ଏହି ବିଶେଷ କାରଣରୁ ବିବାହ କରୁନାହାଁନ୍ତି ଶିଳ୍ପା ଶେଟ୍ଟୀଙ୍କ ୪୨ ବର୍ଷର ଭଉଣୀ ଶମିତା ଶେଟ୍ଟୀ ! କହିଲେ ମୋତେ…

ଏହି ବିଶେଷ କାରଣରୁ ବିବାହ କରୁନାହାଁନ୍ତି ଶିଳ୍ପା ଶେଟ୍ଟୀଙ୍କ ୪୨ ବର୍ଷର ଭଉଣୀ ଶମିତା ଶେଟ୍ଟୀ ! କହିଲେ ମୋତେ…

ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏହି ସମୟରେ ବଲିଉଡ଼ରୁ ବ୍ରେକ୍ ନେଇ ନିଜ ବ୍ୟକ୍ତିଗତ ଜୀବନର ମଜା ନେଉଛନ୍ତି । ଶିଳ୍ପା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସାଥି ଥିଲେ । ସେପଟେ ରାଜ୍ କୁନ୍ଦ୍ରାଙ୍କ ଦ୍ୱିତୀୟ ସ୍ତ୍ରୀ ଅଟନ୍ତି ଶିଳ୍ପା । ଶିଳ୍ପା ନିଜ ସ୍ୱାମୀଙ୍କ ସହିତ ବହୁତ ଭଲ ଭାବରେ ନିଜ ବୈବାହିକ ଜୀବନର ମଜା ନେଉଛନ୍ତି । ଶିଳ୍ପାଙ୍କ ଦୁଇଟି ଶିଶୁ ଅଛନ୍ତି । ସେପଟେ ଶିଳ୍ପା ଶେଟ୍ଟୀଙ୍କ ଛୋଟ ଭଉଣୀ ଶମିତା ଶେଟ୍ଟୀ ୪୨ ବର୍ଷର ହୋଇ ମଧ୍ୟ ଅବିବାହିତ ଅଟନ୍ତି । ଶମିତା ଚଳଚ୍ଚିତ୍ର ‘ଜହର’ ଓ ‘ମୋହବତେ’ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।

ଏକ ଇଣ୍ଟରଭିୟୁ ସମୟରେ ଶମିତା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ଶମିତା ଏହି ସମୟରେ ନିଜ ସିଙ୍ଗଲ୍ ଲାଇଫ୍ ବିଷୟରେ ଅନେକଗୁଡ଼ିଏ ରହସ୍ୟ କହିଛନ୍ତି । ଶମିତା କହିଛନ୍ତି ଯେ ସେ ବିବାହ କରିବା ପାଇଁ ଚାହେଁ କିନ୍ତୁ ତାଙ୍କ ମାର୍ଗରେ ଅନେକ ସମସ୍ୟା ଦେଖା ଦେଉଛି ।

ଅଭିନେତ୍ରୀ କୁହନ୍ତି ଯେ, “ମୁଁ ବିବାହିତ ଜୀବନ ବଞ୍ଚିବା ପାଇଁ ଚାହେଁ କିନ୍ତୁ ମୋତେ ଜଣା ନାହିଁ ଯେ ମୋ ବର କେଉଁଠି ? ମୋତେ ଖୋଜିବାକୁ ପଡ଼ିବ ? ଶମିତାଙ୍କ ଅନୁଯାୟୀ ସେ ନିଜ ହୃଦୟର କଥା କାହା ଠାରୁ ଲୁଚାନ୍ତି ନାହିଁ ଏଥିପାଇଁ ତାଙ୍କୁ ସର୍ବଦା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ସମାଜ ଓ ବିବାହରେ ଯାହା ହେଉଛି, ତାହା ବହୁତ ଭୟଙ୍କର ଅଟେ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ମୋତେ ପ୍ରେମରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ।

ଅଭିନେତ୍ରୀ ଶମିତା ଏହି ଇଣ୍ଟରଭିୟୁରେ ଆଗକୁ କହିଛନ୍ତି ଯେ, ‘ଯଦି ମୁଁ କୌଣସି ବ୍ୟକ୍ତି ସହିତ ବିବାହ କରିବା ଚାହେଁ ତେବେ ତାସହିତ ନିଜର ସମ୍ପୂର୍ଣ୍ଣ ଜୀବନ ଅତିବାହିତ କରିପାରିବି । ଯଦିଓ ଏହାର ମଧ୍ୟ କୌଣସି ବିଶ୍ୱାସ ନାହିଁ ଯେ ଜୀବନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋର ସାକ୍ଷାତ ଏପରି କୌଣସି ବ୍ୟକ୍ତି ସହିତ ହୋଇ ନାହିଁ, ଯାହା ସହିତ ମୁଁ ଜୀବନ ବିତାଇବା ନିଷ୍ପତ୍ତି ନେଇପାରିବି । ଏଥିସହିତ ସେ ଏହି ସତକୁ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଏକ ପ୍ରକୃତ ଭଲପାଇବା ଅନ୍ୱେଷଣରେ ଅଛନ୍ତି ।

ଶମିତା ଚଳଚ୍ଚିତ୍ରରେ ନିଜ ଫ୍ଲପ୍ କ୍ୟାରିୟର୍ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଏହି କଥାରୁ ସେ ଦୁଃଖିତ ଅଛନ୍ତି ଯେ ସେ ଭଲ ଡେବ୍ୟୁ ପରେ ମଧ୍ୟ ଭୁଲ୍ ଚଳଚ୍ଚିତ୍ର ଗୁଡ଼ିକ ଚୟନ କଲେ । ଅନୁମାନ କରିବା ବିଷୟଟି ଏହିକିଯେ ନିଜ ଫ୍ଲପ୍ କ୍ୟାରିୟର୍ ପରେ ସେ ନିଜ ବ୍ୟକ୍ତିଗତ ଜୀବନରେ ସଫଳତା ପୂର୍ବକ ଆଗକୁ ବଢ଼ିବା ପାଇଁ ଚାହଁନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅଭିନେତ୍ରୀ ଶମିତା ନିକଟରେ ନିଜର ୪୨ ତମ ଜନ୍ମଦିନ ପାଳନ କରିଥିଲେ । ଏହାର ଫୋଟ ମଧ୍ୟ ସୋସିଆଲ୍ ମିଡ଼ିଆରେ ଆସିଥିଲା ।

ଶମିତା ଶେଟ୍ଟୀଙ୍କ କ୍ୟାରିୟରରେ ନଜର ପକାଇବା ତେବେ ସେ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ଅନେକଗୁଡିଏ ରିଏଲିଟି ଶୋ’ ମାନଙ୍କରେ ନିଜ ସ୍ଥାନ ସୃଷ୍ଟି କରିଛନ୍ତି । ସେ ‘ଝଲକ୍ ଦିଖଲା ଜା ସିଜନ୍ ୮’ ଓ ‘ବିଗ୍ ବସ୍’ରେ ମଧ୍ୟ ନଜର ଆସିଛନ୍ତି ।

ଏହି ଶୋ’ ବ୍ୟତୀତ ସେ ‘ଫିୟର୍ ଫ୍ୟାକ୍ଟର୍: ଖତରୋ କେ ଖିଲାଡ଼ି ସିଜନ୍ ୯’ରେ ମଧ୍ୟ ଥିଲେ । ଏଠାରେ ସେ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଶମିତା ଶେଟ୍ଟୀ ଅନେକଗୁଡିଏ ବ୍ରାଣ୍ଡସ୍ ଏନଡୋର୍ସ କରିଛନ୍ତି ଏବଂ ନିକଟରେ ସେ ନିଜ ଇଣ୍ଟି
ରିୟର୍ ଡିଜାଇନିଂ କ୍ୟାରିୟରରେ ଧ୍ୟାନ ଦେଉଛନ୍ତି । ଶମିତାଙ୍କୁ ନିକଟରେ ‘ଜି୫’ର ୱେବ୍ ସିରିଜ ‘ବ୍ଲେକ୍ ବିଡୋଜ୍’ରେ ମଧ୍ୟ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *