ଶିବସେନା ସାଂସଦ, ସାଂସଦ ନବନୀତ କୌର୍ ରାଣାଙ୍କୁ ଦେଲେ ଏସିଡ୍ ଆକ୍ରମଣର ଧମକ୍ ! ରହିସାରିଛନ୍ତି ଶୀର୍ଷ ମଡେଲ୍…

ଶିବସେନା ସାଂସଦ, ସାଂସଦ ନବନୀତ କୌର୍ ରାଣାଙ୍କୁ ଦେଲେ ଏସିଡ୍ ଆକ୍ରମଣର ଧମକ୍ ! ରହିସାରିଛନ୍ତି ଶୀର୍ଷ ମଡେଲ୍…

ମହାରାଷ୍ଟ୍ରର ଅମ୍ରବତୀରୁ ନିର୍ଦଳୀୟ ସାଂସଦ ନବନୀତ କୌର୍ ରାଣାଙ୍କର ସୌନ୍ଦର୍ଯ୍ୟର ଦିୱାନା କେହି ମଧ୍ୟ ହୋଇପାରନ୍ତି । ସେ ଭାରତରେ ଚୟନ ହୋଇଥିବା ସୁନ୍ଦର ସାଂସଦ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ରାଜନୀତିର ଯେତିକି ଚର୍ଚ୍ଚା ହୋଇନଥାଏ ତାଙ୍କ ସୌନ୍ଦର୍ଯ୍ୟର ସେତିକି ଚର୍ଚ୍ଚା ହୋଇଥାଏ । ତାଙ୍କ ସୌନ୍ଦର୍ଯ୍ୟ ଆଗରେ ବଲିଉଡ ମଧ୍ୟ ବିଫଳ ଅଟେ । ନବନୀତ କୌର୍ ରାଣା ରାଜନୀତିରେ ପାଦ ରଖିବା ପୂର୍ବରୁ ଜଣେ ମଡେଲ୍ ଥିଲେ ।

ନବନୀତ କୌର୍ ରାଣା ମଡେଲିଂ ଦୁନିଆଁରୁ ଚଳଚ୍ଚିତ୍ରକୁ ଆସିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ରାଜନୀତିକୁ ଟାଣି ଆଣିଲା । ନବନୀତ କୌର୍ ରାଣା ବିବାହ ପର ଠାରୁ ମଡେଲିଂରୁ ଦୂରେଇ ଯାଇଛନ୍ତି । ତେବେ ସେ ଅନେକ ତେଲୁଗୁ ଚଳଚ୍ଚିତ୍ରରେ ଦେଖା ଯାଇଛନ୍ତି । ନବନୀତ କୌର୍ ରାଣା ଏପର୍ଯ୍ୟନ୍ତ ୬ଟି ମ୍ୟୁଜିକ୍ ଆଲବମରେ କାମ କରିଛନ୍ତି । ତାଙ୍କ ଜନ୍ମ ୩ ଜାନୁଆରୀ ୧୯୮୬ ମସିହାରେ ହୋଇଥିଲା । ସେ କେବଳ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଏହାପରେ ସେ ମଡ଼େଲିଂ ଦୁନିଆଁରେ ପାଦ ରଖିଥିଲେ ।

୨୦୧୧ ମସିହା ଫେବୃଆରୀ ୨ ତାରିଖରେ ନବନୀତଙ୍କର ବିବାହ ମହାରାଷ୍ଟ୍ରର ବିଧାୟକ ରବି ରାଣାଙ୍କ ସହ ଅମ୍ରବତୀରେ ହୋଇଥିଲା । ବିବାହ ପରେ ସେ ରାଜନୀତିକୁ ଆସିଥିଲେ ଏବଂ ନିଜ ସୌନ୍ଦର୍ଯ୍ୟ ପାଇଁ ସେ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲେ । ପୁଣିଥରେ ନବନୀତ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏଥର ଚର୍ଚ୍ଚା ଆସିବାର କାରଣ ତାଙ୍କ ସୌନ୍ଦର୍ଯ୍ୟ ନୁହେଁ ବରଂ ତାଙ୍କର ଏକ ରାଜନୀତିକ ପ୍ରସଙ୍ଗ ଅଟେ । ଏହି ସାଂସଦ କିଛିଦିନ ପୂର୍ବରୁ ଲୋକସଭା ମହାରାଷ୍ଟ୍ରରେ ଜାରି ୧୦୦ କୋଟି ଟଙ୍କାର ଆଦାୟର ମାମଲା ଉଠାଇଥିଲେ । ଏହାସହ ସେ ମହାବିକାଶ ଅଘାଡି ସରକାରଙ୍କୁ ଘେରିଥିଲେ ।

ଏତେ ସବୁ ହେବାପରେ ମଧ୍ୟ ସେ ଶିବସେନାର ସାଂସଦ ଅରବିନ୍ଦ ସାୱନ୍ତଙ୍କ ଉପରେ ତାଙ୍କ ଠାରୁ ଏସିଡ୍ ଆକ୍ରମଣ ଧମକ୍ ଦେଇଥିବା ଅଭିଯୋଗ କରିଛନ୍ତି । ନବନୀତ ଏହି କଥା ଲୋକସଭାର ବକ୍ତା ଓମ୍ ବିଡ଼ଲାଙ୍କୁ ଚିଠି ଲେଖି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଏହା କେବଳ ମୋର ନୁହେଁ ବରଂ ସାରା ଦେଶର ମହିଳା ମାନଙ୍କର ଅପମାନ କରାଯାଇଛି । ମୁଁ ଚାହୁଁଛି ଯେ ପୋଲିସ୍ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

କେବଳ ଏତିକି ନୁହେଁ, ନବନୀତ କୌର୍ ରାଣା ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଏହାସହ ସେ ଉଦ୍ଧବ ସରକାରଙ୍କ ଉପରେ ଲକ୍ଷ୍ୟ କରି କହିଛନ୍ତି କି ଲୋକ ତାଙ୍କ ସଫଳତା ଯୋଗୁଁ କ୍ରୋଧିତ ହେବାକୁ ଲାଗିଛନ୍ତି । ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଏବଂ ସଦନରେ ତାଙ୍କ ସହ ହୋଇଥିବା ଘଟଣା ସହ ପରିଚିତ କରାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନବନୀତ କୌର୍ ରାଣା ସଂସଦରେ ମହାରାଷ୍ଟ୍ରର ନିଲମ୍ବିତ ପୋଲିସ୍ ଅଧିକାରୀ ସଚିନ୍ ବାଜେଙ୍କ ପ୍ରସଙ୍ଗ ଉପରେ ମଧ୍ୟ ଯୁକ୍ତି କରିଥିଲେ । ସଚିନ୍ ବାଜେ ସେହି ଅଧିକାରୀ ଅଟନ୍ତି, ଯିଏକି ମୁକେଶ ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋଟକ ଦ୍ୱାରା ପରିପୂର୍ଣ୍ଣ କାର୍ କୁ ଛାଡି ଦେଇଥିଲେ । ତେବେ ସେ ଏହି ମାମଲାରେ ପୋଲିସ୍ ଦ୍ୱାରା ଗିରଫ୍ ହୋଇଛନ୍ତି । ତାଙ୍କ ବିରୁଦ୍ଧରେ ଏହା ସହ ଥାନେ ବ୍ୟବସାୟୀ ମନମୁଖ ହିରେନ୍ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ଯାଞ୍ଚ କରାଯାଉଛି ।

ଏସବୁ ବ୍ୟତୀତ ଏହି ସୁନ୍ଦରୀ ସାଂସଦ ରାଣା ଦାବି କରିଥିଲେ ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କୁ ଖସାଇ ଦେବା ଉଚିତ । ରାଣା ଏହ କଥା ଗୃହମନ୍ତ୍ରୀ ଅନୀଲ୍ ଦେଶମୁଖଙ୍କ ଉପରେ ପୂର୍ବତନ ପୋଲିସ୍ ଆୟୁକ୍ତଙ୍କ ଦ୍ଵାରା ଭ୍ରଷ୍ଟାଚାରର ଅଭିଯୋଗ ଲଗାଯିବା ପରେ କହିଥିଲେ ଯେ, ସେ ପୂର୍ବରୁ ମଧ୍ୟ ସଚ୍ଚୋଟତା ସହ ଲଢୁଥିଲେ ଏବଂ ଆଗକୁ ମଧ୍ୟ ସଚ୍ଚୋଟତା ସହ ସମସ୍ତଙ୍କର ସାମ୍ନା କରିବେ ।

Leave a Reply

Your email address will not be published. Required fields are marked *