବ୍ରାଉନ୍ ସୋଫା ସେଟ୍ ରଖାଯାଇଛି ଏବଂ ଏହି କୋଣଟିକୁ ବିଭିନ୍ନ ସୁନ୍ଦର ସୁନ୍ଦର କଳାକୃତି ଦ୍ୱାରା ସଜାଯାଇଛି, ଯାହା ଖୁବ୍ ସୁନ୍ଦର ଦେଖାଯାଉଛି ।

ଶ୍ରଦ୍ଧାଙ୍କ ଘରେ ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଅଭିନେତ୍ରୀଙ୍କ ଘରେ ଥିବା ଏକ ବିଶାଳକାୟ ଝରକା ଯାହା ଦ୍ୱାରା ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ଦେଖିହେଉଛି । ଏହି ଦୃଶ୍ୟଟି ଅତ୍ୟନ୍ତ ସୁନ୍ଦର ଅଟେ । ଏହା ସହିତ ଶ୍ରଦ୍ଧାଙ୍କ ବାଲକୋନିରେ ପକ୍ଷୀମାନଙ୍କୁ ଆକର୍ଷିତ କରିବା ପାଇଁ ଖାଦ୍ୟ ଏବଂ ବିଭିନ୍ନ ଗଛ ଲଗାଯାଇଛି । ଗତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନ୍ ବେଳେ ଶ୍ରଦ୍ଧା ତାଙ୍କ ବାଲକୋନିର ଫୋଟ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।

ଗତବର୍ଷ ମାର୍ଚ୍ଚ ମାସ ବେଳେ ଶ୍ରଦ୍ଧା ତାଙ୍କ “କୋଜି କର୍ଣ୍ଣର୍”ର ଫୋଟ ନିଜ ଫ୍ୟାନମାନଙ୍କ ସହ ସେୟାର୍ କରିଥିଲେ । ଏହା ତାଙ୍କ ‘ବେଡ୍ ରୁମ୍’ର ଏକ ଛୋଟ କୋଣ ଯେଉଁଠି ସଫ୍ଟ ଟଏଜ୍ ଏବଂ କିଛି ସୁନ୍ଦର ସୁନ୍ଦର ତକିଆ ଏକ ସୋଫା ଉପରେ ରଖାଯାଇଛି । ଏହି ଲୁକଟିକୁ ସଂପୂର୍ଣ୍ଣ କରିବାକୁ କୋଣରେ ବେଇଜ୍ ରଙ୍ଗର ପରଦା ଲଗାଯାଇଛି ଏବଂ କାନ୍ଥରେ ଫିକା ରଙ୍ଗର ବ୍ୟବହାର କରାଯାଇଛି । ଶ୍ରଦ୍ଧାଙ୍କ ବାଥରୁମ୍ ମଧ୍ୟ ଡିଜାଇନ୍ କାନ୍ଥ ଏବଂ ମୋଜାଇକ୍ ଫ୍ଲୋରରେ ସଜାଯାଇଛି, ଯାହାର ଫୋଟ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାନମାନଙ୍କ ସହ ସେୟାର୍ କରିସାରିଛନ୍ତି ।

ଶେଷଥର ଶ୍ରଦ୍ଧାଙ୍କୁ ଟାଇଗର୍ ଶ୍ରଫଙ୍କ ସହ ଫିଲ୍ମ ‘ବାଗି-୩’ରେ ଦେଖିବାକୁ ମିଳିଥିଲା ​​। ଗତ ବର୍ଷ ଆସିଥିବା ଏହା ଶେଷ ଚଳଚ୍ଚିତ୍ର ଥିଲା ଯାହା ସିନେମା ହଲରେ ହିଟ୍ ହୋଇଥିଲା ଏହାପରେ ମହାମାରୀ ହେତୁ ଫିଲ୍ମ ହଲଗୁଡିକ ପ୍ରାୟ ନଅ ମାସ ଯାଏଁ ବନ୍ଦ ରହିଥିଲା । ସୂଚନାଯୋଗ୍ୟ ଯେ ଶ୍ରଦ୍ଧାଙ୍କ ହାତରେ ଆଗକୁ ଆହୁରି ଅନେକ ପ୍ରୋଜେକ୍ଟ ଅଛି ଏବଂ ଏହି ବର୍ଷ ଆରମ୍ଭରେ ସେ ଲଣ୍ଡନରେ ଫିଲ୍ମ ‘ଚାଲବାଜ୍’ ବିଷୟରେ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରଟି ପଙ୍କଜ୍ ପରାଶରଙ୍କ ନିର୍ଦ୍ଦେଶିତ କ୍ଲାସିକ୍ ‘ଚାଲବାଜ୍’ର ରିବୁଟ୍ ହେବ । ସୂଚନାଯୋଗ୍ୟ ଯେ ମୂଳ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ପଙ୍କଜ୍ ଦେଇଥିଲେ ଯେଉଁଥିରେ ମୁଖ୍ୟ ଭୂମିକାରେ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ, ରଜନୀକାନ୍ତ ଏବଂ ସନ୍ନି ଦେଓଲ୍ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *