ଶିଳ୍ପା ଶେଟ୍ଟୀଙ୍କ ସ୍ୱପ୍ନ ଥିଲା ସମୁଦ୍ର କୂଳରେ ଥାଉ ମୋର ଏକ ସୁନ୍ଦର ଘର ! ରାଜ୍ କୁନ୍ଦ୍ରା ୧୦୦ କୋଟି ଟଙ୍କାର ବଙ୍ଗଳା ଦେଲେ ଉପହାର…

ଶିଳ୍ପା ଶେଟ୍ଟୀଙ୍କ ସ୍ୱପ୍ନ ଥିଲା ସମୁଦ୍ର କୂଳରେ ଥାଉ ମୋର ଏକ ସୁନ୍ଦର ଘର ! ରାଜ୍ କୁନ୍ଦ୍ରା ୧୦୦ କୋଟି ଟଙ୍କାର ବଙ୍ଗଳା ଦେଲେ ଉପହାର…

ଶିଳ୍ପା ଶେଟ୍ଟୀ ଲଗଜରି ଲାଇଫ୍ ଷ୍ଟାଇଲ୍ ବା ଉତ୍ତମ ଜୀବନଶୈଳୀକୁ ଖୁବ୍ ପସନ୍ଦ କରନ୍ତି । କେବଳ ମୁମ୍ବାଇ ନୁହେଁ ବରଂ ଦୁବାଇ, ଲଣ୍ଡନ ଓ କାନାଡ଼ାରେ ମଧ୍ୟ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ବଙ୍ଗଳା ରହିଛି । ଯେଉଁଥିରେ ଅଧିକାଂଶ ଘର ରାଜ୍ ଶିଳ୍ପାଙ୍କୁ ଜନ୍ମଦିନରେ କିମ୍ବା ବିବାହ ବାର୍ଷିକୀ ଅବସରରେ ଉପହାରରରେ ଡ଼ି ଦେଇଛନ୍ତି ।

କିନ୍ତୁ ଆଜି ଆମେ ଶିଳ୍ପା ଶେଟ୍ଟୀଙ୍କ ସେହି ସ୍ଵପ୍ନ ବିଷୟରେ ଆଲୋଚନା କରିବା ଯାହାକୁ ପାଇବା ଶିଳ୍ପାଙ୍କ ସ୍ଵପ୍ନ ଥିଲା । ସେହି ଘର ଯାହା ବଲିଉଡ଼ର ସବୁଠାରୁ ମହଙ୍ଗା ସେଲିବ୍ରିଟି ହୋମସଙ୍କ ସୂଚୀରେ ସାମିଲ୍ ହୁଏ । ଆମେ ଆଲୋଚନା କରୁଛୁ ଶିଳ୍ପା-ରାଜଙ୍କ ମୁମ୍ବାଇ ସ୍ଥିତ ଘର ‘କିନାରା’ ବିଷୟରେ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ସବୁବେଳେ ଶିଳ୍ପା ଏପରି ଏକ ଘରେ ରହିବା ପାଇଁ ଚାହୁଁଥିଲେ, ଯାହା ସମୁଦ୍ର କୂଳ ନିକଟରେ ଥିବ, ଯେଉଁଥିରେ ଏକ ବଡ଼ ସ୍ୱିମିଙ୍ଗ ପୁଲ୍ ଥିବ, ବଗିଚା ଓ ବଡ଼ ବଡ଼ କୋଠାରୀ ଥିବ ।

ବାହାଘର ପରେ ଶିଳ୍ପା ଏହି ସ୍ଵପ୍ନକୁ ପୂରଣ କରି ରାଜ୍ କୁନ୍ଦ୍ରା ତାଙ୍କୁ ଏହି ବଙ୍ଗଳା ‘କିନାରା’ ଉପହାରରେ ଦେଇଥିଲେ । ରିପୋର୍ଟ ଅନୁଯାୟୀ ‘କିନାରା’ର ମୂଲ୍ୟ ୯୦ ରୁ ୧୦୦ କୋଟି ଟଙ୍କା ମଧ୍ୟରେ ଅଟେ । ତାଙ୍କ ଘର ମୁମ୍ବାଇର ସବୁଠାରୁ ମହଙ୍ଗା ଓ ପଶ ଜୁହୁରେ ଅଛି ।

‘ଶିଳ୍ପା-ରାଜ୍’ଙ୍କ ଘରକୁ ବଙ୍ଗଳା ନକହି ‘ମେନ୍ସନ୍ କିମ୍ବା ପେଲେସ୍’ କୁହାଯାଏ ତେବେ ଭୁଲ୍ ହେବ ନାହିଁ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶିଳ୍ପା ଶେଟ୍ଟୀଙ୍କ ଡ୍ରିମ୍ ହୋମ୍ ‘କିନାରା’ ଦେଖାଇବୁ ।

ଏହା ଅଟେ ଶିଳ୍ପାଙ୍କ ଘରର ଏଣ୍ଟାରେନ୍ସ ଦେଖୁ ଦେଖୁ ‘କିନାରା’ର ଭବ୍ୟତାର ଅନୁଭବ ହେଲା କାନ୍ଥରୁ ଆରମ୍ଭ କରି ସେଣ୍ଡିଲିୟର୍ସ, ପେଣ୍ଟିଙ୍ଗସ୍, ହେଣ୍ଡିକ୍ରାଫ୍ଟ, ସୋଫାର୍ ସେଟିଂ ଓ ଗ୍ଲାସ୍ ଫାଉଣ୍ଟେନ୍ ପର୍ଯ୍ୟନ୍ତ ସବୁ ଦେଖି ଏହା ସ୍ପଷ୍ଟ ଜାଣି ହୁଏ ଯେ ନିଜ ଘରକୁ ସଜାଇବାରେ ଶିଳ୍ପା କେତେ ପରିଶ୍ରମ କରିଛନ୍ତି ।

ଶିଳ୍ପା ଶେଟ୍ଟୀ ଏନିମଲ୍ ପ୍ରିଣ୍ଟର୍ ଫ୍ୟାନ୍ ଅଟନ୍ତି । ତାଙ୍କ ଘର ବିଶେଷ କରି ଲିଭିଂ ରୁମର ସାଜସଜ୍ଜାରେ ଏନିମଲ୍ ପ୍ରିଣ୍ଟର୍ ପ୍ରଭାବ ଦେଖାଯାଏ । ରାଜ୍ ଯେତେବେଳେ ଏହା କିଣିଥିଲେ ସେତେବେଳେ ଏହି ଘରର ଇଣ୍ଟିରିୟର୍ ‘ରିତିକ୍ ରୋଶନ୍’ଙ୍କ ପୂର୍ବତନ ପତ୍ନୀ ସୁଯେନ୍ ଖାଁ କରିଥିଲେ ।

ସେମିତିରେ ତ ଶିଳ୍ପାଙ୍କୁ ନିଜେ ମଧ୍ୟ ଘର ସଜାଇବାକୁ ବହୁତ ଭଲ ଲାଗେ । ଶିଳ୍ପା ନିଜ ଘରର ଇଣ୍ଟିରିୟରକୁ ସମୟ ସମୟରେ ଅପଡେଟ୍ କରନ୍ତି ।

ଦେଶ- ବିଦେଶରୁ ଦାମିକିଆ ସାଜସଜ୍ଜା ଉପକରଣ ସବୁ ଆଣନ୍ତି । ଏହି କାରଣରୁ ଆପଣଙ୍କୁ ତାଙ୍କ ଘରେ ଅନେକଗୁଡ଼ିଏ ଦାମିକିଆ ଓ ଅଦ୍ଭୁତ ମୂର୍ତ୍ତି ଓ ଶୋ-ପିସ୍ ଗୁଡ଼ାକ ଦେଖିବାକୁ ମିଳିବ । ମଡ଼ର୍ନ ଓ ଟ୍ରାଡିସ୍ନାଲର୍ ପ୍ରକୃତ ମିଶ୍ରଣ ଏଠାରେ ଦେଖିବାକୁ ପାଇବେ ।

‘ହଲ୍’ରେ ଝୁମର୍ ଲାଗିଛି ଯାହା ଦେଖିବାକୁ ପୁରାପୁରି ଅଲଗା ଓ ସୁନ୍ଦର ଅଟେ । ସିଟିଂ ଏରିଆରେ ମଧ୍ୟ କ୍ରିମ୍ ରଙ୍ଗର ଲେଦର୍ ସୋଫା ରଖାଯାଇଛି ।

ଶିଳ୍ପାଙ୍କୁ ଘୋଡ଼ା ବହୁତ ପସନ୍ଦ । ଏଥିପାଇଁ ସେ ଘରେ ଘୋଡ଼ାର ଚିତ୍ର ଠାରୁ ଆରମ୍ଭ କରି ବିଶାଳକାୟ ମୂର୍ତ୍ତି ସବୁକୁ ସଜାଇ ରଖିଛନ୍ତି । ଏଠାରେ ଦାମିକିଆ ଚିତ୍ର ବ୍ୟତୀତ କିଛି ଏଣ୍ଟିକ୍ ମୂର୍ତ୍ତି ମଧ୍ୟ ଲାଗି ରହିଛି ।

ସୂଚନାଥାଉକି, ଶିଳ୍ପା ଓ ରାଜ୍ ନିଜ ଘରକୁ ପୁଣିଥରେ ରିଡିଜାଇନ୍ କରାଇବା ସମୟରେ ବାସ୍ତୁ ଶାସ୍ତ୍ରର ଧ୍ୟାନ ରଖିଛନ୍ତି ।

ଲିଭିଂ ରୁମ୍ ଓ ଡ଼ାଇନିଂ ଏରିଆକୁ କାଚର ଡୋର୍ ଓ ଡିଜାଇନର୍ ଉଡ୍ ପେନେଲରୁ ଅଲଗା କରାଯାଇଛି ।

ଶିଳ୍ପା ଡାଇନିଂ ଏରିଆର୍ ସାଜସଜ୍ଜା ଏପରି କରିଛନ୍ତି ଯେ ସେଠାରେ ବସି ଖାଉଥିବା ଲୋକଙ୍କୁ ସବୁବେଳେ ଭଲ ଅନୁଭବ ହୁଏ । ଡାଇନିଂ ହଲରେ ଏକ ବଡ଼ କାଠର ଡ଼ାଇନିଂ ଟେବୁଲ ରହିଛି, ଯେଉଁଠାରେ ଏକାଠି ବସି ଅନେକଗୁଡ଼ିଏ ଲୋକ ଭୋଜନ କରିପାରିବେ ।

ଶିଳ୍ପାଙ୍କ ଘର ଦେଖିବାକୁ ଯେତେ ସୁନ୍ଦର ତା’ଠାରୁ ଅଧିକ ସୁନ୍ଦର ଅଟେ ତାଙ୍କ ରୋଷେଇ ଘର । ପୁଅ ବୀୟାନଙ୍କ ସହିତ ରୋଷେଇ ଘରେ କୁକିଙ୍ଗ ଏକ୍ସପେରିମେଣ୍ଟ କରିବା ଶିଳ୍ପା ଓ ରାଜ୍ ଉଭୟଙ୍କୁ ଖୁବ୍ ପସନ୍ଦ ।

ଘରର ପରଦା ଗୁଡ଼ିକର ରଙ୍ଗ ଓ ଲାଇଟିଂର ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି । ଶିଳ୍ପାଙ୍କ ଘରେ ଲାଇଟିଂ ଏଭଳି କରାଯାଇଛି ଯେ ଘରର କୋଣ ଅନୁକୋଣକୁ ଏହା ଉଜ୍ଜ୍ୱଳ କରୁଛି ।

ନିଜ ଘରେ ଶିଳ୍ପା ବିଶେଷ କରି ଏକ ମନ୍ଦିର ନିର୍ମାଣ କରାଇଛନ୍ତି । ଏହାବ୍ୟତୀତ ସେମାନେ ପ୍ରତିବର୍ଷ ଗଣେଶ ପୂଜା ସମୟରେ ବପ୍ପାଙ୍କୁ ସ୍ୱାଗତ କରନ୍ତି ।

ପ୍ରତିବର୍ଷ ଭଗବାନ ଗଣେଶଙ୍କ ମଣ୍ଡପ ନୂଆ ଥିମ୍ ଅନୁସାରେ ସଜାଯାଏ ।

ଶିଳ୍ପା ନିଜ ଘରେ ସବୁଜିମାର ବିଶେଷ ଧ୍ୟାନ ରଖିଛନ୍ତି । ଘର ଭିତରେ ଇଣ୍ଟିରିୟର୍ ପ୍ଲାଣ୍ଟ ଲଗାଇଛନ୍ତି । ଏହାବ୍ୟତୀତ ଶିଳ୍ପାଙ୍କ ଘରେ ଏକ ବଡ଼ ବଗିଚା ମଧ୍ୟ ଅଛି ।

ବଗିଚାରୁ ବିଶାଳ ଆରବ ସାଗରର ଦୃଶ୍ୟ ଦେଖିବାକୁ ମିଳେ ।

ବଗିଚା ପାଖରେ ପ୍ରକୃତି ମଧ୍ୟରେ ଯୋଗ ଓ ଧ୍ୟାନ କରିବା ଶିଳ୍ପାଙ୍କ ଦୈନନ୍ଦିନ କାର୍ଯ୍ୟ ଅଟେ । ଏତିକିନୁହେଁ ନିଜ ବଗିଚାରେ ଶିଳ୍ପା କିଛି ପ୍ରକାରର ପନିପରିବାର ଜୈବିକ ଗଛ ମଧ୍ୟ ଲଗାଇ ରଖିଛନ୍ତି । ସେହି ବୃକ୍ଷ ଗୁଡ଼ିକ ହେଉଛି ବାଇଗଣ, ଭେଣ୍ଡି, ଟମାଟୋ ଓ ଲଙ୍କା ଆଦି ।

ଶିଳ୍ପା ନିଜ ଘରେ ଏକ ପ୍ରାଇଭେଟ୍ ଜିମ୍ ମଧ୍ୟ ରଖିଛନ୍ତି । ରାଜ୍ ଓ ବିୟାନଙ୍କ ସହିତ ଫିଟନେସ୍ ସେସନର୍ ଶିଳ୍ପା ଖୁବ୍ ମଜା ଉଠାନ୍ତି ।

Leave a Reply

Your email address will not be published. Required fields are marked *